ଭୁବନେଶ୍ୱର ୩୦।୦୪ : ଆରମ୍ଭ ହେଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ହୋହାଲ୍ଲା କରିଥିଲେ ବିରୋଧୀ । ଗୃହମଧ୍ୟ ଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡ଼ିୟମ ପାଖରୁ ଆସି ମଧ୍ୟ ନାରାବାଜି କରିଥିଲେ । ସ୍ୱତନ୍ତ୍ର ଅଧିବେଶନରେ ପ୍ରଥମେ ଜିତୁ ମୁଣ୍ଡା ପ୍ରସଙ୍ଗ ଉଠାଇବା ପାଇଁ ଦାବି କରିଥିଲେ ବିରୋଧୀ । ଶେଷରେ ସ୍ୱତନ୍ତ୍ର ଅଧିବେଶନରେ କକ୍ଷ ତ୍ୟାଗ କରିଛନ୍ତି କଂଗ୍ରେସ ବିଧାୟକ । କକ୍ଷତ୍ୟାଗ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି କଂଗ୍ରେସ ବିଧାୟକ ।

ସେହିପରି ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରଖିଛନ୍ତି। ଆରମ୍ଭରୁ ବିରୋଧୀ ଟାର୍ଗେଟ କରି କହିଛନ୍ତି ମହିଳାଙ୍କୁ ଉଚିତ ନ୍ୟାୟ ଦେବାରେ ଅବହେଳା କରାଯାଇଛି। କଂଗ୍ରେସ ଦଳ ବନ୍ଧୁ ମାନେ ଆଲୋଚନାକୁ ଆଗେଇ ଆସିବା ବଦଳରେ ମହିଳାଙ୍କ ଉଦ୍ଦେଶ୍ୟରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ ନକରି ଆଜି ବିରୋଧ କରୁଛନ୍ତି। ବିଜେଡି ବି ପଞ୍ଚାୟତ ସ୍ତରରେ ମହିଳାଙ୍କୁ ସଂରକ୍ଷଣ କଥା କହି ବାହା ବାହା ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛ ଘୁଞ୍ଚା କାହିଁକି ? ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ ପଣ୍ଡା ମାନଙ୍କର ସଂରକ୍ଷଣର ଅଧିକାର କ୍ଷୁର୍ଣ୍ଣ ହୁଏ ନାହିଁ । ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦ କୁ ପଠାଉନାହାନ୍ତି ତାଙ୍କୁ ଉଚିତ ସମ୍ମାନ ମିଳିନାହିଁ। ଭାରତର ରାଷ୍ଟ୍ରପତି ଜଣେ ମହିଳା, ଓଡିଶାର ଉପମୁଖ୍ୟମନ୍ତ୍ରୀ ବି ମହିଳା, ବାଚସ୍ପତି ବି ମହିଳା। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ ଉପସ୍ଥାପନା କରିଛନ୍ତି। ନାରୀ ଶକ୍ତି ବନ୍ଦନମର ଆବଶ୍ୟକତା ଅଛି। ବିରୋଧୀ ଏଥିରେ ବ୍ରେକ ଲଗାଇଛନ୍ତି, ଯାହାର ଉଚିତ ଜବାବ ଦେବେ ମହିଳା। ବିରୋଧୀ ଦଳ ନେତାଙ୍କ ଚିଠି ଲେଖି ମୋତେ ଉତ୍ତର ମାଗିଥିଲେ। ତାଙ୍କ ଆଶଙ୍କା ନିରର୍ଥକ। ସିଟ ବୃଦ୍ଧି ହେଲେ ଓ ମହିଳା ସଂରକ୍ଷଣ ବିଲ ପାରିତ ହେଲେ ଓଡିଶା ବି ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇଥାନ୍ତା। କଥାରେ ଅଲଗା କାମରେ ଅଲଗା। ବିରୋଧୀ ମତାମତ ଦିଅନ୍ତୁ।। ଗୃହରେ ନାରୀ ଶକ୍ତି ନେଇ ଆଲୋଚନା ହେଉ ।

Also Read:-Berhampur Businessman Murder : ଟଙ୍କା ପାଇଁ ଟେନ୍‌ସନ୍‌ରେ ଥିଲେ କାଳୁ, ଝିଆରୀ ନିବେଦିତା ଦେଖାଇଲା ଟଙ୍କା ପାଇବାର ରାସ୍ତା

ଅନ୍ୟପଟେ ବିରୋଧୀଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ମୁଁ ସ୍ୱତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖି ସାରିଛି । ମହିଳାଙ୍କ କଙ୍କାଳ ମାଟି ତଳୁ ବାହାରକରି ବ୍ୟାଙ୍କରେ ପ୍ରମାଣ ଦେବା ଏ କିଭଳି ମହିଳା ସଶକ୍ତିକରଣ । ଡବଲ ଇଂଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ଆମେରିକା ଲେଖିଲା ପର୍ଯ୍ୟଟକ ଓଡ଼ିଶା ଯାଆନ୍ତୁନାହିଁ, ମହିଳା ଅସୁରକ୍ଷିତ । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମାଟି ତଳୁ ମହିଳାଙ୍କ କଙ୍କାଳ ବାହାରିବା ଘଟଣା । ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ 33% ସଂରକ୍ଷଣ ଦେଇଥିଲେ । ୨୦୦୦ ମସିହାରେ ମୋ ସରକାର 50% ସଂରକ୍ଷଣ ଦେଇଥିଲା । ମିଛ ଅପପ୍ରଚାର କରୁଛି ବିଜେପି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି । ସୀମା ନିର୍ଦ୍ଧାରଣ ବିଲ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ । ମତେ ବିରୋଧୀ ଦଳ କହିଲେ ଓଡ଼ିଆରେ କହିବା ପାଇଁ ମୁଁ କହୁଛି ଶୁଣନ୍ତୁ । ଓଡ଼ିଶା ବାସୀଙ୍କୁ ମୁଁ ଭରସା ଦେଉଛି ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାର ହକକୁ କେହି ବଞ୍ଚିତ କରିପାରିବେ ନାହିଁ । ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କାନ୍ଦଣା ବନ୍ଦ କରନ୍ତୁ ।