ଭୁବନେଶ୍ୱର : ଗଞ୍ଜେଇ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ। ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍ । ଆନ୍ତଃରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଏସଟିଏଫ ଗିରଫ କରିଛି ।

ସୂଚନାନୁସାରେ ଓଡ଼ିଶାରୁ ରାଜସ୍ଥାନ ରାଜପଥରେ ଚାଲୁଥିଲା କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର। ପରଦା ପଛରୁ ଅପରେଟ୍ କରୁଥିଲେ ଆନ୍ତଃରାଜ୍ୟ ଡ୍ରଗ୍ସ ସିଣ୍ଡିକେଟ। କିନ୍ତୁ ଏଥର ସେମାନଙ୍କ ପଛରେ ପଡ଼ିଥିଲା STF। କେବଳ ଗଞ୍ଜେଇ ଜବତରେ ନୁହେଁ, ବରଂ ପୂରା ନେଟୱର୍କକୁ ଧ୍ୱଂସ କରିବା ପାଇଁ ଆରମ୍ଭ ହୋଇଥିଲା ଡାଟା ଡ୍ରିଭେନ୍ ଟାର୍ଗେଟିଂ । ଏପ୍ରିଲ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟ ପିତାପଲ୍ଲୀରୁ ୨୨୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଭର୍ତ୍ତି କଣ୍ଟେନର ଜବତ କରିଥିଲା STF। ସେତେବେଳେ ରାଜସ୍ଥାନର ପାରସ ନାଥଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତଦନ୍ତ ସେଠାରେ ଅଟକିନଥିଲା। ଗୁଜରାଟ ଓ ରାଜସ୍ଥାନ ଯାଇ ପ୍ରମାଣ ସଂଗ୍ରହ, ଟେକ୍ନିକାଲ ଆନାଲିସିସ ଏବଂ ଫିଲ୍ଡ ଇଣ୍ଟେଲିଜେନ୍ସ ଆଧାରରେ STF ପହଞ୍ଚିଥିଲା ଏହି ସିଣ୍ଡିକେଟର ମୂଳ ଖେଳାଳିଙ୍କ ପାଖରେ। ଏହାପରେ ଗଞ୍ଜାମର ଶିବରାମ ବିଶ୍ୱାଳ, ଶିବରାମ ପାତ୍ର ଓ କାନା ମିତୁ ଓରଫ ମନୋରଞ୍ଜନ ସାବତଙ୍କୁ ଗିରଫ କରିଛି STF। ତଦନ୍ତ ବେଳେ ଶିବରାମ ବିଶ୍ୱାଳଙ୍କ ଘରୁ ୩ ଲକ୍ଷ ୮୬ ହଜାର ନଗଦ ଟଙ୍କା , ମୋବାଇଲ ଫୋନ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ ହୋଇଛି। ଏହି ଟଙ୍କା ଡ୍ରଗ୍ସ କାରବାରର ଆୟ କି ନୁହେଁ, ତାହାର ଖୋଳତାଡ଼ ଚାଲିଛି।

ତଦନ୍ତରେ ଜଣାପଡ଼ିଛି, ଏହି ଗ୍ୟାଙ୍ଗ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟିକ ପରିମାଣର ଗଞ୍ଜେଇ ସଂଗ୍ରହ କରି ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ଚାଲାଣ କରୁଥିଲା। ଏବେ ଏହି ଗ୍ୟାଙ୍ଗର ଆର୍ଥିକ କାରବାର, ସମ୍ପତ୍ତି ଓ ନେଟୱର୍କରେ ସାମିଲ ଅନ୍ୟ ସଦସ୍ୟଙ୍କୁ ଚିହ୍ନଟ କରିବାକୁ ଜୋରଦାର ତଦନ୍ତ ଚାଲିଛି। ଗଞ୍ଜେଇ ଜବତରୁ ଆରମ୍ଭ ହୋଇଥିବା ତଦନ୍ତ... ଏବେ ପହଞ୍ଚିଛି ସମ୍ପୂର୍ଣ୍ଣ ଡ୍ରଗ୍ସ ସିଣ୍ଡିକେଟର ମୂଳ ପର୍ଯ୍ୟନ୍ତ। ପରବର୍ତ୍ତୀ ଟାର୍ଗେଟ କିଏ? ତାହା ଖୋଜୁଛି STF। ତେବେ ବଡ଼ କଥା ହେଉଛି ପୂର୍ବ ଲିଙ୍କରୁ ଏମାନେ ଧରା ପଡ଼ିଥିବା ଯାହା ସୂଚନା ମିଳିଛି। ଆଗକୁ ଆହୁରି ଜୋରଦାର ହେବ ଧରପକଡ଼। ବର୍ତ୍ତିବେନି ଚୋରାଚାଲାଣ ମାଫିଆ।

Also Read- Bhubaneswar crime news : ରାଜଧାନୀରେ ପୁଣି ଚାଞ୍ଚଲ୍ୟ , ବାପାକୁ ପଥରରେ ଛେଚି ହତ୍ୟା କଲା ପୁଅ