ଭୁବନେଶ୍ଵର: ପଶ୍ଚିମବଙ୍ଗରେ ବିଜେପିର ବିଜୟ ନେଇ ଓଡ଼ିଶା ରାଜ୍ୟ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ। ମଞ୍ଚ ଉପରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ ଟାର୍ଗେଟ। ମମତା ଦିଦି ମା ମାଟି ମନୁଷ କଥା କହୁଥିଲେ କିନ୍ତୁ ତା ପରିବର୍ତ୍ତେ, ତାଙ୍କ ଭାଇଙ୍କ ଅର୍ଥାତ ନବୀନ ବାବୁଙ୍କ ପରି କେବଳ ଭୋଟ ବ୍ୟାଙ୍କ ତିଆରି କରୁଥିଲେ। ୫୦୦ରୁ ଅଧିକ ନେତା, ମନ୍ତ୍ରୀ ସମସ୍ତ ନେତୃତ୍ଵ ଦୀର୍ଘ ତିନି ମାସ ଧରି ପଶ୍ଚିମବଙ୍ଗରେ କାମ କରୁଥିଲେ, ତାଙ୍କ ପରିଶ୍ରମର ଫଳ ମିଳିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ଅଭିନନ୍ଦନ | ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ଯେଉଁ ବିଜୟ ଗଣତନ୍ତ୍ରର ବିଜୟ | ବିଜେପି ଉପରେ ଭରସା ବଢ଼ିବାରେ ଲାଗିଛି | ୨୨ ରୁ ଅଧିକ ରାଜ୍ୟରେ ଏନଡିଏ ଶାସନରେ ଅଛନ୍ତି | ଏହି ବିଜୟ ସଂଖ୍ୟାର ଖେଳ ନୁହେଁ ଜନ ପ୍ରତିବଦ୍ଧତାର ପରିଚୟ | ପ୍ରଧାନମନ୍ତ୍ରୀ ସବୁବେଳେ ପୂର୍ବ ଭାରତକୁ ଫୋକସ କରି ଆସିଥିଲେ | ଆଗାମୀ ଦିନରେ ବିଜେପିର ଫୋକସ ଦକ୍ଷିଣ ଭାରତ | ଏହି ବିଜୟରୁ ସଂକଳ୍ପ ନେଉଛୁ ଦକ୍ଷିଣ ଭାରତ ଦଖଲ କରିବୁ | ଏହି ବିଜୟ ଉତ୍ସବ ପତାକା ଉଡାଇବାର ନୁହେଁ, ନୂଆ ସଂକଳ୍ପ ନେବାର ସମୟ | ମୋର ଯେଉଁ ନିର୍ବାଚନ ମଣ୍ଡଳୀଗୁଡିକ ଦାୟିତ୍ୱ ଦିଆଯାଇ ଥିଲା ସେସବୁ ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ଲାଭ କରିଛି।

Also Read: ଧ୍ୟାନ ଦିଅନ୍ତୁ ‘ସୁଭଦ୍ରା’ ହିତାଧିକାରୀ..ଖାତାକୁ ଆସିଲାଣି କି ଟଙ୍କା ?

୫୦୦ରୁ ଅଧିକ ନେତା, ମନ୍ତ୍ରୀ ସମସ୍ତ ନେତୃତ୍ୱମାନେ ଦୀର୍ଘ ତିନି ମାସ ଧରି ପଶ୍ଚିମ ବଙ୍ଗରେ କାମ କରୁଥିଲେ, ତାଙ୍କ ପରିଶ୍ରମର ଫଳ ମିଳିଛି | ଆମ ସଂଗଠନକୁ ଆହୁରି ସଶକ୍ତ କରିବା ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି | ତିନି ରାଜ୍ୟର ସମସ୍ତ ଭୋଟରଙ୍କୁ ଧନ୍ୟବାଦ | ଆଜିର ବିଜୟ ଗଣତନ୍ତ୍ରର ବିଜୟ, ବିଜେପିର ବିଜୟ | ମମତା ଦିଦି ମା ମାଟି ମନୁଷ କଥା କହୁଥିଲେ କିନ୍ତୁ ତା ପରିବର୍ତ୍ତେ, ତାଙ୍କ ଭାଇଙ୍କ ଅର୍ଥାତ ନବୀନ ବାବୁଙ୍କ ପରି କେବଳ ଭୋଟ ବ୍ୟାଙ୍କ ତିଆରି କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି।