ନୂଆଦିଲ୍ଲୀ ୦୮।୧୧ : ପୋଲାଣ୍ଡରେ ବଡ ଅଘଟଣ । କ୍ରାକୋର ମେନ୍ ମାର୍କେଟ ସ୍କୋୟାରରେ ଆଖିବୁଜା ଗୁଳିକାଣ୍ଡ। ଏହି ଫାୟାରିଂରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଏକ ଡର୍ଜନରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ଆକ୍ରମଣକାରୀଙ୍କୁ ଗୁଳି କରି କାବୁ କରିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସିବିଏସ୍ ରିପୋର୍ଟ ଅନୁସାରେ, ପୋଲିସର ସୂଚନା ଦେଇଛି ଯେ, ପୋଲାଣ୍ଡର କ୍ରାକୋ ସହରରେ ଜଣେ ବ୍ୟକ୍ତି ନିଜ କାରରେ ଏକ ଖୋଲା ବଜାରରେ ପଶି ଗୁଳି ଚଳାଇଥିଲେ । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ଏକ ଡର୍ଜନରୁ ଅଧିକ ଆହତ ହୋଇଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା ଦେଖାଯାଉଛି। ଆକ୍ରମଣକାରୀଙ୍କୁ ପୋଲିସ ଗୁଳି କରି ହେପାଜତକୁ ନେଇଛି। ଏହି ଘଟଣାଟି ଶନିବାର ଅପରାହ୍ନ ୩ଟାରେ ସମୟରେ ଘଟିଛି ।

ପୋଲିସ ସୂଚନା ଅନୁସାରେ, ଆକ୍ରମଣକାରୀ ତାଙ୍କ କାରରୁ ଲୋକଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ। ଆହତମାନଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଥିଲେ। ଗୁଳି ବିନିମୟ ସମୟରେ ସେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ମଧ୍ୟ ହସ୍ପିଟାଲକୁ ନିଆଯାଇଥିଲା। କ୍ରାକୋ ହେଉଛି ପୋଲାଣ୍ଡର ଦ୍ୱିତୀୟ ବୃହତ୍ତମ ସହ । ଯାହା ରାଜଧାନୀ ୱାର୍ସାଠାରୁ ପ୍ରାୟ ୧୫୫ କିଲୋମିଟର ଦୂରରେ ଅବସ୍ଥିତ। ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ସୋସିଆଲ ମିଡ଼ିଆରେ କହିଛନ୍ତି ଯେ ଏହି ଦୁଃଖଦ ଗୁଳିକାଣ୍ଡ ପରେ ଗୃହମନ୍ତ୍ରୀ ତାଙ୍କୁ କ୍ରାକୋର ପରିସ୍ଥିତି ବିଷୟରେ ନିରନ୍ତର ଅପଡେଟ୍ ଦେଉଛନ୍ତି। ପୋଲିସ ଆକ୍ରମଣ ପଛର ଉଦ୍ଦେଶ୍ୟ ଏବଂ ଏହାର ପାରିପାର୍ଶ୍ୱିକ ସମସ୍ତ ପରିସ୍ଥିତିର ତଦନ୍ତ କରୁଛି। ବର୍ତ୍ତମାନ କୌଣସି ଅଧିକ ସୂଚନା ଉପଲବ୍ଧ ନାହିଁ।