ଉଦଳା ୧୫।୧୦: ଉଦଳା ରାଜନୀତିରେ ବଡ଼ ହଟଚମଟ । ବିଜେଡି ଛାଡି ବିଜେପିରେ ମିଶିଲେ ବ୍ଲକ ଚେୟାରମ୍ୟାନ ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହିତ ସରପଞ୍ଚ ଓ ସମିତି ସଭ୍ୟ ।

ଉଦଳା ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଶାଳ ମିଶ୍ରଣ ପର୍ବ ଏବେ ଉଦଳା ରାଜନୀତିରେ ଚର୍ଚ୍ଚା ବଢ଼ାଇଛି । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଏସଡ଼ିସି ଚେୟାରମ୍ୟାନଙ୍କ ସମେତ ଦୁଇ ବିଧାୟକଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ଏହି ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବରେ କପ୍ତିପଦା ବ୍ଲକ ଚେୟାରମ୍ୟାନ କାହ୍ନୁ ଚରଣ ସୋରେନ, ୩ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ସିରୁ ସୋରେନ ବିଜୁ ଜନତା ଦଳ ଛାଡି ବିଧିବଦ୍ଧ ଭାବେ ବିଜେପିରେ ମିଶି ପିନ୍ଧିଛନ୍ତି ଗେରୁଆ ଟୋପି ।

Also Read:- ବାରହା ଦାଉରୁ ଫସଲ ବଞ୍ଚାଇବାକୁ ଯାଇଥିଲେ, କୁସୁମୀ ନଦୀରୁ ଉଦ୍ଧାର ହେଲା ଦୁଇ ମୃତଦେହ

ଏହା ସହିତ କପ୍ତିପଦା, ଉଦଳା, ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳର ୨୦ରୁ ଅଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହିତ ୪ଶହରୁ ଉର୍ଦ୍ଧ୍ବ ବିଭିନ୍ନ ରାଜନୈତିକ ଦଳର କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ମିଶିଥିବା କହିଛନ୍ତି । ହଠାତ ବିଜେଡି ଗଡ଼ରୁ ଦୁଇ ପୁରୁଖା ନେତା ଆସି ବିଜେପିରେ ସାମିଲ ହେବା ଉଦଳା ରାଜନୀତିର ସମୀକରଣ ବଦଳାଇଛି ।