ଭୁବନେଶ୍ୱର ୦୬।୦୫ : ସରକାରଙ୍କ କଡ଼ା ଚେତାବନୀ । ଜନଗଣନା କାମରେ ଯିଏ ବି ବାଧା ଦେବ । ତା ବିରୋଧରେ ହେବ କଠୋର ଆକ୍ସନ । ଖାସ୍‌ କରି ବେସରକାରୀ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଆକ୍ସନ ନେବାକୁ ବି ପଛାଇବନି ସରକାର ।

ଖବର ଅନୁଯାୟୀ, ୨୦୨୭ ଜନଗଣନା ଚାଲିଛି । ଏଥିରେ ସ୍କୁଲ କର୍ମଚାରୀ ଓ ଶିକ୍ଷକଙ୍କୁ ସାମିଲ କରାଯାଇଛି । ହେଲେ କିଛି ବେସରକାରୀ ସ୍କୁଲ କର୍ତ୍ତୃପକ୍ଷମାନେ ଶିକ୍ଷକଙ୍କୁ ଜନଗକାରୀ ଓ ସୁପର ଭାଇଜର ଭାବେ କାମ କରିବାରେ ବାଧା ଦେଉଛନ୍ତି । ଯାହା ରାଜ୍ୟ ସରକାରଙ୍କ ନଜରକୁ ଆସିଛି । ଯାହାପରେ ଆକ୍ସନକୁ ଆସିଛି ରାଜ୍ୟ ସରକାର । ରାଜ୍ୟ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ଏକ ନିର୍ଦ୍ଦେଶାନାମା ଜାରି କରିବାକୁ କୁହାଯାଇଛି ।  ଜନଗଣନା ଦାୟିତ୍ୱରେ ନିଯୁକ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ  ରିଲିଭ କରିବା ବାଧ୍ୟତାମୂଳକ । ଅଯଥାରେ ଜନଗଣନା କାମରେ ଶିକ୍ଷକଙ୍କୁ ବଞ୍ଚିତ କରାଯିବନାହିଁ । ଯଦି କେହି ବି ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ ଏବଂ ଅବହେଳା କରନ୍ତୁ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Also Read:-ଭାଇ ବୋହୂ ଉପରେ ଥିଲା ଦେଢଶୁରର ଖରାପ ନଜର, ବାରମ୍ବାର କରୁଥିଲା ପ୍ରପୋଜ୍ : ନମାନିବାରୁ ଘଟାଇଲା ବର୍ବର କାଣ୍ଡ