ଭୁବନେଶ୍ୱର ୨୧।୦୭ : ବିଳମ୍ବ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ପ୍ରେସମିଟ ଜରିଆରେ ଏପରି ତଥ୍ୟ ରାଜ୍ୟ ସାମ୍ନାରେ ରଖିଛନ୍ତି । SIR ପ୍ରକ୍ରିୟା ପାଇଁ ବିଳମ୍ବ ହୋଇପାରେ ଆଗାମୀ ନିର୍ବାଚନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, SIR ପ୍ରକ୍ରିୟା ପରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ଲିଷ୍ଟ । ସେପ୍ଟେମ୍ବର ମାସରେ ତାଲିକା ପ୍ରକାଶ କରିବେ CEC । ଅକ୍ଟୋବର ମାସରୁ ଆରମ୍ଭ ହେବ ଡୋର ଟୁ ଡୋର ସର୍ଭେ । ସ୍ୱଚ୍ଛ ଭୋଟ ଲିଷ୍ଟ ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ । ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ। ସର୍ଭେ ଆଧାରରେ ଭୋଟର ତାଲିକା ପ୍ରସ୍ତୃତ ହେବ। ପ୍ରଥମ ଥର ରାଜ୍ୟରେ ହେବ ଡୋର୍-ଟୁ-ଡୋର୍ ସର୍ଭେ। ବୁଥ୍ ଭିତ୍ତିକ ଭୋଟର ତାଲିକା ପାଇଁ ଘରକୁ ଘର ସର୍ଭେ ହେବ।

ସେହିପପରି ଫେବ୍ରୁଆରୀ ୧୦ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟର ତାଲିକା ପ୍ରସ୍ତୁତି ପାଇଁ ବିଭିନ୍ନ ଟିମ୍ ଗଠନ ହେବ। ଜୁଲାଇ ୩୧ ତାରିଖ ସୁଦ୍ଧା ସରିବ ସବୁ ଟିମ୍ ଗଠନ। ବାଲାଟ୍ ବକ୍ସ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି। ଭୋଟ୍ ପାଇଁ ୮୦୦୦ ହଜାର EVM ଅଛି। ୧୨ହଜାରୁ ଅଧିକ EVM ଆବଶ୍ୟକ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ।