ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ବୁଧବାର ଟ୍ରମ୍ପ କହିଛନ୍ତି ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ୩୦ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା । ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ରୋକିବାରେ ତାଙ୍କର ଭୂମିକାକୁ ମଧ୍ୟ ଦୋହରାଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଜୀବନ ବଞ୍ଚାଇଛନ୍ତି । ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଜୀବନ ବଞ୍ଚିନଥାନ୍ତା । ଟ୍ରମ୍ପଙ୍କ ବୟାନ ଅପରେସନ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ଯୋଡ଼ି କହିଥିବା କୁହାଯାଉଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ-ପାକିସ୍ତାନ ସାମରିକ ଉତ୍ତେଜନା ସମୟରେ ତାଙ୍କର କୂଟନୈତିକ ହସ୍ତକ୍ଷେପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଜୀବନ ରକ୍ଷା କରିଥିଲା । ଟ୍ରମ୍ପ କହିଛନ୍ତି ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ପରିସ୍ଥିତି ଅଧିକ ଖରାପ ହୋଇଥାନ୍ତା । ପରିସ୍ଥିତି ଏକ ପରମାଣୁ ସଂଘର୍ଷ ଆଡକୁ ନେଉଥିଲା ଏବଂ ତାଙ୍କ ପ୍ରୟାସ ୩୫ ନିୟୁତ ଲୋକଙ୍କ ଜୀବନ ରକ୍ଷା କରିଛି ।

ଟ୍ରମ୍ପଙ୍କ ବୟାନ ସ୍ପଷ୍ଟ କରୁଛି ଯେ ୨୦୨୫ ମେ’ ମାସରେ ଭାରତ ବିରୁଦ୍ଧରେ ଚାରି ଦିନିଆ ସାମରିକ ସଂଘର୍ଷ ସମୟରେ ପାକିସ୍ତାନକୁ ବଡ଼ ଝଟକା ଲାଗିଥିଲା । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୋର ପ୍ରଥମ ୧୦ ମାସରେ, ମୁଁ କାମ୍ବୋଡିଆ ଏବଂ ଥାଇଲାଣ୍ଡ ସମେତ ଆଠଟି ଯୁଦ୍ଧ ବନ୍ଦ କରିଦେଇଥିଲି । ଏହା କୌଣସି ମଜାକ ନୁହେଁ । ପାକିସ୍ତାନ ଏବଂ ଭାରତ ମଧ୍ୟରେ ଏକ ପରମାଣୁ ଯୁଦ୍ଧ ହୋଇଥାନ୍ତା । ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋତେ କହିଥିଲେ ଯେ ଯଦି ମୁଁ ହସ୍ତକ୍ଷେପ କରିନଥାନ୍ତି, ତେବେ ୩ କୋଟି ୫୦ ଲକ୍ଷ ଲୋକ ମରିଥାନ୍ତେ ।"