ଭୁବନେଶ୍ଵର: ଅନ୍ତର୍ଜାତୀୟ ସିନେମା ମଞ୍ଚରେ ଓଡ଼ିଆ ଫିଲ୍ମ ର ବିଜୟ ବାନା। ପୁରସ୍କାର ପରେ ପୁରସ୍କାର ଜିତି ଚାଲିଛି ଫିଲ୍ମ "ଜୀବନଦାନ" । ଏବେ ବି ଜାରି ରହିଛି ପୁରସ୍କାର ଯାତ୍ରା। ରବୀନ୍ଦ୍ର ରତ୍ନ ପୁରସ୍କାର ୨୦୨୬, କୋଡାଇକାନାଲ ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ୨୦୨୬ରେ ବେଷ୍ଟ ଇଣ୍ଡିଆନ ଫିଚର୍ ଫିଲ୍ମ କାଟାଗରୀ, ତମିଳଗମ ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଇଣ୍ଡିଆ ୨୦୨୬ ପୁରସ୍କାର ଜିତିଛି ଜୀବନଦାନ । ଆଜି ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ସଫଳତାକୁ ନେଇ ସୂଚନା ଦେଇଛନ୍ତି ଫିଲ୍ମ ନିର୍ଦ୍ଦେଶକ।

ଫିଲ୍ମର ମୁଖ୍ୟ ଚରିତ୍ରରେ ଦିପେସ ସାମନ୍ତରାୟ, ସ୍ୱେତାଶ୍ରୀ ପାଢ଼ୀ ରହିଛନ୍ତି। ତାମିଲନାଡୁ ଓ କର୍ଣ୍ଣାଟକର ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ସ୍ୱୀକୃତି। ବିହାରରେ ମଧ୍ୟ ମୁକ୍ତିଲାଭ କରି ଓଡ଼ିଆ ସିନେମାର ଆନ୍ତର୍ଜାତୀୟ ପରିଚୟ ବଢ଼ାଇଲା ଜୀବନଦାନ । ଜାତୀୟ ପୁରସ୍କାର ପରେ ପ୍ରଶଂସାର ସୁଅ ଛୁଟୁଛି। ନିର୍ଦ୍ଦେଶକ ସୌରଭ ସରକାରଙ୍କ ନିପୁଣ ନିର୍ଦ୍ଦେଶନା ଏହି ସିନେମାରେ ଦେଖିବାକୁ ମିଳିଛି। ପ୍ରଯୋଜିକା ପ୍ରଫେସର ସମାପିକା ମହାପାତ୍ରଙ୍କ ସ୍ୱପ୍ନ ସଫଳ ହୋଇଛି।

Also Read: ବକ୍ସ ଅଫିସରେ ଫ୍ଲପ୍, YouTubeରେ ବିଶ୍ବ ରେକର୍ଡ; ୯ ବର୍ଷ ପରେ ଇତିହାସ ରଚିଲା ‘ଫିଲ୍ମ’

ପ୍ରମୁଖ ଅଭିନେତ୍ରୀ ରାଖୀ ଦାଶ ଓ ଅଭିନେତା ତରଣଜିତ ଖାନ୍ନାଙ୍କ ଦମଦାର ଅଭିନୟ ରହିଛି ଏହି ସିନେମାରେ । ବରିଷ୍ଠ ସାହିତ୍ୟିକ ରାଧାମୋହନ ମହାପାତ୍ରଙ୍କ ମୂଳ କାହାଣୀରୁ ଅନୁଦିତ ଏହି ଫିଲ୍ମ । ସ୍ୱଚ୍ଛ, ନିର୍ବିଘ୍ନ କାହାଣୀ କଥନ ରହିଛି। ଦମଦାର ଭିଜୁଆଲ ଓ ଶାସ୍ତ୍ରୀୟ ସ୍ପର୍ଶ ସହିତ ଏକ କଳାତ୍ମକ ସ୍ୱାଦ ଯାହା ପିଢ଼ି ପରେ ପିଢ଼ିକୁ ଛୁଇଁବ ତାହା ବି ରହିଛି।ଏଇ ସଫଳତା କୁ ସମ୍ପୂର୍ଣ୍ଣ କାଷ୍ଟ ଓ କ୍ରୁ ମେମ୍ବର ଙ୍କୁ ସମର୍ପିତ କରିଛନ୍ତି ଫିଲ୍ମ ର ନିର୍ଦ୍ଦେଶକ ଓ ପ୍ରୋଜାଜିକା ସୌରଭ ସରକାର ଓ ସମାପିକା ମହାପାତ୍ର ।