Ola S1 X+ 5.2kWh launched: ଇରାନ ଯୁଦ୍ଧ ପାଇଁ ଇନ୍ଧନ ସଂକଟ ବେଳେ ଭାରତରେ ଇଭି ଚାହିଦା ବଢ଼ି ଯାଇଛି। ଲୋକେ ପୂର୍ବ ଅପେକ୍ଷା ଅଧିକ ଇଲେକ୍ଟ୍ରିକ୍ ଗାଡ଼ି କିଣୁଛନ୍ତି। ଆଉ ମଉକା ଦେଖି ଚୌକା ମାରିବାକୁ ଲକ୍ଷ୍ୟରେ ଓଲା ଏକ ହାଇ ରେଞ୍ଜ୍ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି। ଏଥିରେ ପ୍ରିମିୟମ ବ୍ୟାଟେରୀ ଲାଗିଥିବା ବେଳେ ଚାର୍ଜିଂ ରେଞ୍ଜ୍ ଗ୍ରାହକଙ୍କୁ ଖୁସି କରିଦେବ।

ଇଲେକ୍ଟ୍ରିକ ଟୁହ୍ୱିଲର ସେଗମେଣ୍ଟର ପ୍ରମୁଖ କମ୍ପାନୀ ଓଲା ସୋମବାର ଏହାର ହାଇ ରେଞ୍ଜ୍ ସ୍କୁଟର S1 X+ 5.2 kWh ମଡେଲ୍ ଲଞ୍ଚ କରିଛି। କମ୍ପାନୀ ଏହାର ପ୍ରାରମ୍ଭିକ ଏକ୍ସ ଶୋ ରୁମ ମୂଲ୍ୟ ୧,୨୯,୯୯୯ ଟଙ୍କା ରଖିଛି। ତେବେ ଏପ୍ରିଲ ୧୫ ପରେ ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ବୋଲି କମ୍ପାନୀ କହିଛି। ଏହି ସ୍କୁଟରରେ ଓଲାର ସ୍ୱଦେଶୀ 4680 ‘Bharat Cell’ ବ୍ୟାଟେରୀ ଟେକନିକ ଲଗାଯାଇଛି। ଯାହାକୁ କମ୍ପାନୀ ପୂର୍ବରୁ କେବଳ ପ୍ରିମିୟମ ମଡେଲରେ ଦେଉଥିଲା।


Also Read- Petrol Price: ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ନିର୍ବାଚନ ପରେ ବଢ଼ିପାରେ ପେଟ୍ରୋଲ- ଡିଜେଲ ଦାମ୍ !

ଏହି ବ୍ୟାଟେରୀ ଟେକ୍ନିକ୍ କମ୍ପାନୀର ସମ୍ପୂର୍ଣ୍ଣ ନିଜସ୍ୱ। ଏହି ଟେକନିକ ବ୍ୟବହାର ଦ୍ୱାରା କମ୍ପାନୀ ହାଇ ରେଞ୍ଜର ସ୍କୁଟର ମାର୍କେଟକୁ ଆଣିପାରିବ ବୋଲି କହିଛି। Ola S1 X+ 5.2kWh ଭାରିଆଣ୍ଟ ଥରେ ଚାର୍ଜ ହେଲେ ୩୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ ବୋଲି କମ୍ପାନୀ ଦାବି କରିଛି।

ପରଫର୍ମାନ୍ସ ଓ ଫିଚର୍ସ

• ମୋଟର: 11 kW ମିଡ-ଡ୍ରାଇଭ୍ ମୋଟର (ଇଣ୍ଟିଗ୍ରେଟେଡ୍ MCU ସହିତ)
• ରେଞ୍ଜ: ୩୨୦ କିମି (IDC ରେଞ୍ଜ)
• ଟପ୍ ସ୍ପିଡ୍: ୧୨୫ କିମି/ଘଣ୍ଟା
• ବ୍ରେକିଂ: ବ୍ରେକ୍-ବାଏ-ୱାୟାର ସିଷ୍ଟମ ଏବଂ ଫ୍ରଣ୍ଟ ଡିସ୍କ ବ୍ରେକ୍

TVS iQube ସହ ମୁକାବିଲା

୧.୩୦ ଲକ୍ଷ ଟଙ୍କା ମୂଲ୍ୟ ଏବଂ ଏକ ବଡ଼ ୫.୨kWh ବ୍ୟାଟେରୀ ପ୍ୟାକ୍ ସହିତ ଲଞ୍ଚ ହୋଇଥିବା Ola S1 X+ ଇଲେକ୍ଟ୍ରିକ୍ ସ୍କୁଟର ବର୍ତ୍ତମାନର ଲଙ୍ଗ ରେଞ୍ଜ ସ୍କୁଟର ମାର୍କେଟରେ ଲିଡର ସାଜିଥିବା TVS iQube କୁ ଟକ୍କର ଦେବ।ହାଇ ରେଞ୍ଜର ମାଇଲେଜ୍ ଦେବାରେ ଶୀର୍ଷରେ ଥିବା iQube ରେ ଟିକେ ବଡ଼ ୫.୩kWh ବ୍ୟାଟେରୀ ପ୍ୟାକ୍ ରହିଛି, କିନ୍ତୁ ଏହାର IDC ରେଞ୍ଜ ୨୧୨ କିମି । ଦାମ ବି ଓଲା ଠାରୁ ଅଧିକ ରହିଛି। TVS iQube ର ଦାମ ୧.୫୯ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍, ଭାରତ) ରହିଥିବା ବେଳେ ଫିଚର୍ସ ଦୃଷ୍ଟିରୁ ଏଥିରେ ଅଧିକ ଫିଚର୍ସ ଦିଆଯାଇଛି।

VAHAN ତଥ୍ୟ ଅନୁଯାୟୀ, ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ସେଗମେଣ୍ଟରେ TVS iQube ଲଗାତାର ଶୀର୍ଷରେ ରହିଛି। ଏହି ସେଗମେଣ୍ଟରେ ବିକ୍ରି ହେଉଥିବା ମୋଟ ଦୁଇ ଚକିଆ ଯାନ ମଧ୍ୟରୁ TVS iQube ଶେୟାର ଅଧିକ ରହିଛି। ଅନ୍ୟପଟେ Ola Electric ମାନ୍ଦାବସ୍ଥା ଜାରି ରହିଛି। ଓଲାର ମାର୍କେଟ୍ ଡାଉନ ଥିବା ବେଳେ ୨୦୨୬ ଫେବ୍ରୁଆରୀରେ ଓଲା ଇ-ସ୍କୁଟର ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଥିଲା।

Also Read- Price hike: ମହଙ୍ଗା ପଡ଼ୁଛି ଇରାନ ଯୁଦ୍ଧ, ୭% ବଢ଼ିଲା ଖାଦ୍ୟ ତେଲ ଦାମ, ସାମ୍ପୁ ସାବୁନ ମହଙ୍ଗା, ଏସି ଠୁ ଫ୍ରିଜ୍ ୧୫% ଦର ବୃଦ୍ଧି

ପ୍ରଥମ ଥର ପାଇଁ ଓଲା ଠାରୁ ଉପରେ ରହିଥିଲା ଗ୍ରୀଭସ୍ ଇଲେକ୍ଟ୍ରିକ୍ ମୋବିଲିଟି(Greaves Electric Mobility)। ତେବେ ମାର୍ଚ୍ଚରେ କମ୍ପାନୀର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ୨୦୨୪ ରେ ଓଲାର ଜବରଦସ୍ତ ବିକ୍ରି ହେଉଥିଲା। କମ୍ପାନୀ ମୋଟ ମାର୍କେଟ୍ର ୫୧ ପ୍ରତିଶତ ଶେୟାର ରଖୁଥିଲା। ହେଲେ ଏଥିରେ ଦ୍ରୁତ ହ୍ରାସ ଘଟି ଏବେ ମାର୍ଚ୍ଚ ୨୦୨୬ ସୁଦ୍ଧା କମ୍ପାନୀ ଚତୁର୍ଥ ସ୍ଥାନରେ ରହିଛି।