ନୂଆଦିଲ୍ଲୀ: ଆମେରିକା ଦ୍ୱାରା ସାଉଦୀ ଆରବ ସହିତ ୩୦ ବର୍ଷିଆ ବେସାମରିକ ପରମାଣୁ ସହଯୋଗ ବୁଝାମଣା ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିୟାର ପରମାଣୁ ମାନଚିତ୍ର ବଦଳିବାର ଆଶଙ୍କାକୁ ଏକ ପ୍ରକାର ସୁନିଶ୍ଚିତ କରିଛି। ଏଥିରେ ଆମେରିକା ବୈଷୟିକ ପର୍ଯ୍ୟବେକ୍ଷକ ଭାବେ ସାଉଦୀ ମାଟିରେ ଘରୋଇ ପରମାଣୁ ସମ୍ବର୍ଦ୍ଧନ ଲାଗି ଏକ ସମ୍ଭାବିତ ମାର୍ଗ ଖୋଲି ଦେଇଛି। ଏହି ପଦକ୍ଷେପ ଆମେରିକା ରାଷ୍ଟ୍ରପଚି ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ୱଦୃଷ୍ଟିକୋଣ ଓ ଘରୋଇ ରାଜନୀତି ସହିତ ପ୍ରଶାସନର ସେହି ଦୀର୍ଘକାଳିକ ଯୋଜନାରେ ପ୍ରେରିତ ଯେଉଁଥିରେ ସାଉଦୀ ଆରବକୁ ଆମେରିକା ନେତୃତ୍ୱାଧୀନ ସୁରକ୍ଷାରେ ବାନ୍ଧି ରଖିବ ଏବଂ ଚୀନ ଓ ଋଷିଆକୁ ପରମାଣୁ ଭବିଷ୍ୟତରୁ ଦୂରରେ ରଖିବ।

ୱାସିଂଟନ ଏହି ପଦକ୍ଷେପକୁ ଏବେ ବାଣିଜ୍ୟିକ ରଣନୀତି ଓ ସୁରକ୍ଷା ଦୃଷ୍ଟିରୁ ଏକ ବିଜୟ ଭାବେ ଦେଖୁଛି। ତେବେ ବ୍ୟାପକ ଫଳାଫଳରୁ ଏକ ଅନ୍ୟ ଛବି ସାମ୍ନାକୁ ଆସୁଛି। ଏଥିରେ ପାକିସ୍ତାନ ଶେଷରେ ଏକ ପରାଜିତ ଦେଶ ଭାବେ ଉଭା ହେଉଛି। ଦୀର୍ଘ ଦଶନ୍ଧୀରୁ ଇସ୍ଲାମ ଜଗତରେ ପାକିସ୍ତାନ ଏକମାତ୍ର ଦେଶ ଥିଲା ଯାହା ନିକଟରେ ପରମାଣୁ ଅସ୍ତ୍ର ରହିଛି। ଏଣୁ ପାକିସ୍ତାନ ଏକ ଲାଭପ୍ରଦ ସ୍ଥିତିରେ ଥିଲା। ତେବେ ଆମେରିକା-ସାଉଦୀ ପରମାଣୁ ବୁଝାମଣା ପାକିସ୍ତାନର ଏହି ଏକାଧିକାରକୁ ସମାପ୍ତ କରିଛି।

