ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ହତ୍ୟା। ବାପାକୁ ପଥର ଛେଚି ବିଭତ୍ସ ଭାବେ ହତ୍ୟା କଲା ପୁଅ l ପାରିବାରିକ କଳହ ଓ ନିଶା ଯୋଗୁ ହତ୍ୟା କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏଭଳି ଏକ ଛାତିଥରା ଘଟଣା ମଞ୍ଚେଶ୍ଵର ଥାନା ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ୍ ପାଖରେ ଘଟିଛି । ମଞ୍ଚେଶ୍ୱର ଥାନା ପୁଲିସଘଟଣାସ୍ଥଳରୁ ବାପାଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି। ଏହା ପରେ ମୃତଦେହକୁବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ପିତୃହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ତେବେ କାହିଁକି ଏଭଳି ନୃଶଂସ ହତ୍ୟାକାଣ୍ଡ ଭିଆଇଲା ତାହାକୁ ନେଇ ଛାନ୍ଭିନ୍ ଚାଲିଛି।

ସୂଚନାନୁସାରେ ସୋମବାର ବିଳମ୍ବିତ ରାତିରେ, ନିଶା ଖାଇ କୌଣସି କାରଣରୁ ବାପା ପୁଅଙ୍କ ମଧ୍ୟରେ ହୋଇଥିଲା ବଚସା। ଉତ୍ତ୍ୟକ୍ତ ହୋଇ ବାପା ଏସ ଦୁର୍ଜ୍ୟଧନଙ୍କୁ ପଥରରେ ଛେଚି ହତ୍ୟା କରିଛି ପୁଅ ଦେବରାଜ I ବାପାଙ୍କୁ ହତ୍ୟା କରିବା ପରେ ମା' କୁ ବି ଦେଉଥିଲା ଧମକ I ରାତି ସମୟରେ ଘରେ ସମସ୍ତଙ୍କୁ ଗୋଡାଇ ମାରିବାରୁ ଅନ୍ୟମାନେ ଘର ଛାଡ଼ି ପଳାଇ ଯାଇଥିଲେ I ଏବେ ହତ୍ୟାକାରୀ ପୁଅ କାବୁ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଦୀର୍ଘ ଦିନର ଝଗଡ଼ା ଭୟଙ୍କର ରୂପ ନେଇଥିବା ପଡୋଶୀ ସୂଚନା ଦେଇଛନ୍ତି । ସେପଟେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଜାରି ତଦନ୍ତ ରଖିଛନ୍ତି । ତେବେ ୨୪ ଘଣ୍ଟା ଭିତରେ ମଞ୍ଚେଶ୍ୱର ଚକେଇଶିଆଣି ଅଞ୍ଚଳରେ ୨ ଟି ମର୍ଡର ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା ।

ସେହିଭଳି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ସମାନ ଧରଣର ହତ୍ୟାକାଣ୍ଡ ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ବାପାର ପ୍ରାଣବାୟୁ ଉଡିଯାଇଛି। ବାପାକୁ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ଅଟକ ରଖି ତଦନ୍ତ ଚଳାଇଛି କୁଚିଣ୍ଡା ପୁଲିସ।

Also Read- ସବୁ ସ୍ନେହ ଭୁଲିଗଲା ପୁଅ, ଟାଙ୍ଗିଆରେ ବାପାକୁ ମାରିଲା ଚୋଟ