ଆଠଗଡ଼ ୮।୪: କୁଖ୍ୟାତ ଅପରାଧୀ ଓ ଗୋ-ମାଫିଆ ବିରୋଧରେ NSA ଲାଗୁ । କଟକ ଜିଲ୍ଲା ତିଗିରିଆର ଦୁର୍ଦ୍ଦାନ୍ତ ଅପରାଧି ସକିଲ୍ ଖାନ୍ ବିରୋଧରେ NSA ଲାଗୁ ହୋଇଛି । ଏନଏସଏ ଲାଗୁ କଲା କଟକ ଗ୍ରାମାଞ୍ଚଳ ଥାନା ପୋଲିସ ।

ସକିଲ୍ ଖାନ୍‌ଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ଜେଲ୍‌ରେ ରଖିବାକୁ କଟକ ଜିଲ୍ଲାପାଳ ମଞ୍ଜୁରି ପ୍ରଦାନ କରିଛନ୍ତି । ଜାତୀୟ ନିରାପତ୍ତା ଆଇନ ୧୯୮୦ର ଧାରା ୩ ଅନ୍ତର୍ଗତ ଉପଧାରା (୨) ଅନୁସାରେ ପ୍ରଦତ୍ତ କ୍ଷମତା ବ୍ୟବହାର କରି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ମଞ୍ଜୁରି ଦେଇଛନ୍ତି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ କରଡାପଲି ଗାଁର କୁଖ୍ୟାତ ଗୋ-ମାଫିଆ ସକିଲ ଖାନ୍‌ଙ୍କୁ ଆଠଗଡ଼ ରାଧାରମଣପୁର, ଆଦର୍ଶ କଏଦୀ କାରାଗାରରେ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସର୍ବସାଧାରଣ ଶୃଙ୍ଖଳା ରକ୍ଷାରେ ବାଧା ସୃଷ୍ଟି ହେବାର ଆଶଙ୍କା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।

Also Read:- Kashipur Tension: ପୁଣି କାଶୀପୁର ଅଶାନ୍ତ ହେବା ସମ୍ଭାବନା, ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନକରିବାକୁ ଜିଲ୍ଲାପାଳଙ୍କ ଅପିଲ୍

କଟକ ଆରକ୍ଷା ଅଧୀକ୍ଷକ ଗତ ଫେବ୍ରୁଆରୀ ୬ ତାରିଖରେ ସକିଲ୍ ଖାନ୍‌ଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଟକ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଆଦେଶ ଅନୁସାରେ ସକିଲ ଖାନ୍‌ଙ୍କୁ ଜାତୀୟ ନିରାପତ୍ତା ଆଇନ ଅଧୀନରେ ପୁନର୍ବାର ଅଟକ ରଖିବାକୁ ନିର୍ଦ୍ଦେଶ ଜାରି କରିଥିଲେ ।

ସକିଲ୍ ଖାନ୍ ୨୦୨୫ ମସିହାର ଏକ ମାମଲାରେ 303(2)/317(2)/126(2)/115(2)/118(1)/132/109(1)/3(5) ବିଏନଏସ୍/ ୧୧(୧)(ଡି)of the Prevention of Cruelty to Animal Act/Sec 7 (1) of the Orissa Prevention of Cow Slaughter Actରେ ଆଠଗଡ଼ ରାଧାରମଣପୁର ନ୍ୟାୟିକ ଆଦର୍ଶ କଏଦୀ କାରାଗାରରେ ରହିଛି ।