ମେଷ- ଦିନଟି ଶୁଭ ରହିବ। କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରରେ ଶାନ୍ତି ଓ ସୁଖ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଅନୁକୂଳ। ଚନ୍ଦ୍ରବଳ ଅନୁସାରେ ମାନସିକ ଉତ୍ସାହ ବୃଦ୍ଧି ପାଇପାରେ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ।

ବୃଷ- ଧନଲାଭର ସୁଯୋଗ ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଅଯଥା ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସତର୍କ ରହିବା ଆବଶ୍ୟକ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମିଥୁନ- ମାନସିକ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ। ବନ୍ଧୁଙ୍କ ସହଯୋଗ ପାଇବେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନୂତନ ଲୋକଙ୍କ ସହ ପରିଚୟ ଲାଭଦାୟକ ହୋଇପାରେ। ପାରିବାରିକ କଥାରେ ଧୈର୍ଯ୍ୟ ରଖନ୍ତୁ।

କର୍କଟ- ଭାଗ୍ୟର ସହଯୋଗ ମିଳିବ। ଚାକିରି କ୍ଷେତ୍ରରେ ଶୁଭ ଖବର ପାଇବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଉଚ୍ଚଶିକ୍ଷା ଓ ଧାର୍ମିକ କାର୍ଯ୍ୟରେ ଶୁଭ ଫଳ ମିଳିପାରେ। ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ।

ସିଂହ- ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସମାଜରେ ମାନସମ୍ମାନ ବଢ଼ିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ନୂତନ ଆୟର ପନ୍ଥା ଖୋଲିବ। କ୍ରୋଧ ଓ ବାଦବିବାଦରୁ ଦୂରେଇ ରୁହନ୍ତୁ। ଅଚାନକ ଖର୍ଚ୍ଚ ବଢ଼ିପାରେ। ଗୁପ୍ତ କଥା ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ।

କନ୍ୟା- କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଶିକ୍ଷାର୍ଥୀମାନେ ଶୁଭ ଫଳ ପାଇବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଦାମ୍ପତ୍ୟ ଜୀବନରେ ପରସ୍ପର ବୁଝାମଣା ବଢ଼ିବ। ନୂତନ ବ୍ୟବସାୟିକ ଚୁକ୍ତିରେ ଲାଭ ହୋଇପାରେ।

ତୁଳା- ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ନୂତନ ଯୋଜନାରେ ସଫଳତା ମିଳିବ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ଅର୍ଥ ନିବେଶ ପୂର୍ବରୁ ବିଚାର କରନ୍ତୁ। ଶତ୍ରୁଙ୍କ ଷଡ଼ଯନ୍ତ୍ରରୁ ସତର୍କ ରୁହନ୍ତୁ। ପୁରୁଣା ରୋଗରେ ସାମାନ୍ୟ କଷ୍ଟ ହୋଇପାରେ।

ବିଛା- ଶୁଭ ଦିନ ରହିବ। ଅଟକିଥିବା ଧନ ଫେରିପାଇବାର ଯୋଗ ରହିଛି। ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ। ସନ୍ତାନଙ୍କ ପକ୍ଷରୁ ଶୁଭ ଖବର ମିଳିପାରେ। ମନୋରଞ୍ଜନ ଓ ଆନନ୍ଦରେ ସମୟ କଟିବ।

ଧନୁ- ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଦୂରଯାତ୍ରାର ଯୋଗ ରହିଛି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଘରୋଇ ସୁଖସୁବିଧା ବୃଦ୍ଧି ପାଇପାରେ। ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କତା ରଖନ୍ତୁ।

ମକର- କର୍ମକ୍ଷେତ୍ରରେ ପରିଶ୍ରମର ଉଚିତ ଫଳ ମିଳିବ। ଆର୍ଥିକ ଲାଭର ସମ୍ଭାବନା ରହିଛି। ନୂତନ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଶାରୀରିକ ପରିଶ୍ରମ ଅଧିକ ହୋଇପାରେ। ଭାଇଭଉଣୀଙ୍କ ସହଯୋଗ ମିଳିବ। ଛୋଟ ଯାତ୍ରାରୁ ଲାଭ ମିଳିପାରେ।

କୁମ୍ଭ- ଭାଗ୍ୟ ଉଜ୍ଜ୍ୱଳ ରହିବ। ନୂତନ କାର୍ଯ୍ୟରେ ଶୁଭଫଳ ମିଳିବ। ବ୍ୟବସାୟରେ ଲାଭ ବୃଦ୍ଧି ହେବ। ବନ୍ଧୁ ଓ ପରିବାରର ସହଯୋଗ ପାଇବେ। ମନରେ ଉତ୍ସାହ ଓ ପ୍ରସନ୍ନତା ରହିବ। ଆର୍ଥିକ ସଞ୍ଚୟ ବୃଦ୍ଧି ପାଇବାର ଯୋଗ ରହିଛି। ମଧୁର କଥା ଦ୍ୱାରା ସମସ୍ୟାର ସମାଧାନ ହେବ।

ମୀନ- ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ରହିବ। ଧନ ଓ ସମ୍ପତ୍ତି ବୃଦ୍ଧିର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ। ଭଗବାନଙ୍କ କୃପାରୁ ମନୋକାମନା ପୂରଣ ହୋଇପାରେ। ଆତ୍ମବିଶ୍ୱାସ ଓ ସୃଜନଶୀଳତା ବୃଦ୍ଧି ପାଇବ। ସନ୍ତାନଙ୍କ ସଫଳତାରେ ଆନନ୍ଦିତ ହେବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682