Price hike: ଇରାନ ଯୁଦ୍ଧ ସାରା ବିଶ୍ୱର ମାର୍କେଟକୁ ମହଙ୍ଗା କରିଛି। ହର୍ମୁଜ ଜଳପଥ ବନ୍ଦ ହେବା ଦ୍ୱାରା, ଅଶୋଧିତ ତୈଳର ମୂଲ୍ୟରେ ଯେଉଁ ବୃଦ୍ଧି ଘଟିଛି, ଏଥିରେ ଅନ୍ୟାନ୍ୟା ସାମଗ୍ରୀ ଦର ବଢ଼ିବା ଆରମ୍ଭ ହୋଇଗଲାଣି। ଖାଇବା ତେଲର ଦାମ ୭% ବଢ଼ିଥିବା ବେଳେ ଆଗକୁ ସାବୁନ, ସାମ୍ପୁ, ବିସ୍କିଟ ଭଳି ଏଫ୍ଏମ୍ସିଜି ସାମଗ୍ରୀ ମହଙ୍ଗା ହେବାର ଆଶଙ୍କା ଦେଖା ଦେଇଛି।

ଭାରତୀୟଙ୍କ ପାଇଁ ମହଙ୍ଗା ପଡ଼ୁଛି ଇରାନ ଯୁଦ୍ଧ

ଇରାନ ଯୁଦ୍ଧ ଯୋଗୁ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଅସ୍ଥିର ପରିସ୍ଥିତି ଭାରତୀୟ ଥାଳି ମହଙ୍ଗା କଲାଣି। ଖର୍ଚ୍ଚ ବଢ଼ୁଥିବାରୁ ଯୁଦ୍ଧର ସାଂଘାତିକ ପରିଣତ ସହୁଛନ୍ତି ଭାରତୀୟ ପରିବାର। ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ବିଭିନ୍ନ କ୍ଷେତ୍ରରେ ଚାପ ସୃଷ୍ଟି କରିଛି। EY India(ଇୱାଇ ଇଣ୍ଡିଆ)ର ଏକ ବିଶ୍ଳେଷଣ ରିପୋର୍ଟ କହୁଛି ଏହି ପ୍ରଭାବ ଆଗାମୀ ଦୁଇ ବର୍ଷ ପାଇଁ ଜାରି ରହିପାରେ। ଖାଦ୍ୟ ତେଲ ମୂଲ୍ୟ ୭% ରୁ ଅଧିକ ବୃଦ୍ଧି ପାଇଛି। ଭାରତ ଏହାର ଖାଦ୍ୟ ତେଲ ଆବଶ୍ୟକତାର ୫୭% ଆମଦାନୀ କରେ, ଯେଉଁଥିରେ ପାମ୍ ତେଲ, ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ରହିଛି।

Also read- Petrol Price: ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ନିର୍ବାଚନ ପରେ ବଢ଼ିପାରେ ପେଟ୍ରୋଲ- ଡିଜେଲ ଦାମ୍ !

ସେହିପରି ପ୍ୟାକେଜିଂ, ପରିବହନ ଏବଂ କଞ୍ଚାମାଲର ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ସାବୁନ, ପେଷ୍ଟ ଏବଂ ବିସ୍କିଟ ଭଳି FMCG ଉତ୍ପାଦ ତିଆରି କରୁଥିବା କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରିବାକୁ କିମ୍ବା ପ୍ୟାକେଜଗୁଡ଼ିକୁ ସଙ୍କୁଚିତ କରିବାକୁ ବାଧ୍ୟ ହୋଇପାରନ୍ତି। ଏହାକୁ ଅର୍ଥନୀତି ଭାଷାରେ "ଶ୍ରିଙ୍କଫ୍ଲେସନ" ବୋଲି କୁହାଯାଏ। କେବଳ ଏଫ୍ଏମସିଜି ନୁହେଁ, ଦର ବୃଦ୍ଧିର ଆଳ ଦେଖାଇ ପେଣ୍ଟ, ଟେକ୍ସଟାଇଲ ଏବଂ ପର୍ସନାଲ କେୟାର କମ୍ପାନୀଗୁଡ଼ିକ ମଧ୍ୟ ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି।

FMCG: ସାବୁନ, ସାମ୍ପୁ, ବିସ୍କିଟ ଭଳି ଉତ୍ପାଦର ଯୋଗାଣ ବାଧାପ୍ରାପ୍ତ ହେଉଛି

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ବିଫଳ ହେବା ଫଳରେ ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଇଛି। ସୋମବାର ଅଶୋଧିତ ତୈଳ ମୂଲ୍ୟ ୮% ରୁ ଅଧିକ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୪ ଡଲାର ଉପରେ ପହଞ୍ଚିଛି, ଯାହା ଫଳରେ ସାର୍ଫେକ୍ଟାଣ୍ଟ ଓ ପେଟ୍ରୋକେମିକାଲ୍ ଡେରିଭେଟିଭ୍ସର ଅଭାବ ଦେଖାଦେଇଛି।ଫଳରେ ସାମ୍ପୁ ଏବଂ ସାବୁନ ଭଳି ଉତ୍ପାଦର ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ଏଡାଇବା ପାଇଁ ପ୍ୟାକେଜିଂର ଆକାର ଛୋଟ କରିବାକୁ ଚିନ୍ତା କରୁଛନ୍ତି।

