ନୂଆଦିଲ୍ଲୀ,୬|୦୬ :ସମୁଦ୍ର ମନ୍ଥନକୁ ବଡ ସଫଳତା । ଭାରତର ଏହି ଯୋଜନାରେ ଆଣ୍ଡାମାନ ସାଗରରେ ପ୍ରାକୃତିକ ଗ୍ୟାସର ଭଣ୍ଡାର ଠାବ ହୋଇଛି । କେନ୍ଦ୍ରୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଏବଂ ତୈଳର ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହାକୁ ନଜରରେ ରଖିଲେ ଆଣ୍ଡାମାନରରେ ପ୍ରାକୃତିକ ଗ୍ୟାସର ସନ୍ଧାନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଯାହା ଆଗାମୀ ଦିନରେ ଭାରତର ବିଦେଶୀ ନିର୍ଭରତା କମ୍ ହେବ ।

କୁହାଯାଉଛି ଯେ, ପ୍ରାକୃତିକ ଗ୍ୟାସର ଯେଉଁ ଭଣ୍ଡାର ମିଳିଛି, ତାହା ସାହାଯ୍ୟରେ ପିଏନଜି, ସିଏନଜି ଏବଂ ଅନ୍ୟ ଅଶୋଦ୍ଧିତ ତୈଳ, ପେଟ୍ରୋ କେମିକାଲ୍ସ, ହାଇଡ୍ରୋଜେନ୍ ଆଦି ପ୍ରସ୍ତୁତ କରାଯାଇ ପାରିବ । କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ଅଏଲ୍ ଇଣ୍ଡିଆ ଲିମିଟେଡ୍ ଆଣ୍ଡାମାନର କିଛି ଅଞ୍ଚଳରେ ପ୍ରାକୃତିକ ଗ୍ୟାସର ଦ୍ୱିତୀୟ ଭଣ୍ଡାର ଠାବ ହୋଇଛି । ଯାହା ଆଗାମୀ ଦିନରେ ଏକ ହାଇଡ୍ରୋକାର୍ବନ୍ ହବ୍ ଭାବେ ଗଢି ଉଠିବ । ଏହି ସ୍ଥାନ ଆଣ୍ଡାମାନର ପୂର୍ବ ଉପକୂଳଠୁ୧୫କିଲୋମିଟର ଦୂରରେ ଅବସ୍ଥିତ ।

ସେ ଆହୁରି କହିଛନ୍ତି ଯେ, ଏଠାରେ ଆଇଓସିଏଲ ଖନନ ଆରମ୍ଭ କରିଛି । ଯାହା ଦ୍ୱିତୀୟ ଗ୍ୟାସ୍ ଯୁକ୍ତ କୂଅ ଅଟେ । ପୂର୍ବରୁ୨୦୨୫ରେ ବିଜୟପୁରମରେ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିଲା । ଏବେ ନୂଆ ସ୍ଥାନରେ ହାଇଡ୍ରୋକାର୍ବନର ଉପସ୍ଥିତି ସକରାତ୍ମକ ସଙ୍କେତ ଦେଉଛି ।

ନିଜ ଏକ୍ସ ପୋଷ୍ଟରେ ହରଦୀପ ସିଂ ପୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ୨୦୨୫ସ୍ୱାଧିନତା ଦିବସରେ ସମୁଦ୍ର ମନ୍ଥନ ଉପରେ ଜୋର୍ ଦେଇଥିଲେ । ଭାରତର ଉପକୂଳର ଅନେକ ବେସିନରେ ପ୍ରାକୃତିକ ଗ୍ୟାସ୍ ଏବଂ ପେଟ୍ରୋ କେମିକାଲର ସନ୍ଧାନ ମିଳିଛି । ଯାହା ଦେଶକୁ ଏକ ନୂଆ ଦିଗକୁ ନେଇପାରିବ ବୋଲି ସେ ପ୍ରକାଶ କରିଛନ୍ତି ।