ମୁମ୍ୱାଇ: ନଭେମ୍ବର ୨୦୨୫, ଭାଙ୍ଗିଥିଲା ବହୁ ଚର୍ଚ୍ଚିତ ସେଲିବ୍ରିଟିଙ୍କ ବିବାହ । ଭାରତୀୟ କ୍ରିକେଟର ସ୍ମୃତି ମନ୍ଧାନା ଓ ସଂଗୀତକାର ପଲାଶ ମୁଚ୍ଛଲଙ୍କ ସଂପର୍କରେ ଆସିଥିଲା ଫାଟ । ସବି କିଛି ସରିଥିଲା, ପ୍ରସ୍ତୁତି ବି ସମ୍ପୂର୍ଣ୍ଣ ହୋଇଥିଲା । ବିବାହ ପୂର୍ବର ଉତ୍ସବ ବି ଧୂମ୍ଧାମ୍ରେ ହୋଇଥିଲା । ବିବାହ ପୂର୍ବ ରାତିରେ ସବୁ କିଛି ଭାଙ୍ଗି ଚୂର୍ମାର୍ ହୋଇଥିଲା । ସ୍ମୃତିଙ୍କ ପିତା ଶ୍ରୀନିବାସ ମନ୍ଧାନା ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଥିଲା ।

ପରେ କଥା ଉଠିଥିଲା କି ସ୍ମୃତିକୁ ବିବାହ ପୂର୍ବରୁ ପଲାଶ ତାଙ୍କ ସହିତ ପ୍ରତାରଣା କରୁଥିବାର ଜଣାପଡିଥିଲା । ଯାହାକୁ ନିଜେ ଧରିଥିଲେ ମହିଳା କ୍ରିକେଟର ସ୍ମୃତି । ହେଲେ ଏବେ, କିନ୍ତୁ ସବୁକିଛି ଠିକ୍ ଠାକ୍ ହେବା ପରି ମନେ ହେଉଛି । ଜଣାପଡୁଛି ଯେ ଦୁଇ ପରିବାର ମଧ୍ୟରେ ସବୁକିଛି ସଜାଡି ହୋଇଯାଇଛି ।ପୁଣି ଏକାଠି ହେବେ ପଲାଶ ଓ ସ୍ମୃତି ?

 

ଚର୍ଚ୍ଚା ହେବାର କାରଣ?

ଏମିତି ଚର୍ଚ୍ଚା ହେବାର କାରଣ ବି ଅଛି । କୁହାଯାଉଛି କି ଇଣ୍ଟରନେଟର ଭାଇରାଲ ହେଉଥିବା ଭିଡିଓରେ ଅନେକ ଚର୍ଚ୍ଚା ହେଉଛି । ଭିଡିଓ ବି ଦ୍ରୁତି ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ମୃତି ମନ୍ଧାନାଙ୍କ ପିତା ପଲାଶଙ୍କ ଭଉଣୀ ପଲକ ମୁଚ୍ଛଲ ଓ ତାଙ୍କ ସ୍ୱାମୀ ମିଥୁନଙ୍କ ସହିତ ଦେଖାଯାଉଛନ୍ତି । ଭିଡିଓ ଦେଖିବା ପରେ ଲୋକମାନେ ଅନେକ ଆକଳନ କରିଛନ୍ତି । କାରଣ ଭିଡିଓରେ ସ୍ମୃତିଙ୍କ ପିତା ଏବଂ ପଲକ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ନଜର ଆସିଥିଲେ । ପଲକ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ବି ନେଉଛନ୍ତି । ଯାହାକୁ ଦେଖିବା ପରେ ଭିଡିଓଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

କଣ କହୁଛନ୍ତି ଫ୍ୟାନ୍ସ?

ୟୁଜର୍ସ ମାନେ ବିଶ୍ୱାସ କରୁଛନ୍ତି ଯେ ଦୁଇ ପରିବାର ମଧ୍ୟରେ ସବୁକିଛି ଠିକ୍ ଅଛି । କେତେକ ମତ ଦେଇଛନ୍ତି ଯେ ପଲାଶ ଓ ସ୍ମୃତି ପୁଣି ଏକାଠି ହେବାକୁ ଯାଉଛନ୍ତି । ଅନେକ ଲୋକ କହି ବୁଲୁଛନ୍ତି କେମେତି ଏପରି ହେଲା ?କିଛି ଫଲୋଅର ଏହାକୁ ଏକ ନକଲି ଭିଡିଓ ବୋଲି କହିଛନ୍ତି । ଅନେକ କହିଛନ୍ତି ଏହା ଏକ ପୁରୁଣା ଭିଡିଓ । ପଲକ ଓ ସ୍ମୃତିଙ୍କ ବାପାଙ୍କ ଏହି ଭିଡିଓ ପୁରୁଣା କି ନୂଆ ତାହା ପ୍ରକୃତ ଭାବେ ନିଶ୍ଚିତ ହୋଇନାହିଁ । କିନ୍ତୁ ଏହା ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ବେଶ୍ ଗସିପ୍ ହେଉଛି ।

Also Read...Dipika kakar: ଧର୍ମ ବଦଳାଇ ଦ୍ଵିତୀୟ ବିବାହ କରିଥିଲେ ଦୀପିକା କକ୍କର, ଏବେ ୩ ବର୍ଷର ପୁଅକୁ ଶିଖାଉଛନ୍ତି ନମାଜ

ଯେଉଁମାନେ ସ୍ମୃତି ଓ ପଲାଶଙ୍କୁ ଏକାଠି ଦେଖିଥିଲେ ସେମାନଙ୍କୁ ଉତ୍ସବ ପାଳନ କରିବାର ଏକ କାରଣ ଦିଆଯାଇଛି । ଜଣେ ୟୁଜର ସ୍ମୃତିଙ୍କୁ କହିଥିଲେ, ପଲାଶଙ୍କୁ ଆଉ ଏକ ସୁଯୋଗ ଦେବା ପାଇଁ ଧନ୍ୟବାଦ । ଆଉ ଜଣେ ଲେଖିଛନ୍ତି, ଏହାର ଅର୍ଥ ହେଉଛି ସେମାନେ ଏବେ ବିବାହ କରିବେ । ତଥାପି, ଯେଉଁମାନେ ପଲାଶଙ୍କୁ ନାପସନ୍ଦ କରୁଥିଲେ ସେମାନେ ସ୍ମୃତିଙ୍କୁ ଏହି ଭୁଲ ପୁନରାବୃତ୍ତି ନକରିବାକୁ ଅନୁରୋଧ କରିଥିଲେ।