ଖଲ୍ଲିକୋଟ ୩୧।୧୦ : ଅନଲାଇନ୍ ଗେମ୍ ଯୋଗୁଁ ଜଣେ ଯୁବକଙ୍କ ଅମୂଲ୍ୟ ଜୀବନ ଚାଲି ଯାଇଛି। ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆବୁଧାବି ଯାଇଥିବା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କନକା ଗାଁର ୨୫ ବର୍ଷୀୟ ପ୍ରବାସୀ ଶ୍ରମିକ ବାବୁଲା ନାୟକ ସେଠାରେ ବିଷପାନ କରି ଆତ୍ମହତ୍ୟା କରିଛନ୍ତି।

ଖବର ଅନୁଯାୟୀ, ଆବୁଧାବିର ଏକ ଘରୋଇ କମ୍ପାନୀରେ ଫିଟର୍ ଭାବେ କାର୍ଯ୍ୟରତ ବାବୁଲା ନିଜ ଗାଁର ଜଣେ ଯୁବକଙ୍କ ଅନଲାଇନ୍ କେସିନୋ ଗେମ୍ ଜାଲରେ ଫସି ଲକ୍ଷାଧିକ ଟଙ୍କା ହାରିଯାଇଥିଲେ। ହାରିଥିବା ଟଙ୍କା ଶୁଝିବା ପାଇଁ ବାରମ୍ବାର ଚାପ ଓ ଜୀବନରୁ ମାରିଦେବାକୁ ଧମକ ମିଳିବାରୁ ସେ ଗତ ୨୭ ତାରିଖରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏହି ଘଟଣା ପରେ କନକା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ଖଲ୍ଲିକୋଟ ଥାନା ଓ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

Also Read:-Shah Rukh Khan Mannat Story: ଶାହରୁଖଙ୍କ ମନ୍ନତ କିଣିବାର ସ୍ଵପ୍ନ କିପରି ହେଲା ପୂରା ? ବଙ୍ଗଳା କିଣିବା ପଛର କାହାଣୀ କହିଲେ ଅନିଲ କପୁର