ଭୁବନେଶ୍ୱର: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଜଳିବ ଓଡ଼ିଶା । ତାତିରୁ ନିସ୍ତାର ନାହିଁ। ଉପକୂଳବର୍ତ୍ତୀ ଅଞ୍ଚଳ ଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡିଶା ସବୁଠି ଗରମ ଓ ଅସହନୀୟ ଗୁଳୁଗୁଳି ଅନୁଭଵ ହେବ । ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ପ୍ରଭାବ ରହିବ ବୋଲି ଚେତାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

​​​​​​​Also Read...Weather Alert: ଏଥର ଭୟଙ୍କର ଗ୍ରୀଷ୍ମ ପ୍ରବାହ: ଦକ୍ଷିଣ ଏସିଆକୁ ହିଟ୍ ଡୋମ୍ ଆଲର୍ଟ, ବର୍ତ୍ତିବନି ଭାରତ !

ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡାର କିଛି ସ୍ଥାନରେ ଗ୍ରୀଷ୍ନ ପ୍ରବାହ ଅନୁଭବ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି । ୧୭ ତାରିଖରେ ଏହି ୪ଟି ଜିଲା ସହ ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ପାଇଁ ହିଟ୍ ୱେବ୍ ଚେତାବନୀ ରହିଛି । ଉପକୂଳ ଓଡ଼ିଶାରେ ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ଆହୁରି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି।