ବସ୍ତର: ଦିନ ଥିଲା ନକ୍ସଲ- ମାଓବାଦୀଙ୍କ ଗଡ଼ ଥିଲା ବସ୍ତର। ଏଥର ଦୀପାବଳିର ପର୍ବ ବସ୍ତର ପାଇଁ ନୂଆ ସନ୍ଦେଶ ଏବଂ ନୂଆ ସକାଳ ନେଇ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବୀର ଯବାନଙ୍କ ଉତ୍ସାହ ବଢାଇବା ଏବଂ ଖୁସି ବାଣ୍ଟିବା ପାଇଁ ବସ୍ତର ପହଞ୍ଚିଛନ୍ତି। ନକ୍ସଲ ବିରୋଧୀ ଅଭିଯାନରେ ଦିନ ରାତି ମୁତୟନ ସୁରକ୍ଷାବଳର ଯବାନଙ୍କ ସହ ଦୀପାବଳି ପାଳିବେ ପିଏମ ମୋଦୀ। ବସ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ନକ୍ସଲଙ୍କ ଆତଙ୍କ ସମାପ୍ତ ହୋଇ ସାରିଛି ଏବଂ ବିକାଶର ଧାରା ଆରମ୍ଭ ହୋଇ ସାରିଛି।

ବୀର ଯବାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ଦୀପାବଳି ମନାଇବା ପାଇଁ ଆପଣଙ୍କ ଗହଣକୁ ଆସିଛି। ଆଜି ସମଗ୍ର ଦେଶ, ଦୁନିଆର କୋଣ ଅନୁକୋଣରେ କୋଟି କୋଟି ଭାରତୀୟ ପ୍ରକାଶର ଏହି ପର୍ବ ପାଳନ କରୁଛନ୍ତି। ଦୂର ଦୂରାନ୍ତରେ ଥିବା ଲୋକେ ନିଜ ଘରକୁ ଫେରିଛନ୍ତି। ପରିବାର ଓ ପରିଜନଙ୍କ ସହ ମିଶିବାର ଏହା ହେଉଛି ବଡ଼ ପର୍ବ। ମୁଁ ମଧ୍ୟ ଦୀପାବଳି ମନାଇବା ପାଇଁ ଆପଣଙ୍କ ଗହଣରେ ପହଞ୍ଚିଛି।

Also Read: ଲଦାଖରେ ABVP ଉଡ଼ାଇଲା ବିଜୟ ବାନା, ୮ରୁ ଜିତିଲା ୫ ସିଟ୍; କଂଗ୍ରେସର ଅସ୍ଥିତ୍ଵକୁ ନେଇ ଉଠିଲା ପ୍ରଶ୍ନ ?

ଯବାନଙ୍କ ସହ ପ୍ରତି ଦୀପାବଳି ସ୍ମରଣୀୟ ରହିଛି

ପିଏମ ମୋଦୀ କହିଛନ୍ତି, ସୀମାରେ ଏବଂ ଦେଶ ଭିତରେ ରାଷ୍ଟ୍ରର ସୁରକ୍ଷା କରୁଥିବା ରାଷ୍ଟ୍ରର ପ୍ରହରୀ, ମା ଭାରତୀର ବୀର ଯବାନ ଆପଣ ସମସ୍ତେ ମୋ ପରିଜନ। ଆପଣ ସମସ୍ତେ ମୋ ପରିବାରର ସଦସ୍ୟ। ହିମାଳୟର କୋଳରେ କାରଗିଲରୁ ଲେପଚା ପର୍ଯ୍ୟନ୍ତ, ସମୁଦ୍ର କୂଳରୁ ସାର କ୍ରିକଠୁ ନେଇ ସମୁଦ୍ର ଗର୍ଭରେ ଆଇଏନଏସ ବିକ୍ରାନ୍ତ ପର୍ଯ୍ୟନ୍ତ ବୀର ଯବାନଙ୍କ ସହ ପ୍ରତିଟି ଦୀପାବଳି ବେଶ ସ୍ମରଣୀୟ ରହିଛି।

ସେ କହିଛନ୍ତି, ଏହା ଏକ ଅସାଧାରଣ ଉପଲବ୍ଧି।ଏହାର ବଡ଼ ଶ୍ରେୟ ଆପଣଙ୍କର, ଆପଣଙ୍କ ପରି ଲକ୍ଷ ଲକ୍ଷ ବୀର, ଯବାନ ଓ ସୁରକ୍ଷାକର୍ମୀଙ୍କର। ଏଥିପାଇଁ ଆଜି ମୁଁ ଦୀପାବଳି ପାଳନ କରିବାକୁ ଏଠାକୁ ଆସିଛି। ୧୪୦ କୋଟି ଦେଶବାସୀଙ୍କ ପକ୍ଷରୁ ଆପଣଙ୍କ ତ୍ୟାଗ ସମର୍ପଣ ଓ ସେବାଭାବ ପ୍ରତି କୃତଜ୍ଞତା ଜଣାଇବାକୁ ଆସିଛି।

Also Read: ଦୀପାବଳିରେ ଟିକିଏ ଅସାବଧାନତା, ଆଣିପାରେ ବଡ଼ ବିପଦ ; ଅଗ୍ନିକାଣ୍ଡରୁ ରୁହନ୍ତୁ ସାବଧାନ !

୨୦୨୬ର ଏହି ଦୀପାବଳି ବାସ୍ତବରେ ସ୍ଵତନ୍ତ୍ର

ସେ କହିଛନ୍ତି, ୨୦୨୬ର ଏହି ଦୀପାବଳି ବାସ୍ତବରେ ସ୍ଵତନ୍ତ୍ର ରହିଛି। ଏହା ପ୍ରଥମ ଦୀପାବଳି, ଯେବେ ଦେଶ ନକ୍ସଲବାଦ-ମାଓବାଦୀ ଆତଙ୍କ ବିରୋଧରେ ପୁରୁଣା ଲଢେଇ ଜିତି ସାରିଛି। ଏହା ପ୍ରଥମ ଦୀପାବଳି ଯେଉଁଠି ଦେଶର ପ୍ରତିଟି ଜିଲ୍ଲା ମାଓବାଦୀମୁକ୍ତ ହୋଇଛି। ଏହା ପ୍ରଥମ ଦୀପାବଳି- ଯେବେ କୋଟି କୋଟି ଦେଶବାସୀ ନକ୍ସଲବାଦର ଭୟକୁ ପରାସ୍ତ କରି ସାରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାର, ମହାରାଷ୍ଟ୍ର, ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ ସହିତ ଦେଶର ବହୁତ ବଡ଼ ଭାଗରେ ମାଓବାଦୀଙ୍କ ଦବଦବା, ପ୍ରଭାବ ଓ ଆତଙ୍କ ରହିଥିଲା। ହଜାର ହଜାର ଗାଁ, କୋଟି କୋଟି ଜନସଂଖ୍ୟା ମାଓବାଦୀଙ୍କ ଭୟରେ ରହୁଥିଲେ। ୨ ହଜାରରୁ ଅଧିକ ନକ୍ସଲ ଆକ୍ରମଣ। ୨୦୧୦ରେ ଦାନ୍ତେଓ୍ଵାଡ଼ାରେ ନକ୍ସବାଦୀଙ୍କ ଆକ୍ରମଣରେ ଆମର ୭୬ ଯବାନ ସହିଦ ହେଲେ। ସେହି ୨୦୧୦ରେ ଦାନ୍ତେଓ୍ଵାଡ଼ାରେ ଆଉ ଏକ ଘଟଣାରେ ୪୪ ନିର୍ଦ୍ଦୋଷ ନାଗରିକଙ୍କ ହତ୍ୟା ହୋଇଥିଲା।

Also Read: ଦୀପାବଳି ପାଇଁ ସଜେଇ ହୋଇଛି ରାମନଗରୀ ଅଯୋଧ୍ୟା, ୩୦ ଲକ୍ଷରୁ ଅଧିକ ଦୀପରେ ଝଲସିଲା ସରଜୁ ତଟ

ନାମଦାରଙ୍କୁ ଏହାର ଚିତ୍କାର ଶୁଭି ନ ଥିଲା

ଏହି ଧରିତ୍ରୀ ଆମ ବୀର ଯବାନଙ୍କ ରକ୍ତରେ ଅଭିସପ୍ତ ହୋଇ ଯାଇଥିଲା। ମାତ୍ର ମହଲରେ ରହୁଥିବା କୌଣସି ବି ନାମଦାରଙ୍କୁ ଏହାର ଚିତ୍କାର ଶୁଭି ନ ଥିଲା। କୌଣସି ନାମଦାରଙ୍କ ଆଖିରୁ ଅଶ୍ରୁ ବାହାରି ନ ଥିଲା। ଦଶନ୍ଧି ଧରି ଏହି ଘଟଣା ଘଟି ଚାଲିଲା। ଏହି ସମୟରେ ଛତିଶଗଡ଼ରେ ହିଁ ଏକ ହଜାରରୁ ଅଧିକ ଯବାନ ବଳିଦାନ ଦେଲେ। IEDର ବିସ୍ଫୋରଣରେ କେତେ ଯେ ଯବାନ ନିଜର ହାତ ଗୋଡ଼ ହରାଇଲେ। କିନ୍ତୁ ପରିସ୍ଥିତିରେ ପରିବର୍ତ୍ତନ ଆସିଛି।