ହାଇଦ୍ରାବାଦ, ୦୮/୧୧ : ଭୟଙ୍କର ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ୍ । ଜୀବନ ହାରିଲେ ତିନି ଯାତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ରଙ୍ଗାରେଡ୍ଡିରେ । ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ମିଳିଛି ।

ରିପୋର୍ଟ ଅନୁସାରେ, ଶନିବାର ବିଳମ୍ବିତ ରାତିରେ ରଙ୍ଗାରେଡ୍ଡି ହିମାୟତସାଗର ଦେଇ ଯାଇଥିବା ରିଂ ରୋଡରେ ଏକ ଅଚୋ ୧୭ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା । ଏହି ସମୟରେ ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ଚୁରମାର ହୋଇଯାଇଥିଲେ । ଏଥିରେ ତିନି ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର କହିବାନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ୧୭ ଜଣ ଯାତ୍ରୀ ଯାଉଥିଲେ । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣା ପଡିନାହିଁ । ମାମଲାର ତଦନ୍ତ ଚାଲିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Also Read :- ସମୁଦ୍ରରୁ ସିଧା ବେଳାଭୂମିକୁ ମାଡ଼ି ଆସିଲା ୨ ହୋଭରକ୍ରାଫ୍ଟ, ପ୍ରଥମେ ଭୟଭୀତ ହେଲେ ସ୍ଥାନୀୟ ଲୋକେ

ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଗତ ୧୯ ତାରିଖରେ ମଧ୍ୟ ଆଉ ଏକ ବଡ ଧରଣର ଦୁର୍ଘଟଣା ଘଟିଥିଲା । ବାତାସିଙ୍ଗରମ ଗ୍ରାମରେ ଏକ ବସକୁ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ ।