ବ୍ରହ୍ମପୁର ୩୦।୦୪ : ଟଙ୍କା ପାଇଁ ଟେନସନରେ ଥିଲେ କାଳୁ । ଜୁଆ ଖେଳି ୨୮ ଲକ୍ଷ ଟଙ୍କା ହାରିଥିଲେ । ସେହି ଦିନ ଠାରୁ ଟଙ୍କା ପାଇଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ । ଏତିକି ବେଳେ ସୁଧୀରଙ୍କ ଝିଆରୀ ନିବେଦିତା ଟଙ୍କା ପାଇବାର ରାସ୍ତା ବତାଇଥିଲେ । ସୁଧୀରଙ୍କୁ ଜୀବନରୁ ହଟାଇଲେ ପ୍ରଚୁର ଟଙ୍କା ପାଇବା ଲୋଭ ଦେଖାଇଥିଲେ ଝିଆରୀ । ଏଥିରେ ରାଜି ହୋଇଥିଲେ କାଳୁ, ଆଉ ଏହା ପରେ ଆରମ୍ଭ ହେଲା ପ୍ଲାନିଂ।

କାଳୁ ଜଣେ ସାଇବର ଠକ । ଅନେକ ସାଇବର ଠକେଇ କରିଥିବା ନେଇ ତଦନ୍ତ ବେଳେ ପୁଲିସକୁ କହିଛି କାଳୁ । ସୁଧୀରଙ୍କୁ ରାସ୍ତାରୁ ହଟାଇବା ପାଇଁ ରାଜ୍ୟ ବାହାର ସାର୍ପ ସୁଟର ସୂର୍ଯ୍ୟ ପ୍ରତାପ ସିଂହଙ୍କୁ ଯୋଗାଯୋଗ କରିଥିଲା କାଳୁ । ସୂର୍ଯ୍ୟ ଟଙ୍କା ଲୋଭରେ ସୁଧୀରଙ୍କୁ ଅପହରଣ ଓ ପରେ ହତ୍ୟା କରିବା ଘଟଣାକୁ ରୂପ ଦେଇଥିଲା । କିନ୍ତୁ ସୂର୍ଯ୍ୟ ଏ ପର୍ଯ୍ୟନ୍ତ ଟଙ୍କାଟିଏ ପାଇ ନଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି ।

କାଳୁ ସହ ନିବେଦିତାଙ୍କ କେମିତି ହେଲା ସମ୍ପର୍କ...?

୬ ବର୍ଷ ପୂର୍ବେ ଫେସବୁକରୁ ଆରମ୍ଭ ହୋଇଥିଲା କାଳୁ ଓ ନିବେଦିତାଙ୍କ ସମ୍ପର୍କ । ଏହିଠାରୁ ସମ୍ପର୍କର ନିବିଡ଼ ହୋଇଥିଲା । ପରବର୍ତ୍ତୀ ସମୟରେ ନିବେଦିତାଙ୍କ ଅନୁରୋଧ କ୍ରମେ କାଳୁ କ୍ରାଇମ ପାଇଁ ଆଗକୁ ବଢିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ଅନ୍ୟମାନଙ୍କୁ ମଧ୍ୟ ପୋଲିସ ଖୁବଶୀଘ୍ର ଗିରଫ କରିବ ବୋଲି ଜଣାପଡିଛି । ନିବେଦିତାଙ୍କ ମାଆ ଓ ମାମୁଁଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ପୋଲିସ । ପୋଲିସ ହାତରେ ଲାଗିଛି ହତ୍ୟାକାଣ୍ଡର ବଡ଼ ସୁରାଗ । ଉତ୍ତରପ୍ରଦେଶର ଅପରାଧୀ ସୂର୍ଯ୍ୟ ପ୍ରତାପ ପାରୋଲରେ ଆସି ଓଡ଼ିଶାରେ ଘଟାଇଛି ଘଟଣା ।

ସେହିପରି FMT ରିପୋର୍ଟରେ ଆସିଛି ସାଙ୍ଘାତିକ ତଥ୍ୟ । ସୁଧୀରଙ୍କୁ ଗୁଳିରେ ନୁହେଁ, ବରଂ ପିଟି ପିଟି ହତ୍ୟା କରାଯାଇଛି । ପ୍ରବଳ ମାଡ଼ରୁ ସୁଧୀରଙ୍କ ମୃତ୍ୟୁ ହୋଇଛି । ମୁଣ୍ଡ ଏବଂ ପିଞ୍ଜରା ହାଡରେ ଲାଗିଥିଲା ଗଭୀର ଆଘାତ । ତେବେ ବାହାର ରାଜ୍ୟର ସାର୍ପ ସୁଟର୍ ସୂର୍ଯ୍ୟଙ୍କ ଭୂମିକା କଣ ଥିଲା ।

Also Read:-Berhampur Businessman Murder : ରିମାଣ୍ଡରେ ଆସିପାରନ୍ତି ସୁଧିରୀଙ୍କ ଝିଆରୀ ଏବଂ ପୁତୁରା, କୁଆଡେ ଗଲା ବନ୍ଧୁକ ?

ତେବେ ବନ୍ଧୁକ ଆସିଲା କେଉଁଠୁ...? କିଏ କଣ ପାଇଁ ବନ୍ଧୁକ ଆଣିଥିଲେ...? ହତ୍ୟାକାଣ୍ଡରେ ତିନୋଟି ବନ୍ଧୁକ ବ୍ୟବହୃତ ହୋଇଥିବା ବେଳେ ପୁଲିସ ଗୋଟିଏ ବନ୍ଧୁକ ଜବତ କରିଛି । ଆଉ ଦୁଇଟି ବନ୍ଧୁକକୁ ବାଘୁଆ ଡ୍ୟାମରେ ଫୋପାଡ଼ି ଦେଇଥିବା ନେଇ ତଦନ୍ତ ବେଳେ ଅଭିଯୁକ୍ତ ମାନେ ପୁଲିସକୁ ସୂଚନା ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଡ୍ୟାମରୁ ବନ୍ଧୁକ ମିଳିନି । ବନ୍ଧୁକ ଲିଙ୍କ ନେଇ ପୁଲିସ କରୁଛି ଅଧିକ ଖୋଳତାଡ଼ । ହତ୍ୟା ଷଡ଼ଯନ୍ତ୍ର ଉପରୁ ପୋଲିସ କିଭଳି ପରଦା ଉଠାଉଛି ତାହା ଉପରେ ନଜର ରହିଛି ।

ଏସବୁ ଘଟଣାର ମନିଟରିଙ୍ଗ କରୁଥିଲେ ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁନ ପଲ୍ଲେଇ । ଅପହରଣ କେମିତି କରାଯିବ, କେଉଁ କେଉଁ ରାସ୍ତା ଦେଇ ଯିବାକୁ ହେବ, ହତ୍ୟା ପରେ କେଉଁ ସ୍ଥାନରେ ଡେଡବଡ଼ି ଫୋପାଡ଼ିବେ ଏ ସବୁ ପ୍ଲାନ୍ ର ମାଷ୍ଟର ମାଇଣ୍ଡ ଥିଲେ ଜିତୁନ । ଜିତୁନ ନାମରେ ଅନେକ ଅପରାଧିକ ମାମଲା ଥିବା ପୁଲିସ କହିଛି ।