ଭୁବନେଶ୍ବର ୧୫।୧୦: ପୁରୀ ଜିଲ୍ଲା ସତ୍ୟବାଦୀରେ ବ୍ଲକ୍ ଅଧ୍ୟକ୍ଷଙ୍କ ଅଫିସରେ ଭଙ୍ଗାରୁଜା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି, ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ବି ପୋଲିସ ଗିରଫ କରିନି । ଆସନ୍ତାକାଲି ସୁଦ୍ଧା ଯଦି ଅଭିଯୁକ୍ତଙ୍କୁ ଗିରଫ କରାନଯାଏ ତାହେଲେ ବିରାଟ ଆନ୍ଦୋଳନ କରିବ ବିଜେଡି । ଏହି ଘଟଣାରେ ସ୍ଥାନୀୟ ବିଧାୟକଙ୍କ ସିଧା ସଳଖ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଛନ୍ତି ଉମାକାନ୍ତ ସାମନ୍ତରାୟ ।

ସେ କହିଛନ୍ତି, ବିଜେପି ସରକାର ଯେବେଠାରୁ ଆସିଛି ସେବେଠାରୁ ଗଣତନ୍ତ୍ର ହତ୍ୟା ହେଉଛି । ଗତକାଲି କେହି ନ ଥିଲା ବେଳେ ଚେୟାରମ୍ୟାନଙ୍କ ଅଫିସ୍ ଭାଙ୍ଗିଛନ୍ତି । ହେଲେ ୨ ଦିନ ହେଲାଣି ପୋଲିସ ହାତ ଖାଲି । ବିଧାୟଙ୍କ ଚାରି ପାଖରେ ବସୁଥିବା ଲୋକ ଏ ଆକ୍ରମଣରେ ସାମିଲ ଅଛନ୍ତି । ଆସନ୍ତାକାଲି ସୁଦ୍ଧା ଦୋଷୀଙ୍କୁ ଗିରଫ କରା ନଗଲେ ବିରାଟ ଆନ୍ଦୋଳନ କରାଯିବ । ବିଡ଼ମ୍ବନାର କଥା ହେଉଛି ଦୋଷ ନ ଥିଲେ ମଧ୍ୟ ମିଛ କେଶରେ ବିଜେଡି ଲୋକଙ୍କୁ ଅଧ ଘଣ୍ଟାରେ ଗିରଫ କରାଯାଇଛି । ହେଲେ ଏ ଘଟଣାରେ ସବୁ ପ୍ରମାଣ ଥାଇ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଉ ନାହିଁ ।

Also Read:- KBDAV କଲେଜରେ ଉତ୍ତେଜନା, ନିର୍ବାଚନ ବାତିଲ୍ ସହ ୭ ଦିନ ପାଇଁ ଧାରା ୧୬୩ ଲାଗୁ

ବିଜେଡି ସମୟରେ ଯିଏ ଦୋଷ କରୁଥିଲେ ତାକୁ ତୁରନ୍ତ ଗିରଫ କରାଯାଉଥିଲା । ଏ ଘଟଣାରେ ବିଧାୟକଙ୍କ ସିଧାସଳଖ ସମ୍ପୃକ୍ତି ରହିଛି । ସେମାନେ ପୂର୍ବ ଦିନରୁ ଆକ୍ରମଣ ପାଇଁ ଯୋଜନା କରିଥିଲେ । ବ୍ଲକ୍ ଆଗରେ ସମସ୍ତଙ୍କୁ ମଦ ଦେଇ ବ୍ଲକ୍କୁ ପଠାଯାଇଥିଲା । ସବୁ ସରକାରୀ ଅଧିକାରୀଙ୍କୁ ଛୁଟି ଦିଆଯାଇଥିଲା । ଯେଉଁମାନେ ବ୍ଲକ୍ରେ ଭଙ୍ଗାରୁଜା କରିଛନ୍ତି ସେମାନେ ବିଧାୟକଙ୍କ ପାଖରେ ସବୁବେଳେ ବୁଲୁଥାନ୍ତି ବୋଲି ଉମାକାନ୍ତ ସାମନ୍ତରାୟ କହିଛନ୍ତି ।

Watch Video: