ଭୁବନେଶ୍ୱର ୦୯।୦୮ : ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣରେ କୌଣସି ଜଟିଳତା ନାହିଁ । ସରକାର ଚାଷୀଙ୍କ ସହ ଅଛନ୍ତି । ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଚାଷୀଙ୍କ ସହ ଅଛନ୍ତି। ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫ ହଜାର ୯୩ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ସେଥି ମଧ୍ୟରୁ ୩ ହଜାର ୧୦୮ ଜଣଙ୍କର ଆଗ୍ରିଷ୍ଟେକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ରହିଛି। ପଞ୍ଜିକରଣରେ ଆଗ୍ରିଷ୍ଟେକ୍ ଆଇଡିର କୌଣସି ଆବଶ୍ୟକତା ନାହିଁ। ବିନା ଆଗ୍ରିଷ୍ଟେକ୍ ଆଇଡିରେ ମଧ୍ୟ ଚାଷୀ ପଞ୍ଜିକରଣ କରିପାରିବ। ଧାନ ଟୋକନ ସଂଗ୍ରହ ପୂର୍ବରୁ କୃଷି ବିଭାଗର ଏହି ଆଗ୍ରିଷ୍ଟେକ୍ ଆଇଡି ଆବଶ୍ୟକ। ସେମିତି କାର୍ଯ୍ୟାଳୟରେ ପଞ୍ଜିକରଣ ସମୟରେ ଆଗ୍ରିଷ୍ଟେକ୍ ଆଇଡି ରେଜିଷ୍ଟର କରିପାରିବେ ଚାଷୀ। ଜମି ପଟ୍ଟାର ROR ଦେଲେ ଦୁଇ ଦିନ ଭିତରେ ଆଇଡି ମିଳିଯିବ।

Also Read:-ହଷ୍ଟେଲରୁ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନେଇଗଲେ ଦୁଇ ଯୁବକ, ପୁଅକୁ ଖୋଜି ଆଣିବାକୁ ମାଆଙ୍କ ନିବେଦନ

ସେହିପରି ଭାଗ ଚାଷୀଙ୍କ ପାଇଁ ମଧ୍ୟ କୌଣସି ଜଟିଳତା ନାହିଁ। ଆବଶ୍ୟକ କାଗଜ ପାତ୍ର ଦାଖଲ କଲେ ପଞ୍ଜୀକରଣ କରିପାରିବେ। ମାଲିକଙ୍କ ଉପସ୍ଥିତି ନହେଲେ ମଧ୍ୟ ସରକାର୍ ଏକ ଆପ୍ଲିକେସନ୍ ଆଣୁଛନ୍ତି। ଏହି ଆପ ମାଧ୍ୟମରେ ମାଲିକ ନିଜ ଅନୁମତି ରଖିପାରିବେ। ଯେଉଁମାନେ ଆସିପାରିବେ ନାହିଁ ସେମାନେ ଏହି ଆପ ଜରିଆରେ ସହମତି ଜଣାଇପାରିବେ। ଧାନ ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୩୧ ତାରିଖ ଯାଏଁ ରହିଛି। ଆବଶ୍ୟକ ହେଲେ ଏହାକୁ ବୃଦ୍ଧି କରାଯିବ। ତେଣୁ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ। ସରକାର୍ ସମସ୍ତ ଚାଷୀଙ୍କଠୁ ଧାନ ସଂଗ୍ରହ କରିବେ। ଗତ ଖରିଫରେ ୭୮ ଲକ୍ଷ ଏବଂ ରବିରେ ୨୦ ଲକ୍ଷ ମେଟ୍ରିକ୍ ଟନ୍‌ ଧାନ ସଂଗ୍ରହ କରିଥିଲେ ସରକାର୍।