ମୁମ୍ବାଇ: କ୍ରିକେଟ୍ ଓ ବଲିଉଡ୍ ଜଗତକୁ ଯୋଡ଼ି ଏକ ଚର୍ଚ୍ଚିତ ଖବର ଏବେ ସୋସିଆଲ୍ ମିଡିଆରେ ଜୋର୍ଦାର ଭାବେ ଭାଇରାଲ୍ ହେଉଛି। ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ୨୦୨୭ ମସିହାରେ ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ପୁଅଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଏହି ବିବାହକୁ ନେଇ ଉଭୟ କ୍ରିକେଟ୍ ଓ ସିନେମା ଜଗତରେ ନୂଆ ସମ୍ପର୍କ ଗଢ଼ିଉଠିବ ବୋଲି ଅନେକ ପୋଷ୍ଟରେ ଦାବି କରାଯାଉଛି। ତେବେ ଏହି ଖବରକୁ ନେଇ ଏବେ ଆସିଛି ବଡ଼ ସ୍ପଷ୍ଟୀକରଣ।

ସାରାଙ୍କ ବିବାହ ଖବର ଗୁଜବ !ସୋସିଆଲ୍ ମିଡିଆରେ ପ୍ରଚାର ହେଉଥିବା ଖବର ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ୨୦୨୭ରେ ସନ୍ନି ଦେଓଲଙ୍କ ପୁଅଙ୍କୁ ବିବାହ କରିବେ। ଏହି ଖବର ପ୍ରସାରିତ ହେବା ପରେ ଉଭୟ ପରିବାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହି ଦାବିରେ କୌଣସି ସତ୍ୟତା ନଥିବା ସ୍ପଷ୍ଟ କରିଛନ୍ତି ଘଟଣା ସମ୍ପର୍କରେ ଅବଗତ ଥିବା ଏକ ସୂତ୍ର। ସୂତ୍ରର ସୂଚନା ଅନୁଯାୟୀ, ସାରାଙ୍କ ବିବାହକୁ ନେଇ ତେନ୍ଦୁଲକର ପରିବାର ପକ୍ଷରୁ କୌଣସି ଘୋଷଣା କିମ୍ବା ସୂଚନା ଦିଆଯାଇନାହିଁ। ନିର୍ଦ୍ଧିଷ୍ଠ ସୂତ୍ରରୁ ଆହୁରି କୁହାଯାଇଛି ଯେ , ଏହି ରିପୋର୍ଟଗୁଡ଼ିକ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାକୁ ସତ୍ୟ ଖବର ଭାବେ ଗ୍ରହଣ କରିବା ଉଚିତ ନୁହେଁ। ଏପରିକି ସାରାଙ୍କୁ ଯେଉଁ ବ୍ୟକ୍ତିଙ୍କ ସହ ଯୋଡ଼ି ଏହି ଖବର ପ୍ରଚାର କରାଯାଉଛି, ସାରା ତାଙ୍କୁ ଏପର୍ଯ୍ୟନ୍ତ ଭେଟି ମଧ୍ୟ ନାହାନ୍ତି।

ଭାଇରାଲ୍ ହେଉଥିବା କେତେକ ପୋଷ୍ଟରେ ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲଙ୍କ ନାମ ମଧ୍ୟ ଯୋଡ଼ାଯାଇଛି। ସେ ସାରାଙ୍କୁ ଦାମୀ ଉପହାର ପଠାଉଥିବା ନେଇ ମଧ୍ୟ ଦାବି କରାଯାଇଛି। ତେବେ ଏହି ଦାବିଗୁଡ଼ିକର ମଧ୍ୟ କୌଣସି ବିଶ୍ୱସନୀୟ ପ୍ରମାଣ ମିଳିନାହିଁ। ସାରା ତେନ୍ଦୁଲକର, ତେନ୍ଦୁଲକର ପରିବାର କିମ୍ବା ଦେଓଲ ପରିବାର ମଧ୍ୟରୁ କେହି ଏଭଳି ସମ୍ପର୍କ କିମ୍ବା ବିବାହ ଖବରକୁ ନିଶ୍ଚିତ କରିନାହାନ୍ତି।

ଏହି ଗୁଜବ ସୋସିଆଲ ମିଡ଼ିଆରୁ ଆରମ୍ଭ ହୋଇଥିବା ଜଣାପଡିଛି । ବିଶେଷକରି ରେଡିଟ୍ ଭଳି ପ୍ଲାଟଫର୍ମରେ କେତେକ ପୋଷ୍ଟ ହେବା ପରେ ଏହା ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଦ୍ରୁତ ଗତିରେ ବ୍ୟାପିଥିଲା। ଏହି ଘଟଣାକୁ ନେଇ ସୂତ୍ର ପକ୍ଷରୁ ଭୁଲ୍ ଖବର ପ୍ରସାରଣ ଉପରେ ଚିନ୍ତା ପ୍ରକାଶ କରାଯାଇଛି। କୌଣସି ବିଶ୍ୱସନୀୟ ଉତ୍ସ କିମ୍ବା ଯାଞ୍ଚ ବିନା ଏକ ସୋସିଆଲ୍ ମିଡିଆ ପୋଷ୍ଟ ବାରମ୍ବାର ସେୟାର ହେବା ଦ୍ୱାରା ତାହା ପ୍ରକୃତ ଖବର ଭଳି ଦେଖାଯିବା ଆଜିର ଡିଜିଟାଲ୍ ଯୁଗର ଏକ ବଡ଼ ସମସ୍ୟା ବୋଲି ସୂତ୍ର କହିଛି।

ALSO READ- Avinash -Eisha Breakup: ଇଶାଙ୍କୁ ଧୋକା ଦେଇଛନ୍ତି ଅଭିନାଶ ! ଅଭିନେତ୍ରୀ କହିଲେ- ବିଶ୍ଵାସ କରି ଭୁଲ କରିଛି...

ତେବେ ସାରା ତେନ୍ଦୁଲକର ଓ ରାଜବୀର ଦେଓଲଙ୍କ ବିବାହକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା ହୋଇନାହିଁ। ତେଣୁ ୨୦୨୭ରେ ଏହି ବିବାହ ହେବ ବୋଲି ପ୍ରଚାରିତ ଖବରକୁ ଗୁଜବ ଭାବେ ହିଁ ଦେଖିବା ଉଚିତ। ଏହି ଘଟଣା ବୟାନ କରୁଛି , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ପ୍ରତ୍ୟେକ ଖବରକୁ ସତ୍ୟ ବୋଲି ବିଶ୍ୱାସ କରିବା ପୂର୍ବରୁ ଏହାର ସତ୍ୟତା ଯାଞ୍ଚ କରିବା ଆଜିର ସମୟରେ ଅତ୍ୟନ୍ତ ଜରୁରୀ।