ନୁଆଦିଲ୍ଲୀ,୦୧|୦୭:ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍ । ଲଗାତାର ଭାବେ ବଢିଲା ପରେ ଏବେ କମର୍ସିଆଲ ଏଲପିଜି ଦାମ୍ ହ୍ରାସ ପାଇଛି । ୧୯ କେଜି ବିଶିଷ୍ଟ ସିଲିଣ୍ଡର ଉପରେ ଦର ହ୍ରାସର ପ୍ରଭାବ ପଡିଛି ।

ଏବେ ୧୯ କେଜି ବିଶିଷ୍ଟ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୩୧୧୩ ଟଙ୍କାରୁ ୨୯୩୦ ଟଙ୍କାକୁ ଖସି ଆସିଛି । ଯାହା ହେଉଛି ପରିବର୍ତ୍ତିତ ଦର । ଅର୍ଥାତ ପୂର୍ବାପେକ୍ଷା ଦାମରେ ୧୮୩ ଟଙ୍କା କମିଛି । ଅନ୍ୟ ଦିଗରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

Also Read :- ବଦଲା ନେଲା ଆଫଗାନିସ୍ତାନ : ପାକିସ୍ତାନ ସୀମାରେ ପଶି ଉଡାଇଦେଲା ISIS ଆତଙ୍କୀ କ୍ୟାମ୍ପ୍

ଜୁଲାଇ ପହିଲାରୁ ଆଶ୍ୱସ୍ତି

ବିଭିନ୍ନ ଏଲପିଜି କମ୍ପ୍ୟାନୀ ଜୁଲାଇ ପହିଲାରୁ ଗ୍ୟାସ୍ ଦର କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗତ କିଛି ଦିନ ଧରି ମଧ୍ୟପ୍ରାଚ୍ୟରେ ବଢୁଥିବା ଅସ୍ଥିରତା ପାଇଁ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଉଥିଲା । ଯାହା ଏବେ କମିଛି । ୨୦୨୬ରେ ପ୍ରଥମ ଥର ପାଇଁ ଏଲପିଜି ସିଲିଣ୍ଡର ରେଟ୍ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ଗତ ଜାନୁଆରୀରେ କମର୍ସିଆଲ ଏଲପିଜି ଦାମ୍ ସିଲିଣ୍ଡର ପିଛା ୧୬୯୧ ଟଙ୍କା ଥିଲା । ଗତ ଦୁଇ ମାସ ତଳେ ଏହା ୯୯୩ ଟଙ୍କା ବୃଦ୍ଧି ପାଇ ୩୦୦୦ ଟଙ୍କା ଅତିକ୍ରମ କରିଥିଲା । ଜୁନ ଆରମ୍ଭରୁ ପୁଣି ୪୨ ଟଙ୍କା ମହାଙ୍ଗା ହୋଇଥିଲା । ଫଳରେ ଦିଲ୍ଲୀରେ ସିଲିଣ୍ଡ ରେଟ୍ ୩୧୧୩ ଟଙ୍କା ୫୦ ପଇସା ଛୁଇଁଥିଲା ।

ଘରୋଇ ଗ୍ୟାସ୍ ଅପରିବର୍ତ୍ତିତ

ଗୋଟିଏ ଦିଗରେ କମର୍ସିଆଲ ଗ୍ୟାସ୍ ଦରରେ ହ୍ରାସ ଘଟିଛି । କିନ୍ତୁ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୪୨ ଟଙ୍କା ଥିବା ବେଳେ କୋଲକାତାରେ ୯୬୮ ଟଙ୍କା ରହିଛି । ମୁମ୍ବାଇରେ ଏହା ୯୪୧ ଟଙ୍କା ୫୦ ପଇସା ଥିବା ବେଳେ ଚେନ୍ନାଇରେ ୯୫୭ ଟଙ୍କା ୫୦ ପଇସା ରହିଛି ।