ମୁମ୍ବାଇ ୧୪। ୧୦ : ନିତେଶ ତିଓ୍ବାରୀଙ୍କ ଫିଲ୍ମ ରାମାୟଣ : ପାର୍ଟ ୧ ଓ୍ବାର୍ଲ୍ଡଓ୍ବାଇଡ୍ ରିଲିଜ ହେବାକୁ ପ୍ରସ୍ତୁତ ହେଉଛି । ଫିଲ୍ମକୁ ଦର୍ଶକ ଲମ୍ବା ସମୟରୁ ଅପେକ୍ଷା କରୁଛନ୍ତି । ଯାହା ଏବେ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହା ମଧ୍ୟରେ ଖବର ଆସୁଛି କି ରାଷ୍ଟ୍ରପତି ଭବନରେ ବି ଫିଲ୍ମ ସ୍ପେଶାଲ ସ୍କ୍ରିନିଂ ହେବ । ଯେଉଁଥିରେ କିଛି ଖାସ୍ ଅତିଥି ସାମିଲ ହେବେ। ରିପୋର୍ଟ ଅନୁସାରେ ରଣବୀର କପୁର ଏବଂ ୟଶଙ୍କ ଏହି ଫିଲ୍ମ ୫ନଭେମ୍ବରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଜନୈତିକ ନେତାଙ୍କ ଲାଗି ଏକ ଖାସ୍ ସ୍କ୍ରିନିଂର ଆୟୋଜନ କରିବାର ଯୋଜନା କରାଯାଇଛି ।

ଏହି ଦିନ ଫିଲ୍ମ ହଲରେ ବିଶ୍ବ ସାରା ରିଲିଜ୍ ହେବାକୁ ଅଛି । ଏହି ପୌରାଣିକ ଫିଲ୍ମରେ ରଣବୀର କପୁର ଭଗବାନ ରାମ ଏବଂ ୟଶ ରାବଣର ଭୂମିକାରେ ନଜର ଆସିବେ । ସେହିଭଳି ସାଈ ପଲ୍ଲବୀ ସୀତା, ରବୀ ଦୁବେ ଲକ୍ଷ୍ମଣ ଏବଂ ସନୀ ଦେଓଲ ହନୁମାନଙ୍କ ଚରିତ୍ର ନିଭାଇଛନ୍ତି ।  ରାମାୟଣ : ପାର୍ଟ ୧କୁ ୫ନଭେମ୍ବରରେ ରାଷ୍ଟ୍ରପତି ଭବନରେ ରାଜନୈତିକ ନେତାଙ୍କୁ ଦେଖାଯିବାର ଯୋଜନା ଚାଲୁଛି । ଫିଲ୍ମକୁ ମେକର୍ସ ଏହି ଖାସ୍ ସ୍କ୍ରିନିଂ ଲାଗି ଜରୁରୀ ଅନୁମତି ନେବାର ପ୍ରୟାସ କରୁଛନ୍ତି । ମାତ୍ର ଏବେ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ଅଫିସିଆଲ ସୂଚନା ଦିଆଯାଇନାହିଁ ।

ରିପୋର୍ଟ ଅନୁସାରେ, ଏହି ଖାସ୍ ସ୍କ୍ରିନିଂରେ ରଣବୀର କପୁର, ୟଶ ଏବଂ ସାଈ ପଲ୍ଲବୀଙ୍କ ସହ ଫିଲ୍ମର ନିର୍ଦ୍ଦେଶକ ନିତେଶ ତିଓ୍ବାରୀ ବି ସାମିଲ ହୋଇପାରନ୍ତି । ଏହା ବ୍ୟତୀତ ଖବର ଅଛି କି ମେକର୍ସ ଏହି ପୌରାଣିକ ଫିଲ୍ମର ଦୁଇଟି ପ୍ରିମିୟର ଆୟୋଜିତ କରିବାର ଯୋଜନା କରୁଛନ୍ତି । ଏଥିରୁ ଗୋଟିଏ ମୁମ୍ବାଇ ଏବଂ ଦ୍ବିତୀୟ ଦିଲ୍ଲୀରେ ହୋଇପାରେ । ମୁମ୍ବାଇରେ ପ୍ରିମିୟର ଲାଗି ନୀତା ମୁକେଶ ଅମ୍ବାନୀ କଲ୍ଚରାଲ ସେଣ୍ଟରକୁ ଚୟନ କରାଯିବାର ଖବର ଆସୁଛି । ମାତ୍ର ଉଭୟ ସ୍କ୍ରିନିଂ ଏବଂ ସେଥିରେ ସାମିଲ ହେବାକୁ ଥିବା ଅଭିନେତାଙ୍କୁ ନେଇ ଅଫିସିଆଲ ଘୋଷଣାକୁ ଅପେକ୍ଷା କରାଯାଇଛି ।