ରାଞ୍ଚୀ, ୨୪/୦୯ : ଭୟଙ୍କର ଦୁର୍ଘଟଣା । ପ୍ରାଣ ହରାଇଲେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଝିଅ । ଏପରି ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ଜାମସେଦପୁରରେ । ଏଠାରେ ଏକ କାର୍ ଏବଂ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି ।

ରିପୋର୍ଚ ଅନୁସାରେ, ମୃତକଙ୍କ ମଧ୍ୟରେ ଝାଡଖଣ୍ଡ ଗ୍ରାମୀଣ ବିକାଶ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂଙ୍କ ଝିଅ ରହିଛନ୍ତି । ବୁଧବାର ବିଳମ୍ବିତ ରାତ୍ରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏହା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି ।

Also Read :- ସମୁଦ୍ରରେ ନୂଆ ସିଷ୍ଟମ୍, ଗଭୀର ଅବପାତ ପରେ 'ମହାବାତ୍ୟା' ! ୩୦୦ କିମି ବେଗରେ ପବନ, ଫନୀଠୁ ଭୟଙ୍କର

ପୋଲିସର କହିବାନୁସାରେ, ଦୋମୁହାଣୀ ନିକଟରେ କାର୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏହା ଏତେ ତୀବ୍ର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଛି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । କାରରେ ୪ ଜଣ ଥିବା ବେଳେ ସମସ୍ତେ ପ୍ରାଣ ହରାଇଛନ୍ତି । ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

ଦୁର୍ଘଟଣା ପରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମନ୍ତ୍ରୀଙ୍କ ସମ୍ପର୍କୀୟ ଏବଂ କର୍ମୀମାନେ ଶୋକବ୍ୟକ୍ତ କରିଛନ୍ତି । ଏକ୍ସରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ୍ ଅସାରୀ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ।