ନୂଆଦିଲ୍ଲୀ: ଇଂଲଣ୍ଡର ୱିକେଟକିପର ବ୍ୟାଟର ଜୋଶ ବଟଲର୍ ଏବଂ ପୂର୍ବତନ ଦ୍ରୁତ ବୋଲର ଷ୍ଟୁଅର୍ଟ ବ୍ରଡ୍ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ୧୦ ବଲର ଚୟନ କରିଛନ୍ତି । ଏହି ତାଲିକାରେ ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ଯଶପ୍ରିତ ବୁମରାହ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକଗ୍ରା ଏବଂ ଶ୍ରୀଲଙ୍କାର ସ୍ପିନ୍ ଯାଦୁକର ମୁଥେଇଆ ମୁରଲୀଧରନଙ୍କ ସମେତ ଅନ୍ୟ ମହାନ ବୋଲରଙ୍କ ତୁଳନାରେ ତୃତୀୟ ସ୍ଥାନରେ ଅଛନ୍ତି ।

ବଟଲର୍ ଏବଂ ବ୍ରଡ୍ "ଫର୍ ଦି ଲଭ୍ ଅଫ୍ କ୍ରିକେଟ୍" ପୋଡକାଷ୍ଟରେ ସେମାନେ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ୧୦ ଜଣ ବୋଲରଙ୍କୁ ଚୟନ କରିଥିଲେ । ଦୁହେଁ ଯଶପ୍ରିତ ବୁମରାଙ୍କୁ ସାମିଲ କରିଥିଲେ । ଶୀର୍ଷରେ ଅଛନ୍ତି ଅନ୍ତର୍ଜାତୀୟ କ୍ୟାରିୟରକୁ ୧୦୦୧ ୱିକେଟ୍ ନେଇଥିବା ଅଷ୍ଟ୍ରେଲିୟ ଲେଗ୍-ସ୍ପିନ୍ ସେନ୍ ୱର୍ଣ୍ଣ । ମୁରଲୀଙ୍କ ବ୍ୟତୀତ ସେ ୧୦୦୦ ଅନ୍ତର୍ଜାତୀୟ ୱିକେଟ୍ କ୍ଲବର ଏକମାତ୍ର ସଦସ୍ୟ । ୱର୍ଣ୍ଣ ସର୍ବକାଳୀନ ଦ୍ୱିତୀୟ ସର୍ବାଧିକ ଟେଷ୍ଟ ୱିକେଟ୍ ଟେକର ଏବଂ ଅଷ୍ଟ୍ରେଲିଆର ସର୍ବାଧିକ ୱିକେଟ୍ ଟେକର ।

ଇଂଲଣ୍ଡର ସବୁଠାରୁ ସଫଳ ପେସର ଏବଂ ୯୯୧ ୱିକେଟ ସହିତ ସର୍ବାଧିକ ୱିକେଟ ହାସଲକାରୀ ଜେମ୍ସ ଆଣ୍ଡରସନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବୁମରାହ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ପେସରମାନଙ୍କ ମଧ୍ୟରୁ ଜଣେ ଏବଂ ଆଧୁନିକ ଯୁଗର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ । ସେ ୨୪୩ ମ୍ୟାଚରେ ୫୧୧ ୱିକେଟ୍ ନେଇଛନ୍ତି, ଯେଉଁଥିରେ ୧୮ଟି ପାଞ୍ଚ ୱିକେଟ୍ ରହିଛି । ସେ ଭାରତର ସର୍ବକାଳୀନ ଅଷ୍ଟମ ସର୍ବାଧିକ ୱିକେଟ୍ ନେଇଥିବା ବୋଲର । ସେ ଭାରତ ସହିତ ଦୁଇଟି ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛନ୍ତି । ୨୦୨୪ ସଂସ୍କରଣରେ 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ୍' ଏବଂ ୨୦୨୬ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ 'ପ୍ଲେୟାର ଅଫ୍ ଦି ମ୍ୟାଚ୍' ହୋଇଥିଲେ ।

ତିନିଥର ବିଶ୍ୱକପ୍ ବିଜେତା ଏବଂ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ୱିକେଟ୍ ନେଇଥିବା ମ୍ୟାକଗ୍ରା (୭୧ ୱିକେଟ୍) ଚତୁର୍ଥ ସ୍ଥାନରେ ଅଛନ୍ତି। ମ୍ୟାକଗ୍ରା ୩୭୬ ମ୍ୟାଚ୍ରେ ୯୪୯ ୱିକେଟ୍ ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା (୧,୩୪୭) ମୁରଲୀଧରନ ଷଷ୍ଠ ସ୍ଥାନରେ ଅଛନ୍ତି ।

ବଟଲର୍ ଏବଂ ବ୍ରଡଙ୍କ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ୧୦ ବୋଲର

ସେନ୍ ୱାର୍ଣ୍ଣ (ଅଷ୍ଟ୍ରେଲିଆ)

ଜେମ୍ସ ଆଣ୍ଡରସନ (ଇଂଲଣ୍ଡ)

ଜସପ୍ରିତ ବୁମରା (ଭାରତ)

ଗ୍ଲେନ୍ ମ୍ୟାକଗ୍ରା (ଅଷ୍ଟ୍ରେଲିଆ)

ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ)

ମୁଥେଇଆ ମୁରଲୀଧରନ୍ (ଶ୍ରୀଲଙ୍କା)

ଡେଲ୍ ଷ୍ଟେନ୍ (ଦକ୍ଷିଣ ଆଫ୍ରିକା)

କାଗିସୋ ରାବାଡା (ଦକ୍ଷିଣ ଆଫ୍ରିକା)

ସନ୍ ପଲକ୍ (ଦକ୍ଷିଣ ଆଫ୍ରିକା)

ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ)