ଭୁବନେଶ୍ବର ୧୭।୬: ରାଜ୍ୟରେ ଭତ୍ତା ସମସ୍ୟାର ସମାଧାନ ହେଉ । ହିତାଧିକାରୀଙ୍କ ପାଖକୁ ପହଞ୍ଚିଲାଣି ଭତ୍ତା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଭତ୍ତା ସମସ୍ୟାର ସମାଧାନ ହୋଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି । ଖୁବ୍ଶୀଘ୍ର ସମସ୍ତଙ୍କୁ ବକେୟା ଭତ୍ତା ରାଶି ମିଳିଯିବ । ଦେଶରେ ସବୁ ରାଜ୍ୟରେ ଏହି ସମସ୍ୟା ଥିଲା । ପୋର୍ଟାଲ ସମସ୍ୟା ପାଇଁ ଏପରି ଅସୁବିଧା ହୋଇଥିଲା । ଏବେ ସ୍ଥିତିରେ ସୁଧାର ଆସିଛି । ଭତ୍ତା ମିଳିବା ଆରମ୍ଭ ହୋଇଛି । ଧୀରେ ଧୀରେ ସମସ୍ତଙ୍କୁ ଭତ୍ତା ରାଶି ମିଳିଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Also Read:- ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ିଲା ସ୍କୁଲ ଛୁଟି, ଅସହ୍ୟ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଉଲ୍ଲେଖଯୋଗ୍ୟ ଯେ, ସାରା ରାଜ୍ୟରେ ଭତ୍ତା ଯନ୍ତ୍ରଣାରେ ସନ୍ତୁଳି ହେଉଛନ୍ତି ହିତାଧିକାରୀ । ତିନି ମାସ ହେବ ଭତ୍ତା ଟଙ୍କା ମିଳିନଥିବାରୁ କେଉଁଠି ହିତାଧିକାରୀ ଆନ୍ଦୋଳନ କରୁଛନ୍ତି ତ ଆଉ କେଉଁଠି ପ୍ରତିବାଦ । ଏହାରି ଭିତରେ ଭତ୍ତା ରାଜନୀତି ବି ଜୋର ଧରିଛି । ଆଉ ସବୁଠୁ ବେଶୀ ଦୁଃଖଦାୟକ ହେଉଛି ଭତ୍ତା ଟଙ୍କା ପାଇଁ ବୃଦ୍ଧାଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।