ନୂଆଦିଲ୍ଲୀ: ସୁନା ନ କିଣିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେଶର ସୁନା ବ୍ୟବସାୟୀ। ଚ୍ୟାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରୀ (CTI) ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଥେଙ୍କ ୟୁ ଲେଟର ଲେଖାଯାଇଛି। ସିଟିଆଇ କହିଛି ଯେ ପିଏମଙ୍କ ପରାମର୍ଶ ପରେ ବେପାରୀଙ୍କୁ ମହଙ୍ଗା ଦରରେ ସୁନା କିଣିବାରୁ ମୁକ୍ତି ମିଳିଛି। ଫଳରେ ବଡ଼ କ୍ଷତିରୁ ବ୍ୟବସାୟୀ ରକ୍ଷା ପାଇ ଯାଇଛନ୍ତି।

ସିଟିଆଇ ଚେୟାରମ୍ୟାନ୍ ବୃଜେଶ ଗୋୟଲଙ୍କ କହିବା ଅନୁସାରେ ପିଏମ୍ ମୋଦୀ ପରାମର୍ଶ ଦେବା ସମୟରେ ସୁନା କେଜି ୧.୯୦ କୋଟି ଟଙ୍କା ଥିଲା। ହେଲେ ଆଜି ଏହା ୧.୨୬ କୋଟିକୁ ଖସି ଆସିଛି। ଅର୍ଥାତ କେଜି ପ୍ରତି ୬୫ ଲକ୍ଷ ଟଙ୍କାର ହ୍ରାସ ହୋଇଛି। ଆଉ ଯଦି ପ୍ରତି ୧୦ ଗ୍ରାମର ହିସାବକୁ ଦେଖିବା ତେବେ ୬୫ ହଜାର ଟଙ୍କା ଶସ୍ତା ହୋଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି।

ମୋଦୀଙ୍କ ସିଟିଆଇର ୩ ତାରିଫ

ସୁନା ବେପାରୀଙ୍କୁ କ୍ଷତିରୁ ବଞ୍ଚାଇଲେ- ଦେଶର ଲକ୍ଷାଧିକ ଅଳଙ୍କାର ବ୍ୟବସାୟୀ ସୁନାକୁ କିଛି ମାସର ସୁନାକୁ ଷ୍ଟକରେ ରଖିଥାନ୍ତି। ଯଦି ସେହି ସମୟରେ ବ୍ୟବସାୟୀମାନେ ପୁରୁଣା ମୂଲ୍ୟରେ ସୁନା କିଣିଥାନ୍ତେ, ତେବେ ସେମାନଙ୍କୁ କେଜି ପ୍ରତି ୬୬ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥାନ୍ତା। ଫଳରେ ଲକ୍ଷାଧିକ ଅଳଙ୍କାର ବ୍ୟବସାୟୀଙ୍କୁ ଋଣରେ ବୁଡ଼ିଥାନ୍ତେ। ତେଣୁ ମୋଦୀ ଜୀ ବଞ୍ଚାଇ ଦେଲେ ବୋଲି ବ୍ୟବାସୀୟମାନେ କହୁଥିବା ସିଟିଆଇ କହିଛି।

Also Read- ପୁଣି କାର ଦାମ ବଢାଇଲା ମାରୁତି ସୁଜୁକି: ଆର୍ଥିକ ବର୍ଷ ୨୦୨୭ରେ ୪ ଥର ବଢ଼ିଲା ଦର

ବିରୋଧ କରୁଥିବା ଲୋକେ ବି ସ୍ୱୀକାର କଲେ- ମୋଦୀଙ୍କ ନିଷ୍ପତ୍ତିକୁ ପୂର୍ବରୁ କେତେକ ବ୍ୟବସାୟୀ ବିରୋଧ କରିଥିଲେ। ହେଲେ ଏବେ ସେମାନେ ହିଁ ଏହାକୁ ସ୍ୱୀକାର କରୁଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଦର କମିବା ପରେ ବାହାଘର ପାଇଁ ସୁନା କିଣିବାକୁ ଚାହୁଁଥିବା ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆସନ୍ତା ସିଜିନରେ ୫୨ ଲକ୍ଷ ବାହାଘର ହେବ। ଏହି ପରିବାର ଟିକେ କମ ଦାମରେ ସୁନା କିଣିପାରିବେ।

ଆଗକୁ ବି ପରାମର୍ଶ ଦେବାକୁ ଦାବି- ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସୁନା-ରୁପା ବଜାରକୁ ନେଇ ସିଟିଆଇ ପ୍ରଧାନମନ୍ତ୍ରୀଙ୍କ ଠାରୁ ପରାମର୍ଶ ଲୋଡ଼ିଛି। ସମୟ ସମୟରେ ବ୍ୟବସାୟୀଙ୍କୁ ମଧ୍ୟ ପରାମର୍ଶ ଦେବାକୁ ସିଟିଆଇ ଧନ୍ୟବାଦ ପତ୍ରରେ ଲେଖିଛି।