ନୂଆଦିଲ୍ଲୀ: ସାବଧାନ ! ଦକ୍ଷିଣ ଏସିଆକୁ ଗ୍ରାସୁଛି ତାତି। ଆକାଶରୁ ହେବ ଅଗ୍ନି ବର୍ଷା। ହିଟ୍ ଡୋମ୍ରୁ ବର୍ତ୍ତିବନି ଭାରତ। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ। ଅସହ୍ୟ ଗରମରେ ଆକ୍ତାମାକ୍ତା ହେବେ ଦେଶବାସୀ। ଓଡ଼ିଶା ସମେତ ୨୦ ରାଜ୍ୟକୁ ହିଟ୍ ଓ୍ୱେଭ ଓ୍ୱାର୍ଣ୍ଣିଂ। ୪୫ ଡିଗ୍ରୀ ପାର ହୋଇଯିବ ପାରଦ। ୫୦ ଡିଗ୍ରୀ ବି ଛୁଇଁବ। ହଠାତ କାହିଁକି ବଢ଼ିଯିବ ସୂର୍ଯ୍ୟଙ୍କ ଉତ୍ତାପ ? କଣ ଏହି ରହସ୍ୟମୟୀ ହିଟ୍ ଡୋମ୍। ଯିଏ ଅଧା ଭାରତକୁ ଗ୍ରାସିବାରେ ଲାଗିଛି।

ହିଟ୍ ଡୋମ୍ ଅର୍ଥ ଭୟଙ୍କର ଗ୍ରୀଷ୍ମ ପ୍ରବାହ। ଯାହାର ତାପମାତ୍ରା ୪୦ରୁ ୪୫ ଡିଗ୍ରୀ ସେଲସିୟସ। କିଛି ଅଞ୍ଚଳରେ ଗରମ ୫୦°C ମଧ୍ୟ ପର୍ଯ୍ୟନ୍ତ ପହଞ୍ଚିବ। ଏହି ଗ୍ରୀଷ୍ମ ପ୍ରବାହ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଏକ ଉଚ୍ଚ-ଚାପ କ୍ଷେତ୍ର ଭୂମି ନିକଟରେ ଗରମ ପବନକୁ ଆବଦ୍ଧ କରି ରଖେ। ଏହାଦ୍ୱାରା ଉତ୍ତର, କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତରେ ଗରମ ପବନ ପରିସ୍ଥିତି ସୃଷ୍ଟି କରେ। IMD ଅନେକ ରାଜ୍ୟ ପାଇଁ ଏକ ରେଡ୍ ଆଲର୍ଟ ଜାରି କରିଛି।

ରାଜସ୍ଥାନ, ଗୁଜରାଟ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ବିହାରରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବାର ଚେତାବନୀ ପ୍ରକାଶ ପାଇଛି। ଅନେକ ସହରରେ ତାପମାତ୍ରା 50°C ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାଛଡା ଗୁଜରାଟ, ଓଡ଼ିଶା, ବିଦର୍ଭ ଏବଂ ଛତିଶଗଡ଼ର ସୌରାଷ୍ଟ୍ର-କଚ୍ଛ ପାଇଁ ହିଟ୍ ଓ୍ୱେଭ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏଠାରେ କେବଳ ହେବନି ବରଂ ଅସହ୍ୟ ଗୁଳୁଗୁଳି ବି ହେବ। ପ୍ରଚଣ୍ଡ ଖରା ଏବଂ ଆର୍ଦ୍ରତା ଯୋଗୁଁ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ହିଟ୍ ଷ୍ଟ୍ରୋକ୍ ଏବଂ ଅଚେତ ଭଳି ଘଟଣା ସାମନାକୁ ଆସିବ।

ସ୍ୱାସ୍ଥ୍ୟ ବିପଦକୁ ଦୃଷ୍ଟିରେ ରଖି ନୂଆ ଦିଲ୍ଲୀ ସ୍ଥିତ ଶକ୍ତି ପରିବେଶ ଏବଂ ଜଳ ପରିଷଦ (CEEW) ଦ୍ୱାରା ଏହି ହବ୍ ଆୟୋଜନ କରାଯାଇଛି ଦକ୍ଷିଣ ଏସିଆ ହିଟ୍ ଆଣ୍ଡ୍ ହେଲ୍ଥ ହବ୍। ଏହି ପଦକ୍ଷେପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ପାଣିପାଗ ସଂଗଠନ ଦ୍ୱାରା ନେତୃତ୍ୱାଧୀନ ଗ୍ଲୋବାଲ୍ ହିଟ୍ ହେଲ୍ଥ ଇନଫର୍ମେସନ୍ ନେଟୱାର୍କ ଅଧୀନରେ ଆରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ- ଏହି ଅଞ୍ଚଳର ଦେଶଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ଗରମ ମୁକାବିଲା କରିବା ଏବଂ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଉତ୍ତମ ରଣନୀତି ତିଆରି କରିବା।

also read- ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ଆସିଲା IMDଙ୍କ ପୂର୍ବାନୁମାନ, ଜାଣନ୍ତୁ ଏବର୍ଷ Mansoonର ମିଜାଜ କ’ଣ?

ବିଶେଷଜ୍ଞଙ୍କ ଅନୁଯାୟୀ, ଏସିଆ ଅନ୍ୟ ଅଞ୍ଚଳ ତୁଳନାରେ ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ଉଷ୍ମ ହେଉଛି। ଗତ ଦଶନ୍ଧିରେ ବିଶ୍ୱ ତାପମାତ୍ରା ରେକର୍ଡ ସ୍ତରକୁ ପହଞ୍ଚିଛି। ଆକଳନ କରାଯାଉଛି ଯେ ୨୦୩୦ ସୁଦ୍ଧା ଦକ୍ଷିଣ ଏସିଆର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ପ୍ରଚଣ୍ଡ ଗରମ ସମ୍ମୁଖୀନ ହେବେ।

​​​​​​​

ଭାରତରେ ମଧ୍ୟ ପରିସ୍ଥିତି ଚିନ୍ତାଜନକ। ଏଠାରେ ପ୍ରାୟ ୫୭ ପ୍ରତିଶତ ଜିଲ୍ଲା ପୂର୍ବରୁ High Heatwave Risk ବର୍ଗରେ ଅଛନ୍ତି। CEEW ସିଇଓ ଡକ୍ଟର ଅରୁଣାଭା ଘୋଷ କହିଛନ୍ତି ଯେ ପ୍ରଚଣ୍ଡ ଗରମ କେବଳ ଏକ ଋତୁକାଳୀନ ବିପଦ ନୁହେଁ; ଏହା ଦକ୍ଷିଣ ଏସିଆର ଜନସ୍ୱାସ୍ଥ୍ୟ, ଅର୍ଥନୈତିକ ଉତ୍ପାଦକତା ଏବଂ ଭିତ୍ତିଭୂମି ପାଇଁ ଏକ ବ୍ୟବସ୍ଥାଗତ ବିପଦ ସୃଷ୍ଟି କରିବ। ସେଥିପାଇଁ ସରକାର, ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଏବଂ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି।