RBL Bank Merger: ଗତକାଲି ଆଇଡିବିଆଇ ବ୍ୟାଙ୍କରେ ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ନେଇ ଖବର ଆସିବା ପରେ ଶୁକ୍ରବାର ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏମିରେଟ୍ସ ଏନ୍‌ବିଡି ବ୍ୟାଙ୍କ(Emirates NBD Bank)ର ଭାରତରେ ଥିବା ୩ ଶାଖାକୁ ଆର୍‌ବିଏଲ୍ ବ୍ୟାଙ୍କ ସହ ମିଶ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଞ୍ଜୁରୀ ଦେଇଛି।

ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ, ୧୯୪୯ର ଧାରା ୪୪ଏ(୪) ଅନୁଯାୟୀ ଏହି ଅନୁମତି ପ୍ରଦାନ କରାଯାଇଛି। ୧ ଡିସେମ୍ବର ୨୦୨୬ରୁ ଏହି ନିଷ୍ପତ୍ତି ଲାଗୁ ହେବ। ଏପରେ ମୁମ୍ବାଇ, ଚେନ୍ନାଇ ଓ ଗୁରୁଗ୍ରାମରେ ସ୍ଥିତ ଏମିରେଟ୍ସ ଏନ୍‌ବିଡିର ବ୍ରାଞ୍ଚ ଆରବିଏଲ୍ ବ୍ୟାଙ୍କର ବ୍ରାଞ୍ଚ ଭାବରେ କାମ କରିବ।

ସୂଚନା ଥାଉକି ଚଳିତ ବର୍ଷ ଜୁନ ମାସରେ ୟୁଏଇ ବ୍ୟାଙ୍କିଙ୍ଗ ଗ୍ରୁପ Emirates NBD ଭାରତର RBL ବ୍ୟାଙ୍କ ୬୦% ଅଂଶଧନ ଅଧିଗ୍ରହଣ କାର୍ଯ୍ୟ ଶେଷ କରିଥିଲା। ହେଲେ ଶାଖା ମିଶ୍ରଣର ପ୍ରକ୍ରିୟା ପରବର୍ତ୍ତୀ ପର୍ଯ୍ୟାୟରେ ଶେଷ ହେବ।

ଜୁନ ୧୮ ତାରିଖରେ ଏମିରେଟ୍ସ ଏନବିଡି ଆରବିଏଲରେ ନିଜର ବଡ଼ ଅଂଶଧନ କିଣିବା ପ୍ରକ୍ରିୟା ଶେଷ କରିଥିଲା। ଏଥିପାଇଁ ପ୍ରାୟ ୨.୭୫ ଅରବ ଡଲାର ବା ୨୬ ହଜାର କୋଟି ଟଙ୍କା ନିବେଶ କରିଥିଲା ବିଦେଶୀ ବ୍ୟାଙ୍କିଙ୍ଗ୍ ସଂସ୍ଥା। ଏହି ନିବେଶ ପରେ ଆରବିଏଲର ଏମିରେଟ୍ସ ଏନବିଡିର ଅଂଶଧନ ବଢ଼ି ୬୦% ହୋଇଯାଇଥିଲା। ଏହି ଡିଲ୍ ବାବଦରେ ପ୍ରଥମେ ୧୮ ଅକ୍ଟୋବର ୨୦୨୫ରେ କରାଯାଇଥିଲା। କିନ୍ତୁ ଆରବିଏଲ୍ ବ୍ୟାଙ୍କର ଅଂଶଧନ କିଣିବା ଓ ଶାଖାର ବିଲୟ ଦୁଇଟି ଅଲଗା ପ୍ରକ୍ରିୟା।

Also Read- ବୟସ ୩୦ ,ମୁଣ୍ଡ ଉପରେ ଋଣ ବୋଝ ! କ୍ରେଡିଟ୍ କାର୍ଡ ଓ ଋଣ ନେବା ବେଳେ ଏହି ୬ଟି ଭୁଲ୍ରୁ ରୁହନ୍ତୁ ସାବଧାନ

ଅଂଶଧନ କିଣିବା କାମ ଜୁନରୁ ଆରମ୍ଭ ହୋଇଥିବା ବେଳେ ଶାଖା ବିଲୟ ପ୍ରକ୍ରିୟା ଡିସେମ୍ବର ୧ ତାରିଖରୁ ଲାଗୁ ହେବ। ବେଙ୍କିଙ୍ଗ ସେକ୍ଟରେ ଅନ୍ୟତମ ବଡ଼ ବିଦେଶୀ ପୁଞ୍ଜି ନିବେଶ ଏମିରେଟ୍ସ ଏନବିଡି ଏବଂ ଆରବିଏଲ ବ୍ୟାଙ୍କର ସୂଚନା ଅନୁଯାୟୀ ଏହି ଡିଲ୍ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସବୁଠାରୁ ବଡ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ଓ ବୃହତ୍ତମ ଇକ୍ୱିଟି ପାଣ୍ଠି ସଂଗ୍ରହ କାରବାର ମଧ୍ୟରୁ ଗୋଟିଏ।

ଏହି ନିବେଶ ଆରବିଏଲ ବ୍ୟାଙ୍କର ବ୍ୟବସାୟ ବିସ୍ତାର କରିବା ସହ ଅତିରିକ୍ତ ପୁଞ୍ଜି ଯୋଗାଇବ। ତା ସହିତ ଏମିରେଟ୍ସ ଏନବିଡି ଭାରତରେ ଏହାର ବ୍ୟବସାୟକୁ ବିସ୍ତାର କରିବା ସହ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଉପସ୍ଥିତିକୁ ସୁଦୃଢ଼ କରିବାର ସୁଯୋଗ ପାଇବ। ତେବେ ଏଥିରେ ଗ୍ରାହକଙ୍କ ଆର୍ଥିକ କାରବାର ଉପରେ କୌଣସି ପ୍ରଭାବ ପଡ଼ିବ ନାହି। ତେବେ ବ୍ୟାଙ୍କର କାର୍ଯ୍ୟଶୈଳୀ ଓ ନିମୟ କାନୁନରେ କିଛିଟା ପରିବର୍ତ୍ତନ ହୋଇପାରେ।