ନୂଆଦିଲ୍ଲୀ ୧୫।୧୦ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ରାଜ୍ୟ ପ୍ରଭାରୀ । ରାଷ୍ଟ୍ରୀୟ ଅଧକ୍ଷଙ୍କ ପାଖରେ ଓଡିଶା ବିଜେପିର ସାଙ୍ଗଠନିକ ରିପୋର୍ଟ । ଓଡ଼ିଶା ଗସ୍ତ ସାରିବା ପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କୁ ଭେଟିଛନ୍ତି ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀ।

ଖବର ଅନୁଯାୟୀ, କିଛି ଦିନ ତଳେ ରାଜ୍ୟ ପ୍ରଭାରୀ ଓଡ଼ିଶା ଗସ୍ତରେ ଆସିଥିଲେ । ଏଠାରେ ବରିଷ୍ଠ ନେତା ଓ କର୍ମୀଙ୍କୁ ସହ ବୈଠକ କରିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । । ଏହି ସମୟରେ ସାଙ୍ଗଠନିକ ନେତୃତ୍ୱ, ଜିଲ୍ଲା ସଭାପତି, ପ୍ରଭାରୀ, ମନ୍ତ୍ରୀ ସାଂସଦଙ୍କ ସହିତ ଚର୍ଚ୍ଚା ଆଲୋଚନା କରିଥିଲେ । ଗସ୍ତ ସାରି ଫେରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ଓଡ଼ିଶା ପ୍ରଭାରୀ ଏବଂ ସହ ପ୍ରଭାରୀ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ରାଜ୍ୟର ସାଂଗଠନିକ ବିଷୟ, ଦଳରେ ଚାଲୁଥିବା କାର୍ଯ୍ୟକ୍ରମ ଓ ପ୍ରାଥମିକତା ଉପରେ ଆଲୋଚନା କରିଥିବା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି ସହ ପ୍ରଭାରୀ ସ୍ବଦେଶ ସିଂ। ତାଙ୍କ ସହିତ ଉପସ୍ଥିତ ଅଛନ୍ତି ପ୍ରଭାରୀ ଡାଗୁବତୀ ପୁରନ୍ଦେଶ୍ୱରୀ ।

Also Read:-ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ, ବେଆଇନ ଗାଡି ପାର୍କି ବିରୋଧରେ କଠୋର ଆକ୍ସନ ପାଇଁ ଦାବି