ମେଷ- ଦିନର ପ୍ରଥମ ଭାଗରେ ମାନସିକ ଅଶାନ୍ତି ଓ କାର୍ଯ୍ୟରେ ବାଧା ଦେଖାଦେଇପାରେ। ଅପରାହ୍ନ ପରେ ପରିସ୍ଥିତିରେ କିଛି ସୁଧାର ଆସିବ। କର୍ମକ୍ଷେତ୍ରରେ ଧୈର୍ଯ୍ୟ ରଖନ୍ତୁ। ଅଯଥା ଖର୍ଚ୍ଚ ଓ ବିବାଦରୁ ଦୂରେଇ ରୁହନ୍ତୁ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ।

ବୃଷ- ଦିନର ପ୍ରଥମ ଭାଗ ଅପେକ୍ଷାକୃତ ଭଲ ରହିବ। ଆୟ ବୃଦ୍ଧିର ସୁଯୋଗ ମିଳିପାରେ। ବନ୍ଧୁ ଓ ପରିବାରର ସହଯୋଗ ପାଇବେ। ଅପରାହ୍ନ ପରେ କାର୍ଯ୍ୟରେ ବାଧା, ଅର୍ଥହାନି କିମ୍ବା ଶାରୀରିକ କ୍ଲାନ୍ତି ଅନୁଭବ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସତର୍କ ରୁହନ୍ତୁ।

ମିଥୁନ- କର୍ମକ୍ଷେତ୍ରରେ ଉନ୍ନତି ଓ ନୂତନ ସୁଯୋଗ ମିଳିପାରେ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପାରିବାରିକ ଜୀବନରେ ସୁଖଶାନ୍ତି ରହିବ। ପୁରୁଣା କାର୍ଯ୍ୟ ସମ୍ପନ୍ନ ହେବାର ଯୋଗ ରହିଛି।

କର୍କଟ- ଭାଗ୍ୟର ସହଯୋଗ ମିଳିବା ସହ ଅଟକି ରହିଥିବା କାମ ଆଗକୁ ବଢ଼ିବ। ଧାର୍ମିକ କାର୍ଯ୍ୟ ଓ ଦେବଦର୍ଶନରେ ମନ ଲାଗିବ। ଉଚ୍ଚଶିକ୍ଷା ଓ ଦୂରଯାତ୍ରା ପାଇଁ ଅନୁକୂଳ ସମୟ। ଆର୍ଥିକ ଲାଭ ହୋଇପାରେ। ପିତାଙ୍କ ସ୍ୱାସ୍ଥ୍ୟ ଓ ପାରିବାରିକ ଦାୟିତ୍ୱ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ- ଦିନଟିରେ କିଛି ମାନସିକ ଚାପ ରହିପାରେ। ଅଯଥା ଖର୍ଚ୍ଚ ଓ ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କଠାରୁ ସାବଧାନ ରହିବା ଆବଶ୍ୟକ। ଅପ୍ରତ୍ୟାଶିତ ଖବର ମିଳିପାରେ। ଜୀବନସାଥୀଙ୍କ ସହ ମତଭେଦ ହେବାକୁ ଦିଅନ୍ତୁ ନାହିଁ।

କନ୍ୟା- ଦାମ୍ପତ୍ୟ ଜୀବନରେ ସୁଖ ଓ ସହଯୋଗ ବୃଦ୍ଧି ପାଇବ। ବ୍ୟବସାୟରେ ନୂତନ ଚୁକ୍ତି ଓ ଲାଭର ସୁଯୋଗ ମିଳିପାରେ। ଅଂଶୀଦାରୀ ବ୍ୟବସାୟରେ ଉନ୍ନତି ହେବ। ନୂତନ ସମ୍ପର୍କ ସୃଷ୍ଟି ହେବା ସହ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହୋଇପାରେ।

ତୁଳା- ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଋଣ ଓ ପୁରୁଣା ଆର୍ଥିକ ସମସ୍ୟାର ସମାଧାନ ପାଇଁ ରାସ୍ତା ମିଳିପାରେ। କର୍ମକ୍ଷେତ୍ରରେ ପରିଶ୍ରମ ଅନୁସାରେ ଫଳ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପରିବାରରେ ଛୋଟମୋଟ ମତଭେଦ ହୋଇପାରେ।

ବିଛା- ଦିନର ପ୍ରଥମ ଭାଗରେ ମାନସିକ ଶାନ୍ତି ଓ କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନଙ୍କଠାରୁ ଶୁଭ ଖବର ପାଇପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ରହିବ। ଅପରାହ୍ନ ପରେ ଅର୍ଥହାନି, ଅନାବଶ୍ୟକ ଚିନ୍ତା ଓ କାର୍ଯ୍ୟରେ ବିଳମ୍ବ ହୋଇପାରେ। ନିବେଶ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ।

ଧନୁ- ଦିନର ପ୍ରଥମ ଭାଗରେ ପାରିବାରିକ ଚିନ୍ତା ଓ ଅର୍ଥ ସମ୍ବନ୍ଧୀୟ ସମସ୍ୟା ରହିପାରେ। ଅପରାହ୍ନ ପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା କରିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। କ୍ରୋଧ ଓ ବାକ୍ୟ ସଂଯମ ରଖିବା ଆବଶ୍ୟକ।

ମକର- ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହୋଇପାରେ। ଛୋଟ ଯାତ୍ରାରୁ ଲାଭ ମିଳିବ। ବ୍ୟବସାୟ ଓ ଚାକିରିରେ ନୂତନ ସୁଯୋଗ ଆସିବ। ଆର୍ଥିକ ଦିଗରେ ଉନ୍ନତି ହେବା ସହ ଶୁଭ ଖବର ମିଳିପାରେ।

କୁମ୍ଭ- ଆର୍ଥିକ ଦିଗରେ ଶୁଭଫଳ ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆଲୋଚନା ହୋଇପାରେ। ନୂତନ ଆୟର ଉତ୍ସ ଖୋଲିବା ସହ ବ୍ୟବସାୟରେ ଲାଭ ହେବ। ବନ୍ଧୁଙ୍କ ସହଯୋଗ ପାଇବେ। ପୁରୁଣା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି।

ମୀନ- ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ଲାଭ ସହ ମନୋବାଞ୍ଛିତ କାର୍ଯ୍ୟ ପୂରଣ ହେବାର ଯୋଗ ରହିଛି।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682