ମେଷ- ଆର୍ଥିକ ଦିଗରେ ଉନ୍ନତି ହେବା ସହିତ ଧନଲାଭର ଯୋଗ ରହିଛି। ପରିବାରରେ ଶୁଭ କାର୍ଯ୍ୟର ଆଲୋଚନା ହୋଇପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। ବ୍ୟବସାୟରେ ଲାଭ ଓ ନୂତନ ଯୋଜନାରେ ସଫଳତା ମିଳିପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ।

ବୃଷ- ଆଜି ଆପଣଙ୍କ ପାଇଁ ଶୁଭଫଳଦାୟକ ଦିନ ରହିବ। ଆତ୍ମବିଶ୍ୱାସ ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରିରେ ଉନ୍ନତି ଓ ନୂତନ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତି ରହିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ।

ମିଥୁନ- ମାନସିକ ଚିନ୍ତା ଓ ଅଯଥା ଖର୍ଚ୍ଚ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରୁହନ୍ତୁ। ଦୂରଯାତ୍ରାର ଯୋଗ ରହିଛି। ବ୍ୟବସାୟରେ ଲାଭ ସାଧାରଣ ରହିବ। ପରିବାରରେ କିଛି କଥାକୁ ନେଇ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ- ଆୟ ବୃଦ୍ଧି ଓ ଧନଲାଭର ସୁଯୋଗ ମିଳିବ। ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ନୂତନ ବ୍ୟବସାୟିକ ସମ୍ପର୍କ ସ୍ଥାପନ ହୋଇପାରେ। ସନ୍ତାନଙ୍କ ସଫଳତାରେ ମନ ଖୁସି ରହିବ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।

ସିଂହ- କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂତନ ସୁଯୋଗ ଆସିବ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। ପାରିବାରିକ ଦାୟିତ୍ୱ ବଢ଼ିପାରେ।

କନ୍ୟା- ଭାଗ୍ୟର ସହଯୋଗରେ ଅନେକ କାର୍ଯ୍ୟରେ ସଫଳତା ମିଳିବ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାରେ ଶୁଭଫଳ ପାଇବେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଦୂରଯାତ୍ରାରୁ ଲାଭ ମିଳିପାରେ। ପିତାଙ୍କ ସହଯୋଗରେ ଉପକୃତ ହେବେ। ନୂତନ ଯୋଜନା ସଫଳ ହୋଇପାରେ।

ତୁଳା- ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରନ୍ତୁ। ହଠାତ୍ ଖର୍ଚ୍ଚ ବୃଦ୍ଧି ପାଇପାରେ। ପୁରୁଣା ସମସ୍ୟାର ସମାଧାନ ମିଳିବ। ଗୁପ୍ତ ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ କିଛି ମତଭେଦ ଦେଖାଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।

ବିଛା- ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟ ଓ ଭାଗୀଦାରି କାର୍ଯ୍ୟରେ ଲାଭ ମିଳିବ। ଜୀବନସାଥୀଙ୍କ ସହଯୋଗରେ ନୂତନ କାର୍ଯ୍ୟ ଆରମ୍ଭ କରିବେ। ନୂତନ ଚୁକ୍ତି ଓ ବ୍ୟବସାୟିକ ସମ୍ପର୍କରୁ ଉପକୃତ ହେବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

ଧନୁ- କର୍ମକ୍ଷେତ୍ରରେ କାର୍ଯ୍ୟଚାପ ବୃଦ୍ଧି ପାଇପାରେ। ଶତ୍ରୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଜୟ ଲାଭ କରିବେ। ଋଣ ସମ୍ବନ୍ଧୀୟ ସମସ୍ୟାରେ ଆଶ୍ୱସ୍ତି ମିଳିପାରେ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ଆସିବ। ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମକର- ଆନନ୍ଦ ଓ ଉତ୍ସାହର ଦିନ ରହିବ। ସନ୍ତାନଙ୍କ ପାଖରୁ ଶୁଭ ଖବର ମିଳିପାରେ। ଶିକ୍ଷାର୍ଥୀମାନେ ପଢ଼ାପଢ଼ିରେ ସଫଳତା ପାଇବେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି। ନୂତନ ଯୋଜନାରେ ସଫଳତା ମିଳିବ।

କୁମ୍ଭ- ପାରିବାରିକ ଜୀବନରେ କିଛି ମାନସିକ ଚାପ ରହିପାରେ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ।

ମୀନ- ସାହସ ଓ ପରାକ୍ରମ ବୃଦ୍ଧି ପାଇବ। ଭାଇଭଉଣୀ ଓ ବନ୍ଧୁଙ୍କ ସହଯୋଗ ମିଳିବ। ଛୋଟ ଯାତ୍ରାରୁ ଲାଭ ହୋଇପାରେ। ବ୍ୟବସାୟିକ ଆଲୋଚନା ଓ ନୂତନ ଯୋଗାଯୋଗରୁ ଶୁଭଫଳ ମିଳିବ। ଚାକିରି କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବାର ସୁଯୋଗ ପାଇବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682