ମେଷ- କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ହୋଇପାରେ। ଅଟକିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ।

ବୃଷ- ଆର୍ଥିକ ଦିଗରେ ଭଲ ସୁଯୋଗ ମିଳିପାରେ। ବ୍ୟବସାୟରେ ନୂଆ ଯୋଜନା କରିବା ପାଇଁ ଦିନଟି ଅନୁକୂଳ। କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଉଚିତ ମୂଲ୍ୟ ମିଳିପାରେ। ପରିବାରରେ ଶାନ୍ତି ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ମିଥୁନ- ଆପଣଙ୍କ କଥାବାର୍ତ୍ତା ଓ ବୁଦ୍ଧିମତା କାମରେ ଆସିବ। ଚାକିରିରେ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ଲାଭ ପାଇଁ ଅଧିକ ଯୋଜନା କରିବାକୁ ପଡ଼ିବ। ଅନ୍ୟମାନଙ୍କ କଥାରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାଇଭଉଣୀଙ୍କ ସହଯୋଗ ମିଳିପାରେ।

କର୍କଟ- ମାନସିକ ଚାପ କିଛି ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ରଖି କାମ କରନ୍ତୁ। ଘରୋଇ କାର୍ଯ୍ୟରେ ଅଧିକ ସମୟ ଦେବାକୁ ପଡ଼ିପାରେ। ଅର୍ଥ ଧାର ଦେବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ଜୀବନସାଥୀଙ୍କ ସହ ଖୋଲାଖୋଲି ଆଲୋଚନା କଲେ ସମସ୍ୟା ଦୂର ହୋଇପାରେ।

ସିଂହ- ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ଚାକିରିରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିପାରେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ। ପରିବାରରେ ଶୁଭ ଖବର ମିଳିପାରେ। ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁଁ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ।

କନ୍ୟା- ଯୋଜନାବଦ୍ଧ ଭାବରେ କାମ କଲେ ସଫଳତା ମିଳିବ। ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରଖନ୍ତୁ। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ଛାତ୍ରଛାତ୍ରୀଙ୍କ ମନ ପାଠପଢ଼ାରେ ଲାଗିବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ଓ ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ।

ତୁଳା- କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ନୂଆ ସମ୍ପର୍କରୁ ଭବିଷ୍ୟତରେ ଲାଭ ହୋଇପାରେ। ଦାମ୍ପତ୍ୟ ଜୀବନରେ ପରସ୍ପରକୁ ବୁଝିବା ଆବଶ୍ୟକ। ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତିରେ ତରବର ହୁଅନ୍ତୁ ନାହିଁ। ଦିନର ଶେଷ ଭାଗରେ ମନ ଶାନ୍ତ ରହିବ।

ବିଛା- କିଛି କାମରେ ବିଳମ୍ବ ହୋଇପାରେ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରହିବା ସହ କାର୍ଯ୍ୟକ୍ଷେତ୍ରର ଗୁପ୍ତ କଥା ଅନ୍ୟମାନଙ୍କୁ କୁହନ୍ତୁ ନାହିଁ। ଆର୍ଥିକ କାରବାରରେ ସାବଧାନତା ଆବଶ୍ୟକ। ପୁରୁଣା ସମସ୍ୟାର ସମାଧାନ ପାଇଁ ଉପାୟ ମିଳିପାରେ। ପରିବାରର ବୟସ୍କଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

ଧନୁ- ନୂଆ କାମ ଆରମ୍ଭ କରିବାକୁ ମନ ବଳିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ପାଇଁ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ଆଗକୁ ବଢ଼ିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ପରିବାର ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ।

ମକର- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଧୈର୍ଯ୍ୟ ଓ ପରିଶ୍ରମ ଦ୍ୱାରା ଭଲ ଫଳ ପାଇବେ। ଆର୍ଥିକ ଦିଗରେ ନୂଆ ଯୋଜନା କରିବା ପୂର୍ବରୁ ସମସ୍ତ ଦିଗ ବିଚାର କରନ୍ତୁ। ପରିବାରରେ କିଛି ମତଭେଦ ହେଲେ ଶାନ୍ତ ଭାବରେ ସମାଧାନ କରନ୍ତୁ। ବିଶ୍ରାମ ପାଇଁ ସମୟ ବାହାର କରନ୍ତୁ।

କୁମ୍ଭ- ଭାଗ୍ୟର ସହଯୋଗରେ କିଛି କାମ ସହଜ ହୋଇପାରେ। ଉଚ୍ଚଶିକ୍ଷା ଓ ନୂଆ କୌଶଳ ଶିଖିବା ପାଇଁ ଦିନଟି ଭଲ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ। ଆର୍ଥିକ ଲାଭ ହେଲେ ମଧ୍ୟ ସଞ୍ଚୟ ପ୍ରତି ଧ୍ୟାନ ଦିଅନ୍ତୁ।

ମୀନ- କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଧୈର୍ଯ୍ୟ ରଖିବା ଆବଶ୍ୟକ। ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିପାରେ। ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ଦୂର କରିବାକୁ ଚେଷ୍ଟା କରନ୍ତୁ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682