ରାୟଗଡ଼ା ୮।୪: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଖଣି ପ୍ରଭାବିତ ଓ ପୋଲିସ ମଧ୍ୟରେ ଏବେ ବି ଛକାପଞ୍ଝା ଲାଗି ରହିଛି । ବ୍ଲକର କଣ୍ଟାମାଳ, ଶାଗବାରୀ, ବନ୍ତୋଜି ଓ ଆମ୍ବପଦରରେ ଆଦିବାସୀ ମାନେ ମେଳି ହେଉଛନ୍ତି । ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଛି

ଶାଗୁବାରୀରେ ବେଦାନ୍ତର ରାସ୍ତା ନିର୍ମାଣକୁ ନେଇ ପୋଲିସ ଓ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ସୋମବାର ମଧ୍ୟରାତ୍ରିରେ ଲୋକେ ସଂଘବଦ୍ଧ ଭାବେ ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ପରେ ପୋଲିସ ଟିୟର ଗ୍ୟାସ୍ ବ୍ୟବହାର କରିଥିଲା । ଜନତାଙ୍କ ଆକ୍ରମଣରେ ୩୦ରୁ ଅଧିକ ସୁରକ୍ଷା କର୍ମୀ ଆହତ ହେବା ପରେ ୬ ଜଣ ଗୁରୁତରଙ୍କୁ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ବି ଅନେକ ଆହତ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

​​​​​​​

Also Read:- Road Accident: ରଙ୍ଗ୍ ସାଇଡ୍‌ରେ ଆସୁଥିଲା ଅଟୋ, ଦ୍ରୁତ ଗତିରେ ଆସି ପିଟିଲା କାର୍

ପୋଲିସ ଉପରକୁ ଆକ୍ରମଣ ପରେ ଗିରଫଦାରୀ ଆଶଙ୍କାରେ ଗାଁ ଗାଁରେ ଲୋକେ ବୈଠକ କରୁଛନ୍ତି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଯେକୌଣସି ସମୟରେ ପୁଣି ଥରେ କାଶୀପୁର ଅଶାନ୍ତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନକରିବାକୁ ଖଣି ପ୍ରଭାବିତ ଲୋକ ମାନଙ୍କୁ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଅପିଲ୍ କରିଛନ୍ତି ।