ପେଶାଓ୍ଵର: ପାକିସ୍ତାନର ପେଶାଓ୍ଵରରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ସ୍କୁଲର ଛାତ ଭୁଶୁଡ଼ିବାରୁ ଅତି କମରେ ୨୧ ଜଣ ପିଲାଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ସବୁଠୁ ବଡ଼ କଥା ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ିବା ଏକ ସାଧାରଣ ଘଟଣାରେ ପରିଣତ ହୋଇ ଗଲାଣି। ଏହା ପୂର୍ବରୁ ଜୁଲାଇରେ ଏକ ସ୍କୁଲର କାନ୍ଥ ଭୁଶୁଡ଼ିବାରୁ ତିନି ଜଣ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ମୁତାବକ ପେଶାଓ୍ଵରର ଦୀର କଲୋନୀ ସ୍ଥିତ ଏକ ଘରୋଇ ସ୍କୁଲରେ ଏହି ଦୁଃଖଦ ଘଟଣା ଘଟିଛି। ନିକଟସ୍ଥ ଲେଡି ରିଡିଙ୍ଗ ହସ୍ପିଟାଲର ମୁଖପାତ୍ର ମହମ୍ମଦ ଆସିମ କହିଛନ୍ତି ଯେ, ଦୁର୍ଘଟଣାରେ ୨୧ ପିଲାଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲଗୁଡ଼ିକରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି।

Also Read: ହିନ୍ଦୁ ମନ୍ଦିରରେ ହୋଇଥାନ୍ତା ଗଣହତ୍ୟା ! ଶବର ପାହାଡ କରିଥାନ୍ତା ୧୯ ବର୍ଷୀୟ ଯୁବକ, ରାଇଫଲ ସହ ବାନ୍ଧିଲା ପୋଲିସ

ସବୁ ମୃତକଙ୍କ ବୟସ ୧୩ରୁ କମ

ଆସିମ କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ବୟସ ୧୩ ବର୍ଷରୁ କମ ହେବ। ଭଗ୍ନାବଶେଷ ତଳୁ ପ୍ରାୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି। ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ସ୍କୁଲରେ ଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।