ଭୁବନେଶ୍ୱର: ୭୮ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ରାଜଧାନୀ ପାଳୁଛି ୭୮ ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ଗତକାଲିଠୁ ସଜେଇ ହୋଇଥିଲା ମନ୍ଦିର ମାଳିନୀ ସହର । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସ୍ମାର୍ଟ ସିଟିର ପ୍ରମୁଖ ସରକାରୀ କୋଠ । ଲୋକସେବା ଭବନଠୁ ବିଧାନସଭା ସୌଧ ପର୍ଯ୍ୟନ୍ତ ସବୁଠୀ ସାଜସଜ୍ଜା । ତେବେ ଆଜି ପ୍ରତିଷ୍ଠା ଦିବସରେ ନିମନ୍ତ୍ରଣ ରାଜନୀତି ନିମନ୍ତ୍ରଣକୁ ନେଇ ସାଂସଦ-ମେୟର କଥା କଟାକଟି ।

ରାଜଧାନୀ ପ୍ରତିଷ୍ଠା ଦିବସରେ ପୂର୍ବ ସରକାରଙ୍କୁ ସମାଲୋଚନା କଲେ ସାଂସଦ। ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ, ଦିନ ଥିଲା, ଭୁବନେଶ୍ୱର ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ କରାଯାଇନଥିଲା । ଆଜି ବେଶ ଆଦରର ସହ ମୋତେ ନିମନ୍ତ୍ରଣ କରାଯାଇଛି । ଆଉ ମୁଁ ଉତ୍ସାହର ସହ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଛି । ଆଗାମୀ ଦିନରେ ଯେଉଁଠି ଥିଲେ ମଧ୍ୟ ରାଜଧାନୀ ପ୍ରତିଷ୍ଠାରେ ସବୁ ବେଳେ ଯୋଗ ଦେବେ ବୋଲି କହିଛନ୍ତି ।

​​​​​​​Also Read...Metro rail project: କେନ୍ଦ୍ର-ରାଜ୍ୟ ସହଯୋଗରେ ହେବ ମେଟ୍ରୋ ରେଳ ପ୍ରକଳ୍ପ, ସଫଳ ହୋଇନି ଏକୁଟିଆ ପ୍ରୟାସ

ସେପଟେ ଏହାକୁ ଖଣ୍ଡନ କରିଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି, ଅତ୍ୟନ୍ତ ଦୁଃଖର କଥା। ମୁଁ ଯେବେଠୁ ମେୟର ହୋଇଛି, ସବୁବର୍ଷ ତାଙ୍କୁ ନିମନ୍ତ୍ରଣ ପତ୍ର ଯାଇଛି। କୁହା ମଧ୍ୟ ହୋଇଛି । ସେ ଅଲଗା କାମରେ ବ୍ୟସ୍ତ ଥାନ୍ତି ଆସିପାରନ୍ତିନି । ମୁଁ ମଧ୍ୟ ତାଙ୍କ ସହ ଫୋନରେ କଥା ହୋଇଥିଲି । କାର୍ଯ୍ୟବ୍ୟସ୍ତତା ଯୋଗୁଁ ହୁଏତ ସେ ଆସିପାରିନଥିବେ । ଆଜିର ଦିନରେ ଏଭଳି କହିବା ଆଦୌ ଠିକ୍ ନୁହେଁ। ସେ ହେଉଛନ୍ତି ଭୁବନେଶ୍ୱର ସାଂସଦ । ଯେଉଁଠି ଥିଲେ ବି ଭୁବନେଶ୍ୱରକୁ ପ୍ରାଥମିକତା ଦେବା ଦରକାର। ପ୍ରତିଷ୍ଠା ଦିବସରେ ଯୋଗଦେବାର ଆବଶ୍ୟକତା ରହିଛି ।