ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନକୁ ପାଖାପାଖି ମାସେ ବିତିଲାଣି। ତଥାପି ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି। ଏସବୁ ଭିତରେ ନୀରବତା ଭାଙ୍ଗି ବର୍ଷିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ରାଜ୍ୟସଭା ନିର୍ବାଚନ ଘୋଡା ବେପାରକୁ ନେଇ ଗୁମର ଖୋଲିଛନ୍ତି ପ୍ରଣବ । ସେ କହିଛନ୍ତି କୁତା ବଫାଦାର, ହେଲେ ପ୍ରଭାତ ବିଶ୍ବାଳ କୁତଘ୍ନ | ପ୍ରଭାତ ବିଶ୍ୱାଳ ଓ ପୁଅ ସୌଭିକଙ୍କ ସହ ପରିବାରକୁ କଟୁ ଭାଷାରେ ସମାଲଲୋଚନା କରିଛନ୍ତି ବବି ଦାସ । ଆଉ ବବି ଦାସଙ୍କ ଏମିତି ବୟାନ ଉପରେ ଜବାବ ଦେଇଛନ୍ତି ପ୍ରଭାତ ବିଶ୍ଵାଳ।

ଭୋଟ୍ ପାଇଁ ୮ କୋଟି ମାଗୁଥିଲେ

ବବି ଦାସ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଭୋଟ ଦେବା ପାଇଁ ୮ କୋଟି ମାଗିଥିଲେ ପ୍ରଭାତ| ବିଜେଡି ବିଧାୟକ ଧ୍ରୁବ ସାହୁ ଏହାର ସାକ୍ଷୀ ଅଛନ୍ତି| ୮ କୋଟି ଟଙ୍କା ଋଣ ଅଛି, ବବି ଏହା ଶୁଝିଲେ ଭୋଟ ଦେବି ବୋଲି ପ୍ରଭାତ କହିଥିବା ବବି କହିଛନ୍ତି । ବବି ପ୍ରଭାତଙ୍କୁ ଟାର୍ଗେଟ୍ କରି କହିଛନ୍ତି ୨୪ ଘଣ୍ଟା ନିଜ ସ୍ବାର୍ଥରେ ଥାଆନ୍ତି ପ୍ରଭାତ ବିଶ୍ବାଳ | ଦଳରେ ସେ ନାହାନ୍ତି ତେଣୁ ତାଙ୍କ ମୁଖା ଖୋଲିବା ଦରକାର । ବାପ ପୁଅ ମୋ ଦ୍ବାରକୁ ୫ ଶହ ଥର ଆସିଛନ୍ତି ହେଲେ ମୁଁ ତାଙ୍କ ଦ୍ବାର ଦେଖିନି ବୋଲି ବବି କହିଛନ୍ତି । ପ୍ରଭାତ ବିଶ୍ବାଳ ମୋ ବିରୁଦ୍ଧରେ କହିଛନ୍ତି ହେଲେ ବଦ୍ରି ପାତ୍ର ମତେ ପୁଅ ଭଳି ସ୍ନେହ କରିଛନ୍ତି | ତାଙ୍କ ଅଭିମାନ, ଦରଦ ରହିବ | ପ୍ରଭାତ ବିଶ୍ବାଳ ଜଣେ ଭଣ୍ଡ ବାବା ବୋଲି ବବି କହିଛନ୍ତି ।

Also Read: ଭକ୍ତଙ୍କ ମେଣ୍ଟ ପ୍ରସଙ୍ଗରେ ଦେବୀଙ୍କ 'ସମ୍ଭାବନା'ର ଥିଓରୀ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ହେବ କି ନୂଆ ମେଣ୍ଟ ?

ରସ ନିଶା ପିଇଛନ୍ତି ଉଠି ନାହାନ୍ତି

ବବିଙ୍କ ଅଭିଯୋଗକୁ ପ୍ରଭାତ ବିଶ୍ୱାଳଙ୍କ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଫେବୃଆରୀ ୨୮ରୁ ବହିଷ୍କାର ହେଲିଣି। ବବି ବାବୁ କଣ କହୁଥିଲେ ଖଜୁରୀ ଗଛ କଥା। ସେ ରସ ନିଶା ପିଇଛନ୍ତି ଉଠି ନାହାନ୍ତି। ଆଜି ସେ ନିଶା ଭାଙ୍ଗିଛି ଉଠିକି ବାଉଳି ହେଉଛନ୍ତି। ଆଉ ଟିକେ ନିଶା ଭାଙ୍ଗୁ ସବୁ କଥା କହିବି।୮କୋଟି ପ୍ରଭାତ ବିଶ୍ୱାଳ କାହାକୁ ମାଗିନି। ଆଜି କିଛି କହିବିନି। ୧୭ରେ ମାଙ୍କ ପାଖକୁ ଯାଉଛି। ଫେରିଲେ ଧଳା ପୋଷାକ ପିନ୍ଧିବି।

ସବୁ ତଥ୍ୟ ରାଜ୍ୟବାସୀଙ୍କୁ ଜଣେଇବି

ପ୍ରଭାତ କହିଛନ୍ତି, ୧୮ କି ୧୯ରେ ସବୁ ତଥ୍ୟ ରାଜ୍ୟବାସୀଙ୍କୁ ଜଣେଇବି। ପ୍ରକୃତରେ ଦୁଇ ଜଣ ମନ୍ତ୍ରୀଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧିଥିଲି। ପ୍ରଭାତ ବିଶ୍ୱାଳ କେବେ କୃତଘ୍ନ ହୋଇନି। ପ୍ରଭାତ ବିଶ୍ୱାଳ କେବେ ଗୋଟିଏ ଟଙ୍କା କାହାକୁ ମାଗିନି। ମୋର ଋଣ ଥିଲେ ମୁଁ ତାଙ୍କୁ ମାଗିବି କାହିଁକି ବୋଲି ସେ କହିଛନ୍ତି।

Also Read: Foundation Day politics: ନିମନ୍ତ୍ରଣକୁ ନେଇ ତେଜିଲା ରାଜନୀତି, କିଏ କଣ କହିଲେ ?