ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ପୁଅ ତଥା ରାଜ୍ୟସଭା ସାଂସଦ ପାର୍ଥ ପାୱାର ବୁଧବାର ପୁଣେରେ ନିକଟ ସଂପର୍କୀୟଙ୍କ ଗହଣରେ କୈନତ ଦାରାଙ୍କୁ ବିବାହ କରିଛନ୍ତି। ଏହି ବିବାହରେ କିଛି ବରିଷ୍ଠ ରାଜନେତା, ଦଳୀୟ ସହକର୍ମୀ ଏବଂ ନିମନ୍ତ୍ରିତ ଅତିଥି ହିଁ ଉପସ୍ଥିତ ଥିଲେ।

ସୂଚନା ଅନୁସାରେ, ସମାରୋହ ୟେରାୱାଡାର ଦି ରିଟ୍ଜ-କାରଲଟନରେ ଅନୁଷ୍ଠିତ ହୋଇଥିଲା ଏବଂ ନିର୍ବନ୍ଧ ସନ୍ଧ୍ୟା ସାଢ଼େ ୬ଟାରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବନ୍ଧ ଉତ୍ସବରେ ବନ୍ଧୁ ଏବଂ ପରିବାର ସହ କିଛି ସୀମିତ ଅତିଥି ହିଁ ଯୋଗଦେଇଥିଲେ। ଏହି ଯୋଡ଼ି ଆସନ୍ତା ବର୍ଷ ଫେବୃଆରୀ ୨୭ ତାରିଖରେ ବାରାମତିରେ ବିବାହ କରିବାକୁ ଯାଉଛନ୍ତି। ଏହି ସ୍ଥାନ ପାୱାର ପରିବାରର ରାଜନୈତିକ ଗଡ଼ ବୋଲି କୁହାଯାଏ।

ନିର୍ବନ୍ଧକୁ ଆସିଥିଲେ ବରିଷ୍ଠ ନେତା

ଏହି ନିର୍ବନ୍ଧ ଉତ୍ସବରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ସମସ୍ତ ୪୦ ଜଣ ବିଧାୟକ ଉପସ୍ଥିତ ଥିଲେ। ପାର୍ଟିର ସାଂସଦ ସୁନୀଲ ତଟକାରେ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରାୟ ୧୫ ଜଣ ସାଂସଦ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଶିଳ୍ପପତି ମୋହିତ କାମ୍ବୋଜ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଏନସିପି ନେତା ଶରଦ ପାୱାର ମଧ୍ୟ ନିର୍ବନ୍ଧରେ ଯୋଗ ଦେଇଥିଲେ ଏବଂ ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ସହିତ ମିଶି ଯୋଡ଼ିଙ୍କୁ ଅଭିନନ୍ଦନ ଜଣାଇଥିଲେ।

Also Read: ମୁମ୍ବାଇ Air India ଭବନ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରଙ୍କ ସଞ୍ଚୟ ହେବ ୨୦୦ କୋଟି ଟଙ୍କା

ଅଜିତ ପାୱାରଙ୍କ ମୃତ୍ୟୁ ପରେ ପ୍ରଥମ ପାରିବାରିକ ଉତ୍ସବ

ଚଳିତ ବର୍ଷ ଆରମ୍ଭରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା। ଏମିତିରେ ତାଙ୍କ ମୃତ୍ୟୁ ପରେ ଏହି ନିର୍ବନ୍ଧ ହେଉଛି ପ୍ରଥମ ବଡ଼ ପାରିବାରିକ ଉତ୍ସବ। ଅବଶ୍ୟ ନିର୍ବନ୍ଧ ପାଇଁ ପରିବାର ମନରେ ନ୍ଦ୍ବନ୍ଦ୍ବ ଥିଲା। ଦଳୀୟ ନେତାଙ୍କ ଅନୁସାରେ, ବିବାହକୁ ନେଇ ପରିବାର ଲୋକେ କରବୀର ପୀଠର ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ପରେ ଏହି ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। ପରିବାର ଏବେ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି। ଆସନ୍ତା ଫେବୃଆରୀରେ ବାରାମତିରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ ।

କୈନତ ଦାରା କିଏ ?

କୈନତ ଦାରା ଜଣେ ରିଅଲ ଇଷ୍ଟେଟ୍ ଉଦ୍ୟୋଗୀ। ସେ ମୂଳତଃ ଚଣ୍ଡିଗଡ଼ର ଏବଂ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ସେ ଏକ ପଞ୍ଜାବୀ ହିନ୍ଦୁ ପରିବାରର ଅଟନ୍ତି । ନୂଆଦିଲ୍ଲୀର ବ୍ରିଟିଶ ସ୍କୁଲରୁ ଶିକ୍ଷା ସମାପ୍ତ ପରେ ଦାରା, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍ ସାଇନ୍ସ (LSE)ରୁ ଉଚ୍ଚଶିକ୍ଷା ଏବଂ ଡିଗ୍ରୀ ହାସଲ କରିଥିଲେ।