କଞ୍ଜ୍ୟୁମର ଡ୍ୟୁରେବଲ୍ସ: ଖର୍ଚ୍ଚ ୧୦-୧୫% ମହଙ୍ଗା

ଘରୋଇ ଉପକରଣର ଉତ୍ପାଦନ ଖର୍ଚ୍ଚ ୧୦-୧୫% ବୃଦ୍ଧି ପାଇଛି। କମ୍ପାନୀଗୁଡ଼ିକ ଏହି ଖର୍ଚ୍ଚର ୭୦% ଗ୍ରାହକଙ୍କ ଉପରେ ଲଦି ସାରିଛନ୍ତି। ୱାସିଂ ମେସିନ୍, ରେଫ୍ରିଜରେଟର, ଫ୍ୟାନ୍ ଏବଂ LED ର ମୂଲ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ, ଭୟଙ୍କର ଗ୍ରୀଷ୍ମ ପ୍ରବାହର ସମ୍ଭାବନା ଥିବା ସତ୍ତ୍ୱେ ଭୋଲଟାସ୍ ଏବଂ ବ୍ଲୁ ଷ୍ଟାର ଭଳି ଏସି କମ୍ପାନୀଗୁଡ଼ିକର ସେୟାର ବୃଦ୍ଧି ପାଉଛି। କାରଣ ବିକ୍ରୟ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା କରାଯାଉଛି।

Also Read- ବଢ଼ିଯିବ ଦର, ଚାକିରି ହରାଇବେ ଲକ୍ଷ ଲକ୍ଷ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ IMF ଲିଡର୍ଙ୍କ ଚେତାବନୀ

କପଡ଼ା ପେଣ୍ଟ- ଦାମ ୫% ପର୍ଯ୍ୟନ୍ତ ବଢ଼ିପାରେ

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଯୋଗୁ ପ୍ଲାଷ୍ଟିକର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ପର୍ଯ୍ୟନ୍ତ ବଢ଼ି ଯାଇଛି। ବୟନ ଶିଳ୍ପ କ୍ଷେତ୍ରରେ, ପଲିଷ୍ଟର, ନାଇଲନ୍ ଏବଂ କଲର କେମିକାଲ୍ସ ୨୦-୨୫% ମହଙ୍ଗା ହୋଇଛି। ଭାରତର ବୟନ ଶିଳ୍ପ ଉତ୍ପାଦନରେ ସିନ୍ଥେଟିକ୍ ଫାଇବର ଭାଗ ୬୦% ରହିଥାଏ। EY ରିପୋର୍ଟ ଅନୁଯାୟୀ, ଏପ୍ରିଲ ୧ ରୁ ଆରମ୍ଭ ହେଉଥିବା ୨୦୨୬-୨୭ ଆର୍ଥିକ ବର୍ଷରେ କପଡ଼ା ଏବଂ ରଙ୍ଗର ମୂଲ୍ୟରେ ୨-୫% ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

ମାର୍ଚ୍ଚରେ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ଗତକାଲି କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଅନୁସାରେ, ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ଫୀତି.%ବୃଦ୍ଧି ପାଇଛି। ଯାହା ଫେବୃଆରୀରେ.%ଥିଲା। ଇସ୍ରାଏଲ,ଆମେରିକା ଏବଂ ଇରାନ ଯୁଦ୍ଧ ଏହି ମୁଦ୍ରାସ୍ଫୀତିର ମୁଖ୍ୟ କାରଣ। ଯଦି ଆଗକୁ ଯୁଦ୍ଧ ଲାଗି ରହିଲା ତେବେ ସ୍ଥିତି ଆହୁରି ସଂଘାତିକ ହୋଇପାରେ। 
ମୁଦ୍ରାସ୍ଫୀତି ବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛି ଖାଦ୍ୟ ସାମଗ୍ରୀରମୂଲ୍ୟ ବୃଦ୍ଧି। ଖାଦ୍ୟ ମୁଦ୍ରାସ୍ଫୀତି ମାର୍ଚ୍ଚ ମାସରେ ୩.୭୧%କୁ ବୃଦ୍ଧି ପାଇଛି,ଯାହା ଫେବୃଆରୀରେ ୩.୪୭% ଥିଲା।ତେବେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ମୁଦ୍ରାସ୍ଫୀତି ସାମାନ୍ୟ କମ୍ ରହିଛି। ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ଫେବୃଆରୀରେ ୩.୩୭% ଥିଲା। ହେଲେ ମାର୍ଚ୍ଚରେ ଏହା ବଢ଼ି ୩.୬୩% ହୋଇଛି। ହେଲେ ସହରାଞ୍ଚଳ ମୁଦ୍ରାସ୍ଫୀତି ୩.୦୨%ରୁ ବୃଦ୍ଧି ପାଇ ୩.୧୧% ହୋଇଛି।

Aslo read- Tamato Price Crash ଟମାଟର ଦର ହ୍ରାସ ଯୋଗୁ ଚାଷୀ ହତାସ