ମେଷ- କାମରେ ମନ ଲାଗିବ ଏବଂ ଅଟକି ରହିଥିବା କାମ ଆଗକୁ ବଢ଼ିପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଲାଭ ପାଇଁ ଭଲ ସୁଯୋଗ ଆସିବ। ଘରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ ମନାନ୍ତର ହୋଇପାରେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

ବୃଷ- ଦିନଟି ମୋଟାମୋଟି ଭଲ ରହିବ। କାମରେ ଆପଣଙ୍କ ଚେଷ୍ଟାର ଫଳ ମିଳିପାରେ। ପୁରୁଣା ଟଙ୍କା ଫେରି ପାଇବାର ଆଶା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ ଦିଅନ୍ତୁ। କାହାକୁ ଟଙ୍କା ଧାର ଦେବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ।

ମିଥୁନ- ନୂଆ ଯୋଜନା କରିବା ପାଇଁ ଭଲ ଦିନ। କାର୍ଯ୍ୟକ୍ଷେତ୍ରରେ ନିଜ କଥା ଓ ବ୍ୟବହାର ଦ୍ୱାରା ଅନ୍ୟମାନଙ୍କ ମନ ଜିଣିପାରିବେ। ବ୍ୟବସାୟରେ ନୂଆ ଲୋକଙ୍କ ସହ ସମ୍ପର୍କ ବଢ଼ିବ। ବନ୍ଧୁଙ୍କଠାରୁ ଭଲ ଖବର ମିଳିପାରେ। ପରିବାରରେ କିଛି ଦାୟିତ୍ୱ ବଢ଼ିବ। ନିଷ୍ପତ୍ତି ନେବାରେ ତରବର ହୁଅନ୍ତୁ ନାହିଁ।

କର୍କଟ- ମନରେ ଥିବା କିଛି ଚିନ୍ତା ଦୂର ହୋଇପାରେ। ଚାକିରିରେ ଧୈର୍ଯ୍ୟ ରଖି କାମ କଲେ ଭଲ ଫଳ ମିଳିବ। ଘର ପାଇଁ କିଛି ଜିନିଷ କିଣିବାରେ ଖର୍ଚ୍ଚ ହୋଇପାରେ। ଆତ୍ମୀୟଙ୍କ ସହ ଭଲ ସମୟ କଟିବ। ଅନ୍ୟର କଥାକୁ ନେଇ ଅଧିକ ମନ ଖରାପ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ- ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। କର୍ମକ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ବ୍ୟବସାୟରେ ଲାଭ ହୋଇପାରେ, କିନ୍ତୁ ଅଧିକ ଲୋଭ କରନ୍ତୁ ନାହିଁ। ପିଲାମାନଙ୍କ ପାଠପଢ଼ାକୁ ନେଇ ଭଲ ଖବର ମିଳିପାରେ। ଘରେ ନିଜ ରାଗକୁ ନିୟନ୍ତ୍ରଣ କରନ୍ତୁ। ପୁରୁଣା କାମରେ ସଫଳତା ମିଳିବାର ଆଶା ରହିଛି।

କନ୍ୟା- କାମର ଚାପ ରହିପାରେ, ତେଣୁ ଗୋଟିଏ ପରେ ଗୋଟିଏ କାମ ସାରନ୍ତୁ। ଚାକିରିରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିପାରେ। ଆର୍ଥିକ ଦିଗରେ ଆୟ ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରଖନ୍ତୁ। ପରିବାରର କାହାରି ସହ ଭୁଲ ବୁଝାମଣା ହେଲେ କଥାବାର୍ତ୍ତା କରି ସମାଧାନ କରନ୍ତୁ। ସ୍ୱାସ୍ଥ୍ୟ ପାଇଁ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ।

