ନୁଆଦିଲ୍ଲୀ,୦୧|୦୭:କମିଲା ପେଟ୍ରୋଲ ଏବଂ ଡିଜେଲ୍ ରେଟ୍ । ଦୀର୍ଘ ଦିନ ପରେ ଭାରତରେ ତୈଳ ଦର ହ୍ରାସ ପାଇଛି । ପେଟ୍ରୋଲ ୫ ଟଙ୍କା ଶସ୍ତା ହୋଇଥିବା ବେଳେ ଡିଜେଲ୍ ଦାମ୍ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି ।

ରିପୋର୍ଟ ଅନୁସାରେ, ଭାରତର ସବୁଠୁ ବଡ ଫୁଏଲ ରିଟେଲର୍ ନାଏରା ଏନର୍ଜି ତୈଳ ଦର ହ୍ରାସ କରିଛି । ଏହାଦ୍ୱାରା ଗ୍ରାହକଙ୍କୁ ବଡ ଆଶ୍ୱସ୍ତି ମିଳିଛି । ବୁଧବାର ଅର୍ଥାତ ଜୁଲାଇ ୧ରୁ ନୂଆ ଦର ସାରା ଦେଶରେ ଲାଗୁ ହୋଇଯାଇଛି ।

ଗତ ଦୁଇ ବର୍ଷରେ ଏହା ପ୍ରଥମ ଥର ପାଇଁ ହୋଇଛି କି କୌଣସି କମ୍ପାନୀ ରିଟେଲ୍ ପେଟ୍ରୋଲ ଏବଂ ଡିଜେଲ ଦର କମାଇଛନ୍ତି । ଏହାପଛରେ ବଡ କାରଣ ହେଉଛି ଏବେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିଛି । ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଯାହାର ପ୍ରଭାବରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଦ୍ଧିତ ତୈଳ ଦର ଅହେତୁକ ହ୍ରାସ ପାଇଛି ।

Also Read :-କମିଲା LPG ସିଲିଣ୍ଡର୍ ରେଟ୍ : ୧୮୩ ଟଙ୍କା ଶସ୍ତା ହେଲା, ଏବେ ଏତିକି ଦାମ୍

୭୦୦୦ ପେଟ୍ରୋଲ୍ ପମ୍ପରେ ନୂଆ ରେଟ୍

ନାଏରା ଏନର୍ଜି ଋଷର ରୋନନେଫ୍ଟ ସମର୍ଥିତ ଫୁଏଲ୍ କମ୍ପାନୀ ଅଟେ । ଭାରତରେ ଏହାର ପେଟ୍ରୋଲ ପମ୍ପ୍ ସଂଖ୍ୟା ୭୦୦୦ । ଏହା ପ୍ରାଇଭେଟ୍ ସେକ୍ଟରରେ ଦେଶର ସବୁଠାରୁ ବଡ ପେଟ୍ରୋଲ-ଡିଜେଲ୍ ରିଟେଲ୍ ସେଲର୍ ଅଟେ । ତୈଳ ଦରରେ ଗତ କିଛି ଦିନ ହେଲା ମହଙ୍ଗା ମାଡରେ ନାଏରାର ନିଷ୍ପତ୍ତି ବଡ ଆଶ୍ୱସ୍ତି ଆଣିଛି । ଏବେ କମ୍ପାନୀ ଗ୍ରାହକଙ୍କୁ ଦର କମାଇ ଉପହାର ପ୍ରଦାନ କରିଛି ।

ଅନ୍ୟ ଦିଗରେ ସରକାରୀ ତୈଳ କମ୍ପାନୀମାନଙ୍କରେ ତେଲ ରେଟ୍ ସ୍ଥିର ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଇଓସିଏଲ, ବିପିସିଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ କିନ୍ତୁ ପେଟ୍ରୋଲ ଏବଂ ଡିଜେଲ୍ ଦର ଅପରିବର୍ତ୍ତିତ ରଖିଛନ୍ତି ।