ଭୁବନେଶ୍ବର ୯।୪: ଭୁବନେଶ୍ୱର ଆଜାଦନଗର ବିସ୍ଫୋରଣ ମାମଲାର ତଦନ୍ତ ପାଇଁ ଏୟାରଫିଲ୍ଡ ଥାନାରେ ପହଞ୍ଚିଲା NIA ଟିମ୍ । ବିସ୍ଫୋରଣ ଘଟଣାରେ ଅପରାଧିକ ଓ ଆତଙ୍କୀ ଲିଙ୍କ୍‌କୁ ନେଇ ତନାଘନା କରୁଛି NIA । ବୋମାରେ ବ୍ୟବହୃତ ଉନ୍ନତମାନର ଗନ୍ ପାଉଡର କେଉଁଠୁ ଆସିଲା ତାର ମଧ୍ୟ ଛାନଭିନ୍ କରୁଛି ଟିମ୍ । ଘଟଣାସ୍ଥଳରୁ ମିଳିଥିବା ବୋମା ସାମଗ୍ରୀକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ଏବେ ତଦନ୍ତକୁ ଜୋରଦାର କରିଛି NIA

ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଏବଂ ତା ମାଆଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁ କରି ପୂର୍ଣ୍ଣ ତଦନ୍ତ ଭାର ନେଇଛି NIA ଟିମ୍ । ଆନ୍ତଃରାଜ୍ୟ ଲିଙ୍କ୍, ପୂର୍ବ ଅପରାଧିକ ମାମଲା ସମ୍ପର୍କରେ ଖୋଳତାଡ଼ ହେବ । ଏତେ ପରିମାଣ RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ତାର ମଧ୍ୟ ଛାନଭିନ୍ କରିବ NIA ।

Also Read:- Puri Open drain claims another life: ଡ୍ରେନ୍‌କୁ କେମିତି ଆସିଲା ମୃତଦେହ, କେଉଁ ପରିସ୍ଥିତିରେ ହେଲା ମୃତ୍ୟୁ ?

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।

ବୋମା ବିସ୍ଫୋରଣ ଘଟଣାରେ ତଦନ୍ତNIA ଆରମ୍ଭକରିଥିଲା । NIAର ଟିମ୍ ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଥିଲା । ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା ସାଇଣ୍ଟିଫିକ୍ ଟିମ୍ । ଏହି ଘଟଣାରେ ଆହତଙ୍କ ନାଁରେ ପୂର୍ବରୁ ରହିଛି ସଙ୍ଗୀନ ଅପରାଧିକ ମାମଲା । ଏମାନେ କୌଣସି ବଡ଼ ଧରଣର କାଣ୍ଡ ଘଟାଇବାକୁ ବୋମା ଭିଡ଼ୁଥିବା କୁହାଯାଉଥିଲା । ଏଥିପାଇଁ ଏମାନଙ୍କୁ ସୁପାରି ମିଳିଥିଲା । ତାରିଖ ବି ଫିକ୍ସ ହୋଇସାରିଥିଲା । ବୋମା ଭିଡ଼ିବାରେ ଏମାନେ ଯଦି ସଫଳ ହୋଇଥାନ୍ତେ ତେବେ ଘଟାଇଥାନ୍ତେ ବଡ଼ ଧରଣର ଅପରାଧ । ହେଲେ ତା ପୂର୍ବରୁ ସବୁ କିଛି ଫସର ଫାଟି ଯାଇଥିଲା ।