ନୂଆଦିଲ୍ଲୀ: ରାସ୍ତା ଭିତ୍ତିଭୂମିରେ ସହଯୋଗ ମଜଭୁତ କରିବାକୁ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ହୋଇଛି। ଧାରଣୀୟ ବିକାଶ(ସସ୍‌ଟେନେବଲ ଡେଭଲପମେଣ୍ଟ), ଉନ୍ନତ ଟେକ୍ନୋଲୋଜୀ, ରାସ୍ତା ସୁରକ୍ଷାକୁ ନଜରରେ ଏଥିରେ ପରସ୍ପରକୁ ସହଯୋଗ କରିବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି।

ଗୁରୁବାର ସଡ଼କ ପରିବହନ କ୍ଷେତ୍ର ସମ୍ବନ୍ଧୀୟ ଭାରତ-ଜାପାନ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ (JWG)ର ୧୨ତମ ଅଧିବେଶନରେ ଏହି ଆଲୋଚନା ହୋଇଛି। ଏହି ବୈଠକରେ ଭାରତୀୟ ନାଗରିକଙ୍କର ଜୀବନ ଶୈଳୀର ମାନ ଉନ୍ନତ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସପୋର୍ଟ କରିବା ପାଇଁ ମଡର୍ଣ୍ଣ ଓ ସୁରକ୍ଷିତ ସଡ଼କ ଟେକ୍ନୋଲୋଜୀ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି।

​​​​​​​Also Read- ବାଣିଜ୍ୟ ନିଅଣ୍ଟ ନେଇ ସୀତାରମଣଙ୍କ ଚିନ୍ତା ପରେ ଆସିଲା ଚୀନର ପ୍ରତିକ୍ରିୟା: ବେଜିଂ କହିଲା, ସମସ୍ୟାର ସମାଧାନ ପାଇଁ ଆମେ ରାଜି

ସଡ଼କ ଭିତ୍ତିଭୂମିରେ ବିକାଶ ଓ ପରିଚାଳନା କ୍ଷେତ୍ରରେ ସହଯୋଗର ସୁଯୋଗ ଅନ୍ୱେଷଣ କରିବା, ବୈଷୟିକ ଜ୍ଞାନକୌଶଳର ଆଦାନପ୍ରଦାନ କରିବା ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଉନ୍ନତ ନିର୍ମାଣ ଶୈଳୀ, ସୁଡ଼ଙ୍ଗ ଓ ପୋଲ ନିର୍ମାଣ ଇଞ୍ଜିନିୟରିଂ,ସସ୍‌ଟେନେବଲ ଡେଭଲପମେଣ୍ଟ ଓ ରୋଡ୍ ମ୍ୟାନେଜମେଣ୍ଟରେ ଡିଜିଟାଲ ଟେକ୍ନୋଲୋଜୀର ବ୍ୟବହାର ଆଦିକୁ ଗୁରୁତ୍ୱ ଦିଆଯାଇଥିଲା। ଉଭୟ ଦେଶ ପରସ୍ପର ସହିତ ତତ୍ ସମ୍ପର୍କିତ ଅଭିଜ୍ଞତା ବାଣ୍ଟିଥିଲେ। ଉଭୟ ଦେଶର ଟେକ୍ନିକାଲ ସଂସ୍ଥାର ବିଶେଷଜ୍ଞମାନେ ପ୍ରେଜେଣ୍ଟେସନର ଟେକ୍ନିକାଲ ନିର୍ମାଣଶୈଳୀ ବୁଝାଇଥିଲେ।

ଏହି ବୈଠକ ବିକଶିତ ଭାରତ ୨୦୪୭ ଲକ୍ଷ୍ୟର ଏକ ଅଂଶ ଥିଲା। ୨୦୪୭ରେ ଭାରତ ସ୍ୱାଧୀନତାକୁ ୧୦୦ ବର୍ଷ ପୂରୁଣ ହେଉଛି। ତେଣୁ ଦେଶକୁ ବିକଶିତ ଦେଶ ଭାବରେ ଗଢ଼ି ତୋଳିବାକୁ ସରକାର ଚାହୁଁଛନ୍ତି। ତେଣୁ ସଡ଼କ ଭିତ୍ତିଭୂମିର ଆଧୁନିକ ଓ ଉନ୍ନତ ବିକାଶ କରିବା ଏକ ବଡ଼ ଲକ୍ଷ୍ୟ ରହିଛି।