ନୂଆଦିଲ୍ଲୀ: କିଏ କାହାର ପସନ୍ଦ, ସୋସିଆଲ ମିଡିଆରେ ସେସବୁ ଅଛପା ରହୁନି। କିନ୍ତୁ ସେହି ସୋସିଆଲ ମିଡିଆ ପ୍ଲାଟଫର୍ମ କାହାକୁ ଲୋକପ୍ରିୟ କରାଉଛି ତ ଆଉ କାହାକୁ କରୁଛି ବେଜିତ୍। ଏପରି ବହୁତ କିଛି ଆଶ୍ଚର୍ଯ୍ୟ ଏବଂ ମନୋରଞ୍ଜନ ଉଭୟ ଦେଖିବାକୁ ମିଳୁଛି ଏହି ପ୍ଲାଟଫର୍ମରେ। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ପାକିସ୍ତାନୀ ବ୍ଲଗର ରାସ୍ତାରେ ତିନି ଜଣ ରୁଷିଆନ୍ ଝିଅଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ସେ ଗୋଟିଏ ପ୍ରଶ୍ନ ପଚାରିଛନ୍ତି, ଉତ୍ତରରେ ଯାହା ପାଇଲେ, ତାହା ଏବେ ଭାଇରାଲ ହେବାରେ ଲାଗିଛି।

ପାକିସ୍ତାନୀ ବ୍ଲଗର ଉମର ଅବଦୁଲ୍ଲା ପଚାରିଥିଲେ, "ଯଦି ତୁମକୁ ପାକିସ୍ତାନ, ଭାରତ କିମ୍ବା ବାଂଲାଦେଶର ଜଣେ ପୁରୁଷଙ୍କୁ ବିବାହ କରିବାକୁ ପଡ଼େ, ତେବେ ତୁମେ କାହାକୁ ବାଛିବ?" ବ୍ଲଗର କିମ୍ବା ଦର୍ଶକ କେହି ଉତ୍ତର ଭାବି ନଥିଲେ । ପ୍ରଶ୍ନ ସମାପ୍ତ ହେବା ମାତ୍ରେ, ତିନି ଜଣ ରୁଷିଆନ୍ ଝିଅ, ଗୋଟିଏ ସେକେଣ୍ଡ ବିଳମ୍ବ ନକରି, ଏକକାଳୀନ କହି ଉଠିଲେ, "ଭାରତ!।

ଉତ୍ତର ଏତେ ସ୍ପିଡରେ ଦେଇଥିଲେ ବ୍ଲଗର ପାଟି ପୁରା ଚୁପ ହୋଇଗଲା। କ୍ୟାମେରାକୁ ଦେଖି ସେ ମଜାରେ କହିଲେ, "ମୁଁ ପାକିସ୍ତାନରୁ। ପାକିସ୍ତାନ ଏବଂ ବାଂଲାଦେଶର ଭାଇମାନେ ଅପମାନିତ ହେବା ଉଚିତ୍ ନୁହେଁ।" ଏହି ମନୋରଞ୍ଜନ ଭିତ୍ତିକ କଥାବାର୍ତ୍ତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ପ୍ରଥମେ ହିନ୍ଦୀରେ ପ୍ରଶ୍ନ ପଚାରିଛନ୍ତି ବ୍ଲଗର। ତା'ପରେ ଋଷିଆନ୍ ଭାଷାରେ ବୁଝାନ୍ତି ଯାହା ଦ୍ୱାରା ଝିଅମାନେ ସ୍ପଷ୍ଟ ଭାବରେ ବୁଝିପାରିବେ। କିନ୍ତୁ ଝିଅମାନଙ୍କ ଉତ୍ତର ଭାରତ ଉପରେ ପ୍ରେମ ଏବଂ ଶ୍ରଦ୍ଧାକୁ ଦର୍ଶାଇଛି। ସେମାନଙ୍କ ହସ ଏବଂ ଆଚରଣ ଭାରତୀୟ ସଂସ୍କୃତି, ଲୋକ ଏବଂ ବ୍ୟକ୍ତିତ୍ୱ ପ୍ରତି ଏକ ବିଶେଷ ଆକର୍ଷଣ ସୂଚାଉଛି। କିଛି ଲୋକ ଏହାକୁ ଭାରତ ପ୍ରତି ବଢ଼ୁଥିବା ବିଶ୍ୱ ଆକର୍ଷଣର ଏକ ଉଦାହରଣ ଭାବରେ ମଧ୍ୟ କହୁଛନ୍ତି। ଭାରତ ଏବଂ ରୁଷ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରହିଆସିଛି।