ରାୟଗଡ଼ା ୧୪।୦୫ : ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡ ମାମଲାରେ ପୋଲିସକୁ ମିଳୁନି ସଫଳତା। ହତ୍ୟାକାଣ୍ଡର ୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍ ପାଉନି ରାୟଗଡ଼ା ପୋଲିସ। ୬ ଜଣିଆ ଟିମ୍ ଗଠନ ହୋଇଥିଲେ ବି ଏଯାଏ କୌଣସି ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଏକ ସ୍ବତନ୍ତ୍ର ଟିମ୍ ଓଡ଼ିଶା ତଥା ରାଜ୍ୟ ବାହାରକୁ ଯାଇ ତଦନ୍ତ କରୁଛନ୍ତି। କିନ୍ତୁ ହତ୍ୟାକାରୀ ପୋଲିସକୁ ଚକମା ଦେବାରେ ସଫଳ ହୋଇଛନ୍ତି। ଏହି ଘଟଣାକୁ ନେଇ ଲୋକଙ୍କ ମନରେ ଆକ୍ରୋସ ବଢ଼ିବାରେ ଲାଗିଛି। ସହରର ଆମ୍ବେଦକର ଅଞ୍ଚଳ ଅଶାନ୍ତ ହୋଇପଡିଛି।

Watch Video:-

ତେବେ କେଉଁ କାରଣ ପାଇଁ ନିଖିଲଙ୍କୁ ହତ୍ୟା କରାଗଲା ତାର ମୂଳ ପର୍ଯ୍ୟନ୍ତ ଯିବାକୁ ତଦନ୍ତକାରୀ ଟିମ୍ ତନାଘନା ଚଳାଇଛନ୍ତି। ଅଭିଯୁକ୍ତଙ୍କୁ ଧରିବାକୁ ଭୁବନେଶ୍ବର ସାଇବର ସେଲ୍ ର ମଧ୍ୟ ସହାୟତା ନିଆଯାଇଛି । ଗତ ୯ ତାରିଖ ରାତିରେ ସହରର ଇନ୍ଦିରା ନଗର ଅଞ୍ଚଳରେ ନିଖିଲଙ୍କୁ ଗୁଳି ମାରିବା ସହ ଅପହରଣ କରି ନେଇଯାଇଥିଲେ ଦୁର୍ବୃତ୍ତ । ୧୦ ତାରିଖରେ କୋଣ୍ଡାତୁମ୍ବିଗୁଡା ନାଗାବଳୀ ନଦୀ ପଠାରେ ନଖିଲଙ୍କ ମୃତଦେହ ମିଳିଥିଲା । ପରେ ଉତ୍ୟକ୍ତ ଲୋକେ ଟାଉନ୍ ଥାନା ଘେରାଉ କରିବା ସହ ମୃତ ନିଖିଲଙ୍କ ମୃତଦେହକୁ ଧରି ନ୍ୟାୟ ପାଇଁ ପ୍ରତିବାଦ କରିଥିଲେ । ଆଜି ପରିବାର ଓ ସ୍ଥାନୀୟ ଲୋକେ ରାୟଗଡା ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଜଣାପଡିଛି ।

Also Read:-Weather Alert : ୧୭ ତାରିଖ ଯାଏଁ ରାଜ୍ୟରେ ଘଡ଼ିଘଡ଼ି ସହ ବର୍ଷା, ୪୦ ରୁ ୫୦ କିମି ବେଗରେ ବହିପାରେ ପବନ