ଆମେରିକା ଓ ସାଉଦୀ ଆରବ ମଧ୍ୟରେ ହୋଇଥିବା ନୂଆ ୩୦ ବର୍ଷିଆ ବେସାମରିକ ପରମାଣୁ ବୁଝାମଣା ଅନୁସାରେ ଆମେରିକୀୟ କମ୍ପାନୀମାନେ ରିୟାଦକୁ ପରମାଣୁ ରିଆକ୍ଟର ତିଆରି କରିବାରେ ସହାୟତା କରିବା ସହ ଉନ୍ନତ ପରମାଣୁ ପ୍ରଯୁକ୍ତି ହସ୍ତାନ୍ତର ସହ ଇନ୍ଧନ ଚକ୍ରରେ ସହଯୋଗ କରିବାକୁ ଅଧିକାର ପ୍ରଦାନ କରିବ, ଯେଉଁଥିରେ ୟୁରେନିୟମ ସମ୍ବର୍ଦ୍ଧନ ଭଳି ସମ୍ଭାବିତ ସମ୍ବେଦନଶୀଳ ପର୍ଯ୍ୟାୟ ମଧ୍ୟ ରହିବ। ଏଣୁ ଏକ ନିଶ୍ଚିତ ଅବଧି ପରେ ସାଉଦୀ ମାଟିରେ ଘରୋଇ ସମ୍ବର୍ଦ୍ଧନର ରାସ୍ତା ଖୋଲି ଯାଇଛି।

ଏଥିରେ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ବିଶେଷଜ୍ଞଙ୍କ ଅନୁସାରେ ସହମତ ଢାଞ୍ଚା ଦ୍ୱାରା ୱାସିଂଟନ ଓ ରିୟାଦ ସାଉଦୀ ଆରବରେ ସମ୍ବର୍ଦ୍ଧନର ବ୍ୟବସାୟୀକ ବ୍ୟବହାରିକତା ନେଇ ଏକ ଅଧ୍ୟୟନ କରିବେ। ଏଥିରୁ ଯଦି ଉଚିତ ଫଳାଫଳ ମିଳେ ତେବେ ୱାସିଂଟନ ସାଉଦୀ ଆରବରେ ଏକ ତଥାକଥିତ ‘ବ୍ଲାକ ବକ୍ସ’ ସମ୍ବର୍ଦ୍ଧନ ସୁବିଧା ନିର୍ମାଣ କରିବ ଓ ପ୍ରଯୁକ୍ତି ଉପରେ ନାମମାତ୍ର ନିୟନ୍ତ୍ରଣ ରଖିବ। ତେବେ ଋଢିବାଦୀ ବିଶ୍ଲେଷଣ ଏହା ସ୍ୱୀକାର କରେ ଯେ ପାଖାପାଖି ୧୦ ବର୍ଷ ପରେ ସାଉଦୀ ଆରବ ସ୍ୱଦେଶୀ ସମ୍ବର୍ଦ୍ଧନ କ୍ଷମତାକୁ ବିକଶିତ କରିବ ଅଥବା ବିକଳ୍ପ ଯୋଗାଣକାରୀଙ୍କ ଆଡକୁ ମୁହାଁଇବା ଲାଗି ସ୍ୱାଧୀନ ରହିବ। ଏହା ଦ୍ୱାରା ଏକ ଅପ୍ରତ୍ୟକ୍ଷ ଅସ୍ତ୍ର ବିକଳ୍ପ ପ୍ରସ୍ତୁତ ହୋଇଯିବ।

ଏ ପର୍ଯ୍ୟନ୍ତ ପାକିସ୍ତାନ ଏକମାତ୍ର ଇସ୍ଲାମୀ ପରମାଣୁ ରାଷ୍ଟ୍ର ହେବାର ବାହାବାହ ନେଉଥିଲା। ପାକିସ୍ତାନର ଏହି ସ୍ଥିତି ତାକୁ ମୁସ୍ଲମାନ ଜଗତର ରକ୍ଷକ ଭାବେ ତାର ଆତ୍ମଛବିକୁ ବଳ ଦେଇ ଆସୁଥିଲା। ଏଣୁ ସାଉଦୀ ଆରବ ସହ ଦୀର୍ଘ ଦଶକରୁ ଚଳି ଆସୁଥିବା ପ୍ରତିରକ୍ଷା ସମ୍ପର୍କକୁ ମଜଭୁତ କରିଥିଲା। ତେବେ ଆମେରିକା-ସାଉଦୀ ପରମାଣୁ ଚୁକ୍ତି ପରେ ପରିସ୍ଥିତି ବଦଳି ଯାଇଛି।