ମୁମ୍ଵାଇ ୨୪।୦୯; ଯେଉଁ ମାଆ ଜନ୍ମ ଦେଇଥିଲେ…ସେହି ମାଆଙ୍କ ଜୀବନ ନେବାକୁ ପଛାଇଲାନି ନିଜ ପୁଅ । ପାଟନାରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ନିଶାଗ୍ରସ୍ତ ଅବସ୍ଥାରେ ମାଆଙ୍କ ସହ ଯୁକ୍ତିତର୍କ ପରେ ପୁଅ ତାଙ୍କୁ ଘର ଭିତରେ ନିଆଁ ଲଗାଇ ଦେଇଥିଲା। ଘଟଣାରେ ୬୦ ବର୍ଷୀୟା ମଞ୍ଜୁ ଦେବୀଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଅଭିଯୁକ୍ତ ପୁଅ ଚିଣ୍ଟୁ କୁମାରଙ୍କୁ ପୋଲିସ ଗିରଫ କରିଛି। ଗିରଫ ସମୟରେ ସେ ପୋଲିସ ସହ ମଧ୍ୟ ଯୁକ୍ତିତର୍କ କରିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି।

ପାଟନାର ଦିୱାନ ମୋହଲ୍ଲା ଅଞ୍ଚଳରେ ରହୁଥିଲେ ୬୦ ବର୍ଷୀୟା ମଞ୍ଜୁ ଦେବୀ। ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ତାଙ୍କ ପୁଅ ଚିଣ୍ଟୁ କୁମାର ଅଟୋରିକ୍ସା ଚଳାଉଥିଲେ। ତେବେ ସେ ନିୟମିତ ଭାବେ ମଦ୍ୟପାନ କରୁଥିବା ନେଇ ଅଭିଯୋଗ ରହିଥିବା କୁହାଯାଇଛି। ଶନିବାର ବିଳମ୍ବିତ ରାତିରେ ଚିଣ୍ଟୁ ଘରକୁ ଫେରିବା ପରେ ମାଆଙ୍କ ସହ କୌଣସି କାରଣକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହା ପରେ ଘର ଭିତରେ ନିଆଁ ଲାଗିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ମଞ୍ଜୁ ଦେବୀଙ୍କ ମୃତ୍ୟୁ ହୋଇସାରିଥିଲା। ଘଟଣା ପରେ ପୋଲିସ ଚିଣ୍ଟୁଙ୍କୁ ଗିରଫ କରିଥିଲା । ସେହି ସମୟରେ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ସହ ମଧ୍ୟ ଝଗଡ଼ା କରିଥିବା ଅଭିଯୋଗ ହୋଇଛି। ଗିରଫ ପରେ ମଧ୍ୟ ଚିଣ୍ଟୁ ନିଜକୁ ‘ଭଗବାନ’ ବୋଲି କହୁଥିବା ପୋଲିସ ପକ୍ଷରୁ ଦାବି କରାଯାଇଛି। ଘଟଣା ପଛର ସମ୍ପୂର୍ଣ୍ଣ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Sunita Ahuja Statement: ଗୋବିନ୍ଦା-ସୁନିତାଙ୍କ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା, ଭାଇରାଲ ହେଉଛି ସୁନିତାଙ୍କ ମନ୍ତବ୍ୟ