ଭୁବନେଶ୍ବର ୧୩।୧୧: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଧଉଳି ଥାନା ଲିଙ୍ଗିପୁର ଟ୍ରାଫିକ୍ ନିକଟରେ ଦୁର୍ଘଟଣା । କାର୍ ଧକ୍କାରେ ବାଇକ୍ ଚୁରମାର୍ ହୋଇଛି । ବାଇକ୍ର ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି l ମୃତାହତ ବାଲିପାଟଣା ଅଞ୍ଚଳର ବୋଲି ଜଣାପଡିଛି । ଗୁରୁବାର ବିଳମ୍ବିତ ରାତିରେ ଘଟିଥିଲା ଦୁର୍ଘଟଣା ।

ମୃତାହତ ଉଭୟ ବାଲିପାଟଣା ଅଞ୍ଚଳର ଏକ ସମିଲ୍ରେ କାମ କରନ୍ତି ବୋଲି ଜଣାପଡିଛି l ଏକ ମୋଟର ସାଇକେଲରେ ୨ ଜଣ ଉତ୍ତରା ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ l ରାତି ପ୍ରାୟ ୧୨ଟାରେ ଉପରୋକ୍ତ ଥାନା ଲିଙ୍ଗିପୁର ଟ୍ରାଫିକ୍ ନିକଟ ଅତିଥି ହୋଟେଲ ସମ୍ମୁଖରେ ଏକ ଦ୍ରୁତଗାମୀ କାର୍ ଉକ୍ତ ମୋଟର ସାଇକେଲକୁ ଧକ୍କା ଦେଇଥିଲା l ଫଳରେ ମୋଟର ସାଇକେଲରେ ବସିଥିବା ୨ ଜଣ ରାସ୍ତାକୁ ଛିଟିକି ପଡ଼ିଥିଲେ l

AlsoRead:-ବକେୟା ପାଇଁ ସରକାରୀ ଅଫିସ୍ ସମ୍ପତ୍ତି ଜବତ, ମୃତ ଠିକାଦାରଙ୍କ ପରିବାରକୁ ମିଳିବ ୧.୩୭ କୋଟି

ଗୁରୁତର ଅବସ୍ଥାରେ ଧଉଳି ଥାନାର ପିସିଆର ଗାଡି ୨ ଜଣଙ୍କୁ କ୍ୟାପିଟାଲ ଭର୍ତ୍ତି କରିଥିଲେ l ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l