ତୁଳା- ନିଜ କାମକୁ ନେଇ ଉତ୍ସାହ ବଢ଼ିବ। ନୂଆ କାମ ଆରମ୍ଭ କରିବା କିମ୍ବା ନୂଆ ଯୋଜନା କରିବାର ସୁଯୋଗ ମିଳିପାରେ। ବ୍ୟବସାୟରେ ଗ୍ରାହକଙ୍କ ସହ ଭଲ ସମ୍ପର୍କ ରହିବ। ଜୀବନସାଥୀଙ୍କ ସହଯୋଗରେ ପାରିବାରିକ ସମସ୍ୟା ସମାଧାନ ହୋଇପାରେ। ଅଟକିଥିବା କାମରେ ଗତି ଆସିବ। ନିଜ କଥା ରଖିବା ସହ ଅନ୍ୟର ମତକୁ ମଧ୍ୟ ସମ୍ମାନ ଦିଅନ୍ତୁ।

ବିଛା- କିଛି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅଫିସରେ ଅନ୍ୟର ଦାୟିତ୍ୱ ନିଜ ଉପରକୁ ନିଅନ୍ତୁ ନାହିଁ। ଟଙ୍କାପଇସା କାରବାରରେ ସାବଧାନ ରୁହନ୍ତୁ। ପରିବାରରେ ଆପଣଙ୍କ ପରାମର୍ଶର ଗୁରୁତ୍ୱ ବଢ଼ିବ। ପ୍ରେମ ସମ୍ପର୍କରେ ସନ୍ଦେହ ନକରି ଖୋଲାଖୋଲି କଥା ହୁଅନ୍ତୁ। ଧୈର୍ଯ୍ୟ ରଖିଲେ ଅସୁବିଧା ଦୂର ହେବ।

ଧନୁ- ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ କିଛି ନୂଆ ସୁଯୋଗ ମିଳିପାରେ। ଚାକିରି ବଦଳାଇବାକୁ ଚାହୁଁଥିଲେ ଭଲ ଭାବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ବ୍ୟବସାୟରେ ଲାଭର ଆଶା ରହିଛି। ପରିବାରରେ ମିଳିମିଶି ରହିଲେ ଖୁସି ବଢ଼ିବ। ଦୂର ସ୍ଥାନରୁ ଖବର ମିଳିପାରେ। ଅଧିକ ଆତ୍ମବିଶ୍ୱାସରେ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ପରିଶ୍ରମ ଅନୁସାରେ ଫଳ ମିଳିବାକୁ କିଛି ସମୟ ଲାଗିପାରେ, ତେଣୁ ଧୈର୍ଯ୍ୟ ହରାନ୍ତୁ ନାହିଁ। ଆର୍ଥିକ ଦିଗରେ ଯୋଜନା କରି ଖର୍ଚ୍ଚ କରନ୍ତୁ। ଘରର ବୟସ୍କ ବ୍ୟକ୍ତିଙ୍କ ପରାମର୍ଶ ଉପକାରରେ ଆସିବ। ନୂଆ କାମ ପାଇଁ ଭଲ ସୁଯୋଗ ମିଳିପାରେ। ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ।

କୁମ୍ଭ- ନିଜ ଯୋଜନାକୁ କାର୍ଯ୍ୟରେ ଲଗାଇବାର ସୁଯୋଗ ମିଳିବ। ଚାକିରିରେ ନୂଆ ଦାୟିତ୍ୱ ଆସିପାରେ। ବ୍ୟବସାୟରେ ଅନ୍ୟମାନଙ୍କ ସହ ମିଶି କାମ କଲେ ଲାଭ ମିଳିବ। ଦୂରରେ ରହୁଥିବା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ। ଘରେ ଖୁସିର ପରିବେଶ ରହିବ। ଅନାବଶ୍ୟକ ବିତର୍କରୁ ଦୂରେଇ ରହି ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ।

ମୀନ- କାମରେ ମନ ଲଗାଇଲେ ଭଲ ଫଳ ମିଳିବ। ଆର୍ଥିକ ଦିଗରେ କିଛି ନୂଆ ଯୋଜନା କରିପାରନ୍ତି, କିନ୍ତୁ ଟଙ୍କା ନିବେଶ କରିବା ପୂର୍ବରୁ ଭଲ ଭାବେ ବୁଝିନିଅନ୍ତୁ। ପରିବାରରେ ଛୋଟ କଥାକୁ ନେଇ ମନ ଖରାପ ହୋଇପାରେ। ପ୍ରେମ ସମ୍ପର୍କରେ ସମୟ ଦେବା ଆବଶ୍ୟକ। କାମରେ ଅନ୍ୟର ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682